Posted inଫୁରସତ

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ବିଳମ୍ବରେ କଥା କୁହନ୍ତି। ମାତୃଗର୍ଭରେ ସେମାନଙ୍କର ଶରୀରର ବିକାଶ ଠିକ୍‌ ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଇଲୁନଏଜ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ଶିଶୁଙ୍କଠାରେ ଶୁଣିବା ଏବଂ ବୁଝିବା ଶକ୍ତି ପ୍ରାୟତଃ କମ୍‌ ରହିଥାଏ। ଶୁଣିବା ଏବଂ ବୁଝିବା ପ୍ରକିୟା ମସ୍ତିଷ୍କର ଅଡ଼ିଓଟାରୀ କୋଟେକ୍ସ୍‌ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଏହି କୋଟେକ୍ସ୍‌ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ପାରି ନ ଥାଏ। ଜନ୍ମର ଶେଷ ୩ରୁ ୪ମାସ ମଧ୍ୟରେ ଏହାର ବିକାଶ ହୋଇଥାଏ। ତେଣୁ ୭,୮ କିମ୍ବା ୯ ମାସରେ ଜନ୍ମଗ୍ରହଣ କରିଥିବା ଶିଶୁଙ୍କଠାରେ ଅଧିକାଂଶକ୍ଷେତ୍ରରେ ଶୁଣିବା କ୍ଷମତା କମ୍‌ ରହିଥାଏ। ଶୁଣିବା କ୍ଷମତା କମ୍‌ ରହିଲେ ବୁଝିବା ଓ କଥା କହିବା ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ମାତୃଗର୍ଭରେ ଅଧିକ ସମୟ ରହିଥିବା ଶିଶୁ ମାନସିକସ୍ତରରେ ସବଳ ରହିଥାନ୍ତି। ସେମାନେ ପ୍ରତିଟି କାର୍ଯ୍ୟକୁ ଧର୍ଯ୍ୟର ସହିତ ଅନୁଧ୍ୟାନ କରି ବୁଝି ବିଚାରି କାର୍ଯ୍ୟ କରିଥାନ୍ତି। ତେବେ ବିଳମ୍ବରେ କଥା ହେଉଥିବା ଶିଶୁଙ୍କ ସହିତ ମାତାପିତା ଅଧିକ ସମୟ ବିତାଇବା ଆବଶ୍ୟକ। ଏହାଦ୍ୱାରା ଶିଶୁ ଧୀରେଧୀରେ କଥା କହିବା ଆରମ୍ଭ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?