ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଆଇଟିଆଇର ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୧ା୧:ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି। ଏହି ଲୋଗୋ ବର୍ତ୍ତମାନ ଆଇଟିଆଇ ସ୍କ୍ରାପ୍‌ ପାର୍କରେ ସ୍ଥାପନ କରାଯାଇଛି। ଏହାକୁ ଦେଖିବା ପାଇଁ ପ୍ରତିଦିନ ସହରବାସୀଙ୍କ ଭିଡ଼ ଜମୁଛି।
ସୂଚନାଯୋଗ୍ୟ, ପୁରୁଷ ବିଶ୍ୱକପ ହକିକୁ ସ୍ବାଗତ ଜଣାଇ ଆଇଟିଆଇ ପକ୍ଷରୁ ଏହି ହକି ଷ୍ଟିକ୍‌ ଲୋଗୋ ନିର୍ମାଣ କରାଯାଇଥିଲା। ଆଇଟିଆଇର ୱେଲ୍‌ଡର, ପେଣ୍ଟର, ଫିଟର ଓ ଇଲେକ୍ଟ୍ରିସିଆନ ବିଦ୍ୟାର୍ଥୀମାନେ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଏହାକୁ ନିର୍ମାଣ କରିଥିଲେ। ଏହାର ଉଚ୍ଚତା ୪୩ ଫୁଟ ରହିଥିବା ବେଳେ ଓଜନ ୨ ଟନ୍‌ରୁ ଅଧିକ ରହିଛି। ଏଥିରେ ୩ ଟନ୍‌ର ଅଟୋ ମୋବାଇଲ ସ୍କ୍ରାପ୍‌ ବ୍ୟବହୃତ ହୋଇଛି। ଏହି ଲୋଗୋକୁ ନଗର ଉନୟନ ମନ୍ତ୍ରୀ ଗତ ୧୩ ତାରିଖରେ ଉଦ୍‌ଘାଟନ କରିଥିଲେ। ଏହା ବୃହତ୍ତମ ଲୋଗୋ ବୋଲି ଆଇଟିଆଇ ପକ୍ଷରୁ କୁହାଯିବା ସହ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ନିମନ୍ତେ ଆବେଦନ କରାଯାଇଥିଲା। ବର୍ତ୍ତମାନ ଏହା ରେକର୍ଡ ହାସଲ କରିଛି। ଏହା ୱେଷ୍ଟ ଟୁ ହେଲ୍‌ଥ ବାର୍ତ୍ତା ଦେବା ସହ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାବାସୀଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ପ୍ରଦାନ କରୁଛି ବୋଲି ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri