ଏମ୍‌ଏସ୍‌ଏମ୍‌ଇ ଲାଗି ନୂଆ ରୋଡ୍‌ମ୍ୟାପ୍‌

 

ନୂଆଦିଲ୍ଲୀ,୧।୬: କରୋନା ଦ୍ୱାରା କବଳିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଦେଶର ବିକାଶ କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ପ୍ରମୁଖ ଯୋଗଦାନ ରଖୁଛନ୍ତି। ହେଲେ ଗତ କିଛି ବର୍ଷ ଧରି ଏମ୍‌ଏସ୍‌ଏମ୍‌ଇ ବିଭିନ୍ନ ଚାପର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱ ମାନ୍ଦାବସ୍ଥା ଯୋଗୁ ରପ୍ତାନି କ୍ଷତିଗ୍ରସ୍ତ ହେଉ କି ବଜାରରେ ଚାହିଦା କମ୍‌ ହେଉ ବିଭିନ୍ନ ସମସ୍ୟାରେ କ୍ଷୁଦ୍ରଶିଳ୍ପ ଛନ୍ଦିହୋଇ ରହିଛି। ଏହି ଶିଳ୍ପଗୁଡିକୁ ପୁଣି ଥରେ ଛିଡା କରାଇବା ଲାଗି ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ସରକାର ନିକଟରେ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡ଼ିକୁ ଟ୍ରାକ୍‌କୁ ଆଣିବା ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି।
କେନ୍ଦ୍ର ସରକାର ସୋମବାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲାଗି ନୀତି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶ ଭାବେ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ମୋଦି ୨.୦ର ଦ୍ୱିତୀୟ ବର୍ଷ ପ୍ରଥମ କ୍ୟାବିନେଟ ବୈଠକରେ ଏମ୍‌ଏସ୍‌ଏମ୍‌ଇ ସଂଜ୍ଞା ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି। ନୂଆ ସଂଜ୍ଞା ମୁତାବକ ୧ କୋଟି ଟଙ୍କାର ନିବେଶ ଏବଂ ୫ କୋଟି ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନୀକୁ ଅଣୁ ୟୁନିଟ ଭାବେ ବିବେଚନା କରାଯିବ। ସେହିଭଳି ୧୦ କୋଟି ଟଙ୍କାର ନିବେଶ ୫୦ କୋଟି ଟଙ୍କାର କାରବାର କରୁଥିଲେ କ୍ଷୁଦ୍ର ଏବଂ ୫୦ କୋଟି ଟଙ୍କାର ନିବେଶ ଏବଂ ୨୫୦ କୋଟି କାରବାର ସୀମା ହାସଲ କରୁଥିଲେ ଏହାକୁ ମଧ୍ୟମ ବର୍ଗ ୟୁନିଟ ବୋଲି ବିଚାର କରାଯିବ। କାରବାର କ୍ଷେତ୍ରରେ ରପ୍ତାନିକୁ ବାଦ୍‌ ଦିଆଯାଇନାହିଁ।
କେନ୍ଦ୍ର ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକୁ ପୁଞ୍ଜି ଯୋଗାଣ ଲାଗି ବ୍ୟବସ୍ଥା କରିଛନ୍ତି। ନଗଦ ପୁଞ୍ଜି ଭାବେ ଏହି ଶିଳ୍ପଗୁଡିକୁ ୫୦ ହଜାର କୋଟି ଟଙ୍କା ଯୋଗାଇଦେବା ଲାଗି ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାକୁ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଯୋଗଦାନ ରଖୁଥିବାରୁ ଏହାର ଗୁରୁତ୍ୱକୁ ବୁଝି ସରକାର ନୂଆ ପଦକ୍ଷେପ ହାତକୁ ନେଇଛନ୍ତି ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଏହି ପଦକ୍ଷେପଗୁଡିକ ବାଣିଜି୍ୟକ ପରିବେଶରେ ଉନ୍ନତି, ନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି ଉପରେ ଯୋଗଦାନ ରଖିବ ବୋଲି ସେ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ସାରା ଦେଶରେ ୬୦ ନିୟୁତ ଏମ୍‌ଏସ୍‌ଏମ୍‌ଇ ମୋଟ ଜିଡିପିକୁ ୨୯% ଯୋଗଦାନ ରଖୁଛନ୍ତି। ରପ୍ତାନି କ୍ଷେତ୍ରରେ ୪୮% ଏବଂ ୧୧୦ ନିୟୁତ ଲୋକଙ୍କୁ ନିଯୁକ୍ତି ଦେବାରେ କମ୍ପାନୀଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ୟୁ.କେ. ସିହ୍ନା କମିଟିର ସୁପାରିସକ୍ରମେ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଚାପଗ୍ରସ୍ତ ସମ୍ପତ୍ତି ଲାଗି ସରକାର ୪ ହଜାର କୋଟି ଟଙ୍କାର ଏକ ପାଣ୍ଠି ଘୋଷଣା କରିଛନ୍ତି। ଏହି କମ୍ପାନୀଗୁଡିକ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ଯୋଜନା ଦ୍ୱାରା ପ୍ରଭାବିତ ସ୍ଥିତିରେ ଥିବା ପ୍ରାୟ ୨ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଲାଭବାନ ହେବେ ବୋଲି କୁହାଯାଇଛି। ଏହାବାଦ୍‌ ସରକାର ଉଠାଦୋକାନୀଙ୍କ ଲାଗି ୧୦ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ୫୦ ଲକ୍ଷ ବ୍ୟବସାୟୀ ଏହାଦ୍ୱାରା ଲାଭବାନ ହୋଇପାରିବେ। ଏହାବାଦ କିଷାନ କ୍ରେଡିଟ୍‌ କାର୍ଡ ଋଣ କ୍ଷେତ୍ରରେ ରିହାତି ଏବଂ ୧୪ ଖରିଫ ଫସଲ ଉପରେ ଏମ୍‌ଏସ୍‌ପି ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri