Posted inଫୁରସତ

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ବିଳମ୍ବରେ କଥା କୁହନ୍ତି। ମାତୃଗର୍ଭରେ ସେମାନଙ୍କର ଶରୀରର ବିକାଶ ଠିକ୍‌ ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଇଲୁନଏଜ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ଶିଶୁଙ୍କଠାରେ ଶୁଣିବା ଏବଂ ବୁଝିବା ଶକ୍ତି ପ୍ରାୟତଃ କମ୍‌ ରହିଥାଏ। ଶୁଣିବା ଏବଂ ବୁଝିବା ପ୍ରକିୟା ମସ୍ତିଷ୍କର ଅଡ଼ିଓଟାରୀ କୋଟେକ୍ସ୍‌ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଏହି କୋଟେକ୍ସ୍‌ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ପାରି ନ ଥାଏ। ଜନ୍ମର ଶେଷ ୩ରୁ ୪ମାସ ମଧ୍ୟରେ ଏହାର ବିକାଶ ହୋଇଥାଏ। ତେଣୁ ୭,୮ କିମ୍ବା ୯ ମାସରେ ଜନ୍ମଗ୍ରହଣ କରିଥିବା ଶିଶୁଙ୍କଠାରେ ଅଧିକାଂଶକ୍ଷେତ୍ରରେ ଶୁଣିବା କ୍ଷମତା କମ୍‌ ରହିଥାଏ। ଶୁଣିବା କ୍ଷମତା କମ୍‌ ରହିଲେ ବୁଝିବା ଓ କଥା କହିବା ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ମାତୃଗର୍ଭରେ ଅଧିକ ସମୟ ରହିଥିବା ଶିଶୁ ମାନସିକସ୍ତରରେ ସବଳ ରହିଥାନ୍ତି। ସେମାନେ ପ୍ରତିଟି କାର୍ଯ୍ୟକୁ ଧର୍ଯ୍ୟର ସହିତ ଅନୁଧ୍ୟାନ କରି ବୁଝି ବିଚାରି କାର୍ଯ୍ୟ କରିଥାନ୍ତି। ତେବେ ବିଳମ୍ବରେ କଥା ହେଉଥିବା ଶିଶୁଙ୍କ ସହିତ ମାତାପିତା ଅଧିକ ସମୟ ବିତାଇବା ଆବଶ୍ୟକ। ଏହାଦ୍ୱାରା ଶିଶୁ ଧୀରେଧୀରେ କଥା କହିବା ଆରମ୍ଭ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri