ଏବେ ଯିବନି ‘ସୁନ୍ଦରୀ’

ଭୁବନେଶ୍ୱର,୬ା୨(ବ୍ୟୁରୋ)/ ବନ୍ତଳା(ଡି.ଏନ୍‌.ଏ)  – ଓଡ଼ିଶାରୁ ଏବେ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’। ସାତକୋଶିଆରେ ଥିବା ସୁନ୍ଦରୀ ବର୍ତ୍ତମାନ ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଯିବନି। କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ ବାଘ ଅଛନ୍ତି। ସେଠାରେ ସୁନ୍ଦରୀକୁ ଛାଡ଼ିବାର ଥିଲା। କିନ୍ତୁ ଦୁଇଟି ବାଘ ଥିବାରୁ ସୁନ୍ଦରୀକୁ ଛଡ଼ାଯିବ ନାହିଁ। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ଛଡ଼ାଯିବ ବୋଲି ବୁଧବାର ଚିଫ୍‌ ୱାଇଲ୍ଡ ଲାଇଫ୍‌ ୱାର୍ଡେନ୍‌ ଓଡ଼ିଶା ତଥା ପିସିସିଏଫ୍‌ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ରେ ରାଜ୍ୟ ସରକାର ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ସୁନ୍ଦରୀକୁ ଆଣିଥିଲେ। ପରୀକ୍ଷାନିରୀକ୍ଷା ପରେ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା। ତେବେ ସୁନ୍ଦରୀ ଅଭୟାରଣ୍ୟର କୋର୍‌ ଏରିଆକୁ ନ ଯାଇ ଜନବସତି ଆଖପାଖରେ ଘୂରି ବୁଲିଲା। ଏହାସହ ଗୃହପାଳିତ ପଶୁ ଓ ମଣିଷ ଶିକାର କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଣୁ ବନ ବିଭାଗ ସୁନ୍ଦରୀକୁ କାବୁକରି ସାତକୋଶିଆର ରାଇଗୁଡ଼ାରେ ଥିବା ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖିଥିଲା। ପ୍ରାୟ ଦେଢ଼ ବର୍ଷ ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖାଯାଇଥିବାବେଳେ ତାକୁ ବାହାରକୁ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଇ ନ ଥିଲା। ବାଘୁଣୀର ହିଂସ୍ର ସ୍ବଭାବ ପରିବର୍ତ୍ତନ ହୋଇଯାଉଛି, ତେଣୁ ତାକୁ ଫେରେଇନେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ଓଡ଼ିଶା ବନ ବିଭାଗ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ପାଇଁ ଦିଆଯାଇଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରିଥିବା ମଧ୍ୟ ଏନ୍‌ଟିସିଏ ଉକ୍ତ ଚିଠିରେ ଲେଖିଛନ୍ତି। ଏହାପରେ ରାଜ୍ୟ ସରକାର ସୁନ୍ଦରୀକୁ ଫେରାଇ ଦେବେ ବୋଲି ଯୋଜନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ,୩।୨: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ…

ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା…

ନାଚ ସାରି ଫେରୁଥିଲେ ମେଲୋଡି କଳାକାର, ରାସ୍ତାରେ ଅଟକାଇ ମାଡ଼ ମାରିଲେ…

ଆଠଗଡ଼,୩।୨: ନାଚ ସାରି ଫେରୁଥିଲେ ମେଲୋଡି କଳାକାର ରାସ୍ତାରେ ଅଟକାଇ ମାରିଲେ ଦୁବୃର୍ତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲା ତିଗିରିଆ ଥାନା ପାଳପୁଟ ଗାଁରେ। ସୂଚନାଯୋଗ୍ୟ,…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…

ପୁରୁଷୋତ୍ତମପୁର,୩।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି…

‘ଲଡକି ବେହେନ’ ଯୋଜନାର ନାମ ପରିବର୍ତ୍ତନ ପାଇଁ ଏନ୍‌ସିପି ନେତା କଲେ ବଡ଼ ଦାବି

ମୁମ୍ୱାଇ,୩।୨: ମହାରାଷ୍ଟ୍ରରେ ଚାଲିଥିବା ‘ଲଡକି ବେହେନ’ ଯୋଜନାର ନାମ ପରିବର୍ତ୍ତନ ପାଇଁ ମଙ୍ଗଳବାର ଦାବି ଉଠିଛି। ଏନସିପି ନେତା ଅମୋଲ ମିଟକାରୀ କହିଛନ୍ତି, ଅଜିତ ଦାଦା ମହିଳାମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri