ଭବାନୀପାଟଣା,୨୮।୬(ଡି.ଏନ୍.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍ଡିଏଙ୍କୁ ଲିଖିତ ଅଭିଯୋଗ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତିା ଟଙ୍କା ମଞ୍ଜୁର, ପଞ୍ଚାୟତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ବ୍ଲକର ସେରଗଡ ପଞ୍ଚାୟତର ସିରିପାଲି ଗ୍ରାମର ୧୨ ଜଣ ଶ୍ରମିକ ଗତ ୨୦୧୮ ମାର୍ଚ୍ଚ ୨୮ ତାରିଖରେ ଏମଜିଏନଆରଇଜିଏସରେ ଉପରମୁଣ୍ଡାରେ ମାଟି କାମ କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଏ ନେଇ ସେମାନେ ଅନେକଥର ସେରଗଡ ପଞ୍ଚାୟତ ପିଇଓ, ସହକାରୀ ଯନ୍ତ୍ରୀ, ସରପଞ୍ଚ ଓ ଜିଆରଏସ୍ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଟଙ୍କା ମିଳି ନ ଥିବା ଜଣାଇବା ପରେ ସେମାନେ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ସାହେବ ରଣା, ବ୍ରଜବନ୍ଧୁ ବାଗ, ଗଦନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ
ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...
ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ
ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...
ଭିସୁଟ୍ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ
ସମ୍ବଲପୁର,୪ା୧୨: ଭିସୁଟ୍ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...
ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…
ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...
ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍ ‘ଏ’ ମାନ୍ୟତା
ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...
ରୋଷେଇ ଛାଡି ଫୋନ୍ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍ରେ ଗପିଚାଲିଥିଲେ। ଏଥିରେ ରାଗି...
ଟ୍ରକ୍ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର
ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...
Archives


