ଏସଆଇଙ୍କ ମଣିଷପଣିଆ: ବୃଦ୍ଧାଙ୍କୁ ବୁଝାଇସୁଝାଇ ଖୁଆଇଲେ

ମଣିଷପଣିଆ ଦେଖାଇବାକୁ ଟଙ୍କା, ପଇସା ଦରକାର ନାହିଁ । ଏହାକୁ ବିନା ମୂଲ୍ୟରେ ବି ଖର୍ଚ୍ଚ କରାଯାଇ ପାରେ । ଆଉ ଯିଏ ନିଜର ମଣିଷପଣିଆକୁ ଖୁସିରେ ଖର୍ଚ୍ଚ କରି ଶିଖିଛି, ସେ ହେଉଛି ପ୍ରକୃତ ମଣିଷ । ଅନ୍ୟକୁ ଟିକେ ସାହାର୍ଯ୍ୟ କରିବା ପରେ ବୋଧହୁଏ ଶାନ୍ତିରେ ନିଃଶ୍ୱାସ ନେଇ ହୁଏ, ସବୁ ଦୁଃଶ୍ଚିନ୍ତା ଦୂର ହୋଇଯାଏ । ନିଜର ମଣିଷପଣିଆକୁ ଖର୍ଚ୍ଚ କଲେ କିଛି କ୍ଷତି ନାହିଁ । ଏ କଥା କହିଛନ୍ତି କଟକ ମହିଳା ଥାନାରେ କାର୍ଯ୍ୟରତ ସବଇନିସପେକ୍ଟର (ଏସଆଇ ) ବର୍ଷା ମହାନ୍ତି । ଗୁରୁବାର ସନ୍ଧ୍ୟାରେ ବର୍ଷା ଜଣେ ବୃଦ୍ଧାଙ୍କୁ ବୁଝାଇସୁଝାଇ ଖୁଆଇ ଦେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଘଟଣା ପରେ ଏସ୍‌ଆଇ ବର୍ଷାଙ୍କ ମାନବିକତାକୁ ନେଇ ସହରରେ ବେଶ ଚର୍ଚ୍ଚା ମଧ୍ୟ ଚାଲିଛି ।

କଟକ ଅଫିସ,୧୮।୪- ଖାକି ପୋଷାକ ଦେଖିଲେ ସାଧାରଣରେ ମନକୁ ଏକ ଭୟ ଆସେ । ଖାକି ପିନ୍ଧିବା ପରେ ପୋଲିସ ଯେପରି କର୍ତ୍ତବ୍ୟ ଭିତରେ ବାନ୍ଧି ହୋଇଯାଏ ବୋଲି କୁହାଯାଏ । ହେଲେ ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ମହିଳା ଥାନାରେ କାର୍ଯ୍ୟରତ ଏସ୍‌ଆଇ ବର୍ଷା ସମାଜ ପାଇଁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି । ଦରଘାବଜାର ଛକରେ ଜଣେ ପାଗେଳୀଙ୍କ ପାଖରେ ବସି ମା’ ବୋଲି ସମ୍ବୋଦନ କରି ତାଙ୍କୁ ଖୁଆଇ ଦେଉଥିବା ଘଟଣାକୁ ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଉଛି ।
ମର୍କତନଗର ଥାନା, ବାଦାମବାଡ଼ି ଥାନାରେ କାର୍ଯ୍ୟ କରିବା ପରେ ବର୍ଷା ଏବେ ମହିଳା ଥାନାରେ ନିଯୁକ୍ତ ହୋଇଛନ୍ତି । ଗୁରୁବାର ସନ୍ଧ୍ୟା ପ୍ରାୟ ୮:୩୦ ସମୟରେ ପୋଲିସ ପକ୍ଷରୁ ଦରଘାବଜାର ଅଞ୍ଚଳରେ ଖାଦ୍ୟ ବଣ୍ଟନ କରାଯାଉଥିଲା । ଏହି ସମୟରେ ରାସ୍ତା କଡ଼ରେ ବସିଥିବା ଜଣେ ବୃଦ୍ଧା ହଠାତ୍‌ ରାସ୍ତା ଉପରକୁ ଚାଲି ଆସିଥିଲେ । ଜଣେ ପୋଲିସ କର୍ମଚାରୀ ତାଙ୍କୁ ନେଇ ଖାଦ୍ୟ ପୁଡ଼ିଆ ଦେଇଥିଲେ । ହେଲେ ବୃଦ୍ଧା ଜଣଙ୍କ ଏହାକୁ ନ ଧରି ବିଚ୍‌ ରାସ୍ତା ଉପରେ ବସି ପଡ଼ିଥିଲେ । ତାଙ୍କ ଚାଲିଚଳନରୁ ସେ ଜଣେ ମାନସିକ ବିକୃତ ବୋଲି ଠଉରାଇଥିଲା ପୋଲିସ । ଏଣୁ କୌଣସି ପୋଲିସ କର୍ମଚାରୀ ତାଙ୍କ ପାଖକୁ ଯାଇ ନଥିଲେ । ହେଲେ ବର୍ଷା କିଛି ସମୟ ଦୂରରେ ରହି ଦେଖିବା ପରେ ବୃଦ୍ଧାଙ୍କ ନିକଟକୁ ଯାଇଥିଲେ । ବୃଦ୍ଧା ଖାଇବା ପାଇଁ କହିଥିଲେ ସୁଦ୍ଧା ସେ କିଛି ଉତ୍ତର ଦେଇ ନ ଥିଲେ । ବୃଦ୍ଧା ଜଣଙ୍କ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ବୋଲି ବର୍ଷା କୁହନ୍ତି । ବୃଦ୍ଧାଙ୍କ ପାଟିକୁ କିଛି ସମୟ ନିରେଖି ଦେଖିବା ପରେ ସେ ଭୋକିଲା ଅଛନ୍ତି ବୋଲି ବର୍ଷା ଅନୁଭବ କରିଥିଲେ । ଏହା ପରେ ବର୍ଷା ନିଜେ ଖାଦ୍ୟ ପୁଡ଼ିଆକୁ ଖୋଲି ବୃଦ୍ଧାଙ୍କ ପିଠି ଥାପୁଡ଼ାଇ ତାଙ୍କୁ ଖୁଆଇ ଦେଇଥିଲେ । ଅଳ୍ପ ଟିକେ ଖାଇବାକୁ ବୃଦ୍ଧା ଜଣଙ୍କ ଅନେକ ସମୟ ନେଇଥିଲେ ବୋଲି ବର୍ଷା କୁହନ୍ତି । ହେଲେ ତାଙ୍କୁ ଭୋକ ଲାଗୁଥିଲେ ସୁଦ୍ଧା ସେ ଆମ ହାତରୁ ଖାଇବାକୁ ଯେପରି ଅରାଜି ଥିଲେ ବୋଲି ବର୍ଷା କୁହନ୍ତି । ପରେ ପାଣି ବୋତଲ ଓ କିଛି ବିସ୍କୁଟ ପ୍ୟାକେଟ ବୃଦ୍ଧାଙ୍କୁ ଦେଇ ଘରକୁ ଫେରିଥିଲେ ଏସ୍‌ଆଇ ବର୍ଷା । ବୃଦ୍ଧାଙ୍କ ପ୍ରତି ତାଙ୍କର ଏହି ସହାନୁଭୂତି ସମ୍ପର୍କରେ ବର୍ଷା କୁହନ୍ତି, କିଛି ସମୟ ତାଙ୍କୁ ଦେଖିବା ପରେ ମନ ବିଚଳିତ ହୋଇଥିଲା । ଭୋକରେ ଥିଲେ ସୁଦ୍ଧା ସେ କାହିଁକି ପେଟପୁରା ଖାଇ ନ ଥିଲେ ନେଇ ମୋ ଭିତରେ ଅନେକ ପ୍ରଶ୍ନ ଆସୁଛି ବୋଲି ବର୍ଷା କୁହନ୍ତି । ସୂଚନା ଥାଉକି, ବର୍ଷାଙ୍କ ସ୍ବାମୀ ଜ୍ଞାନରଞ୍ଜନ ମହାପାତ୍ର ଭୁବନେଶ୍ୱର ଧଉଳିଥାନାର ଏସ୍‌ଆଇ ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri