ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସଜବାଜ

ନୂଆଦିଲ୍ଳୀ,୨୮-୧: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମଥର ପ୍ରଚେଷ୍ଠାରେ ବିଫଳ ହେବା ପରେ ପୁଣି ଥରେ ଏନେଇ ମନ ବଳାଇଛନ୍ତି। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଦୁଇ ବର୍ଷ ମଧ୍ୟରେ ସରକାର ଦ୍ୱିତୀୟ ଥର ଏହି ବିମାନ କମ୍ପାନୀକୁ ଘରୋଇକରଣ କରିବା ଲାଗି ପ୍ରୟାସ କରିଛନ୍ତି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସରେ ସରକାର ୧୦୦% ଅଂଶଧନ ବିକ୍ରି କରିବେ। ସେହିଭଳି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଯୁଗ୍ମ କମ୍ପାନୀ ଏଆଇ-ସ୍ୟାଟ୍‌ସରେ ଥିବା ସରକାରଙ୍କ ୫୦% ଅଂଶଧନ ବିକ୍ରି କରାଯିବ। ଏଥି ଲାଗି ବିଡିଂ ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛୁକ ଥିବା ପକ୍ଷ ୨୦୨୦ ମାର୍ଚ୍ଚ ସୁଦ୍ଧା ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଜାରି କରିବେ। କେଉଁ ବିଡରମାନେ ସଫଳ ହେଲେ ତାର ଏକ ତାଲିକା ମାର୍ଚ୍ଚ ୩୧ ସୁଦ୍ଧା ଜାରି କରାଯିବ। ଏହି ତାରିଖରେ ପରିବର୍ତ୍ତନ କରାଯାଇପାରେ ବୋଲି ପ୍ରାରମ୍ଭିକ ସୂଚନା ପତ୍ରରେ ଉଲ୍ଲେଖ ରହିଛି।
ପୂର୍ବଥର ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି କରିବାକୁ ସରକାର ପ୍ରୟାସ କରିଥିଲେ। ହେଲେ ଏଥିରେ ସରକାରଙ୍କୁ ସଫଳତା ମିଳି ନ ଥିଲା। ଏୟାର ଇଣ୍ଡିଆର ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ, ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ, ଏୟାର ଲାଇନ ଏଲାଏଡ ସର୍ଭିସେସ ଏବଂ ଭାରତ ହୋଟେଲରେ ଅଂଶଧନ ରହିଛି। ଏହି ସବୁ କମ୍ପାନୀଗୁଡିକରେ ଥିବା ସରକାରଙ୍କ ଅଂଶଧନକୁ ଅନ୍ୟ ଏକ କମ୍ପାନୀ ଏୟାର ଇଣ୍ଡିଆ ଆସେଟ ହୋଲ୍ଡିଂ ଲିମିଟେଡକୁ ହସ୍ତାନ୍ତର କରି ଦିଆଯିବ। ଏହାକୁ ବିନିବେଶ ପ୍ରସ୍ତାବଠାରୁ ଅଲଗା ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ବର୍ତ୍ତମାନ ପ୍ରାୟ ୬୦,୦୭୪ କୋଟି ଟଙ୍କାର ଋଣ ଭାର ରହିଛି। ଏହା ମଧ୍ୟରୁ ଆଗ୍ରହୀ ବିଡରଙ୍କ ଭାଗରେ ୨୩,୨୮୬ କୋଟି ଟଙ୍କା ପଡିବ।
ନରିମାନ ପଏଣ୍ଟରେ ରହିଥିବା ଏୟାର ଇଣ୍ଡିଆ ମୁଖ୍ୟାଳୟ ଏବଂ ଦିଲ୍ଲୀର କର୍ପୋରେଟ ମୁଖ୍ୟାଳୟ ଏହି ଟ୍ରାଞ୍ଜାକଶନର ପରିସରଭୁକ୍ତ ହୋଇନାହିଁ। ଏହା ସରକାରଙ୍କ ନିକଟରେ ରହିବ। ଆଗାମୀ କିଛି ବର୍ଷ ଲାଗି ସଫଳ ବିଡର ଏହାକୁ ବ୍ୟବହାର କରିପାରିବେ। କର୍ମଚାରୀ ଶେୟାର ବିକଳ୍ପ ଯୋଜନାରେ କର୍ମଚାରୀଙ୍କ ଶେୟାର ମିଳିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କର୍ମଚାରୀଙ୍କୁ ପ୍ରାୟ ୩% ଶେୟାର ଦେବାକୁ ପ୍ରସ୍ତାବ ରଖାଯିବ। ଏଥି ଲାଗି ୯୮ କୋଟି ଶେୟାର ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ବର୍ତ୍ତମାନ ସୁଦ୍ଧା ୧୬,୦୭୭ ହଜାର କର୍ମଚାରୀ ଅଛନ୍ତି। ଏହା ମଧ୍ୟରେ ସ୍ଥାୟୀ କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି। ବିମାନ କମ୍ପାନୀରେ ଆବଶ୍ୟକତା ମୁତାବକ କର୍ମଚାରୀ ରହିଥିବା ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଛନ୍ତି। ଏକ ମଜବୁତ ସିଦ୍ଧାନ୍ତ ଆଧାରରେ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନ କାନ୍ତ ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri