ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସଜବାଜ

ନୂଆଦିଲ୍ଳୀ,୨୮-୧: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମଥର ପ୍ରଚେଷ୍ଠାରେ ବିଫଳ ହେବା ପରେ ପୁଣି ଥରେ ଏନେଇ ମନ ବଳାଇଛନ୍ତି। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଦୁଇ ବର୍ଷ ମଧ୍ୟରେ ସରକାର ଦ୍ୱିତୀୟ ଥର ଏହି ବିମାନ କମ୍ପାନୀକୁ ଘରୋଇକରଣ କରିବା ଲାଗି ପ୍ରୟାସ କରିଛନ୍ତି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସରେ ସରକାର ୧୦୦% ଅଂଶଧନ ବିକ୍ରି କରିବେ। ସେହିଭଳି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଯୁଗ୍ମ କମ୍ପାନୀ ଏଆଇ-ସ୍ୟାଟ୍‌ସରେ ଥିବା ସରକାରଙ୍କ ୫୦% ଅଂଶଧନ ବିକ୍ରି କରାଯିବ। ଏଥି ଲାଗି ବିଡିଂ ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛୁକ ଥିବା ପକ୍ଷ ୨୦୨୦ ମାର୍ଚ୍ଚ ସୁଦ୍ଧା ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଜାରି କରିବେ। କେଉଁ ବିଡରମାନେ ସଫଳ ହେଲେ ତାର ଏକ ତାଲିକା ମାର୍ଚ୍ଚ ୩୧ ସୁଦ୍ଧା ଜାରି କରାଯିବ। ଏହି ତାରିଖରେ ପରିବର୍ତ୍ତନ କରାଯାଇପାରେ ବୋଲି ପ୍ରାରମ୍ଭିକ ସୂଚନା ପତ୍ରରେ ଉଲ୍ଲେଖ ରହିଛି।
ପୂର୍ବଥର ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି କରିବାକୁ ସରକାର ପ୍ରୟାସ କରିଥିଲେ। ହେଲେ ଏଥିରେ ସରକାରଙ୍କୁ ସଫଳତା ମିଳି ନ ଥିଲା। ଏୟାର ଇଣ୍ଡିଆର ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ, ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ, ଏୟାର ଲାଇନ ଏଲାଏଡ ସର୍ଭିସେସ ଏବଂ ଭାରତ ହୋଟେଲରେ ଅଂଶଧନ ରହିଛି। ଏହି ସବୁ କମ୍ପାନୀଗୁଡିକରେ ଥିବା ସରକାରଙ୍କ ଅଂଶଧନକୁ ଅନ୍ୟ ଏକ କମ୍ପାନୀ ଏୟାର ଇଣ୍ଡିଆ ଆସେଟ ହୋଲ୍ଡିଂ ଲିମିଟେଡକୁ ହସ୍ତାନ୍ତର କରି ଦିଆଯିବ। ଏହାକୁ ବିନିବେଶ ପ୍ରସ୍ତାବଠାରୁ ଅଲଗା ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ବର୍ତ୍ତମାନ ପ୍ରାୟ ୬୦,୦୭୪ କୋଟି ଟଙ୍କାର ଋଣ ଭାର ରହିଛି। ଏହା ମଧ୍ୟରୁ ଆଗ୍ରହୀ ବିଡରଙ୍କ ଭାଗରେ ୨୩,୨୮୬ କୋଟି ଟଙ୍କା ପଡିବ।
ନରିମାନ ପଏଣ୍ଟରେ ରହିଥିବା ଏୟାର ଇଣ୍ଡିଆ ମୁଖ୍ୟାଳୟ ଏବଂ ଦିଲ୍ଲୀର କର୍ପୋରେଟ ମୁଖ୍ୟାଳୟ ଏହି ଟ୍ରାଞ୍ଜାକଶନର ପରିସରଭୁକ୍ତ ହୋଇନାହିଁ। ଏହା ସରକାରଙ୍କ ନିକଟରେ ରହିବ। ଆଗାମୀ କିଛି ବର୍ଷ ଲାଗି ସଫଳ ବିଡର ଏହାକୁ ବ୍ୟବହାର କରିପାରିବେ। କର୍ମଚାରୀ ଶେୟାର ବିକଳ୍ପ ଯୋଜନାରେ କର୍ମଚାରୀଙ୍କ ଶେୟାର ମିଳିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କର୍ମଚାରୀଙ୍କୁ ପ୍ରାୟ ୩% ଶେୟାର ଦେବାକୁ ପ୍ରସ୍ତାବ ରଖାଯିବ। ଏଥି ଲାଗି ୯୮ କୋଟି ଶେୟାର ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ବର୍ତ୍ତମାନ ସୁଦ୍ଧା ୧୬,୦୭୭ ହଜାର କର୍ମଚାରୀ ଅଛନ୍ତି। ଏହା ମଧ୍ୟରେ ସ୍ଥାୟୀ କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି। ବିମାନ କମ୍ପାନୀରେ ଆବଶ୍ୟକତା ମୁତାବକ କର୍ମଚାରୀ ରହିଥିବା ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଛନ୍ତି। ଏକ ମଜବୁତ ସିଦ୍ଧାନ୍ତ ଆଧାରରେ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନ କାନ୍ତ ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri