ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା ଅବସ୍ଥାରେ ପୂଜା ପାଉଛନ୍ତି। କୁହାଯାଏ ଏହି ମନ୍ଦିରକୁ ଆସି ହନୁମାନଙ୍କ ଦର୍ଶନ ନ କଲେ ଆହ୍ଲାବାଦର ପବିତ୍ର ସଙ୍ଗମସ୍ଥଳକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ହୋଇ ନ ଥାଏ। ନଦୀରେ ବନ୍ୟା ଆସିଲେ ଏହି ମନ୍ଦିର ବୁଡ଼ି ଯାଇଥାଏ । ପୁରାଣ ଅନୁସାରେ ଏହି ସମୟରେ ମାତା ଗଙ୍ଗା ହନୁମାନଙ୍କୁ ସ୍ନାନ କରାଇବାକୁ ଆସିଥାନ୍ତି । ପୁରାଣ ଅନୁସାରେ ଲଙ୍କାରେ ବିଜୟ ପ୍ରାପ୍ତି ପରେ ଭଗବାନ ଶ୍ରୀରାମ ଆହ୍ଲାବାଦର ସଙ୍ଗମସ୍ଥଳକୁ ସ୍ନାନ କରିବାକୁ ଆସିଥିଲେ । ଏହି ସମୟରେ ତାଙ୍କ ପ୍ରିୟ ଭକ୍ତ ହନୁମାନ ବିଶ୍ରାମ ପାଇଁ ଏଠାରେ କିଛି କ୍ଷଣ ଲାଗି ଗଡ଼ି ପଡିଥିଲେ । ଏହା ଦେଖି ମାତା ଜାନକୀ ନିଜ ମଥାର ସିନ୍ଦୂରରେ ତାଙ୍କ ଶ୍ରମ ଲାଘବ କରି ଚିରଞ୍ଜିବୀ ହେବାକୁ ଆଶୀର୍ବାଦ ଦେଇଥିଲେ । ସେହିଦିନ ଠାରୁ ଏହି ମନ୍ଦିରରେ ହନୁମାନଙ୍କୁ ସିନ୍ଦୂର ଚଢାଇବାର ପରମ୍ପରା ରହିଛି । ୧୭୮୭ରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା। ମନ୍ଦିରରେ ୨୦ ଫୁଟର ହନୁମାନ ମୂର୍ତ୍ତି ଶୋଇଥିବା ଅବସ୍ଥାରେ ରହିଛନ୍ତି । ମନ୍ଦିରରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ମଧ୍ୟ ରହିଛି । ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ରାତି ସାରା ଖୋଲା ରହିଥାଏ । ବିଶ୍ୱାସ ରହିଛି ଏହି ମନ୍ଦିରରେ ମାନସିକ କଲେ ତାହା ହନୁମାନ ପୂରଣ କରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri