ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ବାଂଶ ପଞ୍ଚାୟତରେ। ଏହି ପଞ୍ଚାୟତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏମ୍‌ଜିଏନଆରଇଜିଏସ୍‌ ମାଧ୍ୟମରେ ଚାନ୍ଦପୁରାର ଗୋଚ୍ଛାୟତସାହି ପୋଖରୀ ପୁନଃରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହାର କୋର୍ଡ ନଂ. ଥିଲା ୨୪୧ଜି୦୦୪୦୧୫/ଡବ୍ଲ୍ୟୁଏଚ/୩୦୯୭୮୧୨। ଏହି ଯୋଜନାରେ ଜୁଲାଇ ୨୦୧୮ ରେ ଉକ୍ତ ପୋଖରୀ ଖନନ ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ, ଜବ୍‌କାର୍ଡଧାରୀଙ୍କ ଦ୍ୱାରା କାର୍ଯ୍ୟ ହେବା କଥା। କିନ୍ତୁ ପୋଖରୀ ଖୋଳୁଥିବା ଠିକାଦାର ମେଶିନ ଯୋଗେ କାର୍ଯ୍ୟ କରି ବିଲ୍‌ କରିନେବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଉ ବିଲ୍‌ ହୋଇପାରି ନ ଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ ଜାନୁୟାରୀ ୨୦୧୯ରେ ଆମ ଗାଁ ଆମ ବିକାଶ ଯୋଜନା ଉଦ୍‌ଘାଟିତ ହେଲା। ଏହି ଯୋଜନାରେ ନାଉଗାଁ ବ୍ଲକର ୧୬ ପଞ୍ଚାୟତକୁ ୨୫ ଲକ୍ଷ ହିସାବରେ ୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଗଲା। ନିୟମ ଅନୁଯାୟୀ, ଏହି ଯୋଜନାରେ ପ୍ରକଳ୍ପ ନିର୍ମାଣ ପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ଯନ୍ତ୍ରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ପ୍ରକଳ୍ପ ଆରମ୍ଭର ଫଟୋ ପ୍ରଦାନ କରାଯିବ। ଏଥିସହ କାମ ଆରମ୍ଭ ପୂର୍ବରୁ ସୂଚନା ଫଳକରେ ସବିଶେଷ ତଥ୍ୟ ଦିଆଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଗଷ୍ଟ ୨୦୧୯ରେ କୌଣସି ଗୋଟିଏ ବି ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିଲା। ବିଭିନ୍ନ ପ୍ରକଳ୍ପ ପାଇଁ ଲେଆଉଟ୍‌ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡିଓ ରଶ୍ମିରେଖା ମଲିକ ପ୍ରକାଶ କରିଥିଲେ। କିନ୍ତୁ ବାଂଶ ପଞ୍ଚାୟତର ଗୋଚ୍ଛାୟତ ସାହି ପୋଖରୀକୁ ଆମ ଗାଁ, ଆମ ବିକାଶ ଯୋଜନାରେ ସାମିଲ କରାଯାଇଛି। ଏନେଇ ସୂଚନା ଫଳକରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ, ଏହାର କାର୍ଯ୍ୟ ଆରମ୍ଭ ତାରିଖ ୨ ମାର୍ଚ୍ଚ ୨୦୧୯ ଓ ଶେଷ ତାରିଖ ୨ ମେ ୨୦୧୯ ରଖାଯାଇଛି। ସେହିପରି ବ୍ୟୟ ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା ଓ କାର୍ଯ୍ୟ ନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ବୋଲି ଦର୍ଶାଯାଇଛି। କିନ୍ତୁ ଏ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ଯନ୍ତ୍ରୀ ଜାଣି ନ ଥିବା କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଅଗୋଚରରେ କିପରି ଆମ ଗାଁ ଆମ ବିକାଶ ଯୋଜନାର ଫଳକ ଲଗାଇ ୩ ଲକ୍ଷ ଟଙ୍କା ବିଲ୍‌ କରିନେବାକୁ ଉଦ୍ୟମ ଚାଲିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରୁଥିବା ବେଳେ କେବଳ ପୋଖରୀ ହୁଡ଼ା ଗୋଟିଏ ଦିନ ସଫା କରି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୀତାଂଶୁ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଲେ ଯେ, କାର୍ଯ୍ୟ କେବେ ହୋଇଛି, କିଏ କରିଛି ତାହା ସେ ଜାଣି ନାହାନ୍ତି। ସେହିପରି ଯନ୍ତ୍ରୀ ଶାରଦା ପ୍ରସାଦ ସ୍ବାଇଁ କହିଛନ୍ତି ଯେ, ସୂଚନା ଫଳକ କି କାର୍ଯ୍ୟ ବିଷୟରେ ସେ ଜାଣନ୍ତି ନାହିଁ। ଉକ୍ତ କାର୍ଯ୍ୟ କିଏ କରୁଛି ତାହା ମଧ୍ୟ ସେ ଅବଗତ ନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri