ଏହି ଦେଶରେ ରହିଛି ସମୁଦ୍ର ମନ୍ଥନରେ ମିଳିଥିବା ଅମୃତ କଳସ

ଇଣ୍ଡୋସେନିଆର ଏକ ମନ୍ଦିରରେ ସମୁଦ୍ର ମନ୍ଥନ ସମୟରେ ମିଳିଥିବା ଅମୃତ କଳସ ଥିବା କୁହାଯାଉଛି। କଂଡି ସୁକୁହ ନାମକ ଏହି ମନ୍ଦିରରେ ଏମିତି ଏକ କଳସ ରହିଛି ଯାହା ଭିତରେ ଥିବା ଦ୍ରବ୍ୟ ହଜାର ହଜାର ବର୍ଷ ହେବ ରହିଥିଲେ ବି ଶୁଖୁ ନାହିଁ କି ସେଥିରେ କୌଣସି ପରବର୍ତ୍ତନ ହେଉନାହିଁ। ସେଥିପାଇଁ ତାହା ଅମୃତ ବୋଲି ଲୋକେ କହୁଛନ୍ତି। ଲୋକେ ଆହୁରି ମଧ୍ୟ ବିଶ୍ୱାସ କରନ୍ତି କି ଏହି କଳସ ସମୁଦ୍ର ମନ୍ଥନ ସମୟରେ ହିଁ ମିଳିଥିଲା। କାରଣ ଏହାସହ ଏକ ଶିବଲିଙ୍ଗ ମଧ୍ୟ ଲାଗି ରହିଛି। ଏଠାରେ ଥିବା ଏକ ପ୍ରାଚିରରେ ମହାଭାରତର ଆଦିପର୍ବ ଅଙ୍କା ଯାଇଥିବା ଦେଖିବାକୁ ମିଳେ। ତେବେ ୨୦୧୬ରେ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ମରାମତି କରିବା ସମୟରେ ଉକ୍ତ ପ୍ରାଚିର ମଧ୍ୟରୁ ଯାହା ମିଳିଲା ତାହା ଏକ୍ସପର୍ଟ ଟିମ୍‌କୁ ଆଶ୍ଚର୍ଯ୍ୟ କରିଦେଲା। ତେବେ ଏକ୍ସପର୍ଟ ଟିମ୍‌ଙ୍କୁ ଏକ ତମ୍ବାର କଳସ ମିଳିଥିଲା ଯେଉଁଥିରେ ଏକ ଶିବଲିଙ୍ଗ ଯୋଡି ହୋଇ ରହିଥିଲା। ଏହାକୁ ନେଇ ଗବେଷଣା କରିବା ପରେ ଜଣାପଡିଲା କି ଏହି ତମ୍ବା କଳସକୁ ଏପରି ଢଙ୍ଗରେ ବନ୍ଦ କରାଯାଇଛି ଯାହାକୁ ଖୋଲିବା କଷ୍ଟକର। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ପ୍ରାଚିରରୁ ଏହି କଳସ ମିଳିଲା ସେଠାରେ ସମୁଦ୍ର ମନ୍ଥନର ନକ୍ସା ମଧ୍ୟ ରହିଥିଲା। ଏହାସହ ସେଠାରେ ଖଜୁରାହୋ ଭଳି ଅର୍ଥାତ୍‌ କାମରେ ନିମଗ୍ନ ଥିବା ମୁର୍ତ୍ତି ମଧ୍ୟ ରହିଥିଲା। କେବଳ ଗୋଟିଏ ପ୍ରାଚିରରେ ହିଁ ମହାଭାରତର ଆଦିପର୍ବ ଲେଖାଯାଇଥିଲା। ଏହା ପାଖାପାଖି ୧୨ଶହ ଶତାବ୍ଦିର ବୋଲି କୁହାଯାଉଛି। ସେତେବେଳେ ମାଲେସିୟା ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଥିଲା। ହେଲେ ୧୫ଶହ ଶତାବ୍ଦି ବେଳକୁ ଯେତେବେଳେ ଏଠାରେ ମୁସଲମାନମାନେ ରାଜତ୍ୱ ଆରମ୍ଭ କଲେ ସେତେବେଳେ ଏହି କଳସକୁ ଏଠାରେ ଲୁଚାଇ ଦିଆଯାଇଥିବା କୁହାଯାଏ। କଳସ ସହ ଏଠାରୁ ବହୁ ମୂଲ୍ୟବାନ ରତ୍ନ ମଧ୍ୟ ମିଳିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ:  ପ୍ରତିମୂର୍ତ୍ତୀରେ …

ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri