ଏବେ ବି ତଥ୍ୟ ଲୁଚାଉଛି ଚାଇନା

ଓ୍ବାଶିଂଟନ,୧୦।୫: ମହାମାରୀ କରୋନା ସଂକ୍ରମଣ (କୋଭିଡ୍‌-୧୯)କୁ ନେଇ ଚାଇନା ବିରୋଧରେ ଆମେରିକାର ଦୋଷାରୋପ ଜାରି ରହିଛି। ଚାଇନା କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ ଲୁଚାଇ ଚାଲିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଛନ୍ତି। ଚାଇନାର ଉହାନ୍‌ସ୍ଥିତ ରିସର୍ଚ୍ଚ ଲାବ୍‌ରୁ ହିଁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା ନେଇ ବଳିଷ୍ଠ ପ୍ରମାଣ ରହିଛି ବୋଲି ପମ୍ପିଓ ଗତ ସପ୍ତାହରେ ଦାବି କରିଥିଲେ।
ଶୁକ୍ରବାର ସୁଦ୍ଧା ଆମେରିକାରେ ୧୩ଲକ୍ଷ ୨୧ ହଜାର ୭୮୫ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୭୮,୬୧୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ସାରା ବିଶ୍ୱରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୨ଲକ୍ଷ ୭୫ ହଜାର ୯୭୬ଜଣଙ୍କ ମୃତ୍ୟୁ ଘଟିଛି। ଚାଇନା କଥା ଦେଖିଲେ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୮୮୬ ଥିବାବେଳେ ସେଥିମଧ୍ୟରୁ ୭୭,୯୯୩ ଜଣ ଆରୋଗ୍ୟ, ୪,୬୩୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସାରା ବିଶ୍ୱକୁ ତଥ୍ୟ ମିଳୁଛି। କିନ୍ତୁ ଚାଇନା ବାସ୍ତବ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଆସୁଛି। ପମ୍ପିଓ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣରୁ ଉହାନ ଲାବ୍‌ ଠିକଣା ଢଙ୍ଗରେ କାର୍ଯ୍ୟ କରୁ ନ ଥିଲା ବୋଲି ଜଣାପଡ଼ିଛି। ଲାବ୍‌ର ସୁରକ୍ଷା ପ୍ରତି ବିପଦ ରହିଥିଲା। ତେଣୁ ସେଠାରୁ ହିଁ ଭାଇରସ୍‌ ବ୍ୟାପିଥାଇପାରେ। ଆମକୁ ଉତ୍ତର ଦରକାର, କାରଣ ଲୋକେ ମରୁଛନ୍ତି ବୋଲି ପମ୍ପିଓ କହିଛନ୍ତି।
ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଘୋର ସଂକଟରେ। ଆମେରିକାର ଅର୍ଥନୀତି ମଧ୍ୟ ନିଜ ପ୍ରାଧାନ୍ୟ ବଜାୟ ରଖିବା ପାଇଁ ବହୁ ଚ୍ୟାଲେଞ୍ଜକୁ ସାମ୍ନା କରୁଛି। ଏହା ହେଉଛି ଚାଇନା କମ୍ୟୁନିଷ୍ଟ ପାର୍ଟିର କରୋନା ସମ୍ପର୍କିତ ତଥ୍ୟ ଲୁଚାଇବାର ସିଧା ପରିଣାମ। ମହାମାରୀ ଆରମ୍ଭରେ ଏହି ଘାତକ ଭୂତାଣୁ ସମ୍ପର୍କରେ ତଥ୍ୟ ଦେବାକୁ ଚାହୁଁଥିବା ଡାକ୍ତରମାନଙ୍କୁ କିଛି କହିବାକୁ ଚାଇନା ସୁଯୋଗ ଦେଇ ନ ଥିଲା। ଫଳରେ ଏହି ଭାଇରସ୍‌ କିପରି ଜଣଙ୍କୁ ଆକ୍ରାନ୍ତ କଲା ଏବଂ ତାଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପିଲା ତାହାର ଉତ୍ତର ଆଜି ଯାଏ ମିଳିପାରିଲା ନାହିଁ ବୋଲି ପମ୍ପିଓ କହିଛନ୍ତି। ଚାଇନା କମ୍ୟୁନିଷ୍ଟ ପାର୍ଟି ୧୨୦ରୁ ଊର୍ଦ୍ଧ୍ୱ ଦିନ ତଳୁ ଏହି ଭାଇରସ୍‌ ସମ୍ପର୍କରେ ଜାଣିପାରିଥିଲା। କିନ୍ତୁ ଅଦ୍ୟାବଧି ଆମେରିକୀୟ ଓ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ସେ ସମ୍ପର୍କିତ ତଥ୍ୟ ଲୁଚାଇ ରଖିଛି ବୋଲି ସେ କହିଛନ୍ତି।
ଚାଇନା ସରକାର ଦେଶରେ କ’ଣ ଘଟିଛି ତାହାର ଯାଞ୍ଚ କରିବାକୁ ସୁଯୋଗ ଦେଉନାହାନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ପମ୍ପିଓ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଯାଞ୍ଚ କରିବାକୁ ଚାହୁଁଥିବା ନେଇ କହିଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ଥିବା ଚାଇନାର ରାଷ୍ଟ୍ରଦୂତ ଆର୍ଥିକ ଭାବେ ହଇରାଣ କରିବାକୁ ଧମକ ଦେଇଥିଲେ। ସେହିପରି ଆର୍ଥିକ ଚାପ ପକାଇ ୟୁରୋପୀୟ ସଂଘର ଦେଶଗୁଡ଼ିକୁ ଚାଇନା ଚୁପ୍‌ କରୁଛି। ପୂର୍ବରୁ ମଧ୍ୟ ଆମେ ଦେଖିଛୁ ଯେ, ଆର୍ଥିକ ଶକ୍ତି ବ୍ୟବହାର କରି କେତେକ ଛୋଟ ଦେଶ ଉପରେ ପ୍ରଭାବ ବିସ୍ତାର କରୁଛି ଏବଂ ସେଗୁଡ଼ିକୁ ଧମକ ଦେଇଆସୁଛି ବୋଲି ପମ୍ପିଓ କହିଛନ୍ତି।
ଅନ୍ୟପକ୍ଷରେ କରୋନା ସଂକ୍ରମଣ ସମ୍ପର୍କରେ ତଥ୍ୟ ଲୁଚାଇବା ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ଉହାନ ଲାବ୍‌ରୁ କରୋନାର ଉତ୍ପତ୍ତି କଥା କହି ଆମେରିକା ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ ଚଳାଇଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି। ପମ୍ପିଓଙ୍କ ଅଭିଯୋଗକୁ ଅସ୍ବୀକାର କରି ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍‌ କହିଛନ୍ତି ଯେ, ଚାଇନା ପ୍ରଥମ ଦେଶ ଭାବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ କୋଭିଡ୍‌-୧୯ ସମ୍ପର୍କରେ ଜଣାଇଥିଲା। ତାହାର ଅର୍ଥ ନୁହେଁ ଯେ, ଭାଇରସ୍‌ ଉହାନରୁ ଉତ୍ପତ୍ତି ହୋଇଛି। ବିଶ୍ୱର ଯେକୌଣସି ସ୍ଥାନରେ ଏହି ମହାମାରୀ ଆରମ୍ଭ ହୋଇଥାଇପାରେ। କିନ୍ତୁ ଏହାର ଉତ୍ପତ୍ତି ବିଜ୍ଞାନର ବିଷୟ। ଆମେ ଏହାକୁ ସାଇନ୍ସ ଏବଂ ମେଡିକାଲ କମ୍ୟୁନିଟି ଉପରେ ଛାଡ଼ିଦେବା ଉଚିତ ବୋଲି ଲିଜିଆନ୍‌ କହିଛନ୍ତି। ସୂଚନାଥାଉ କି, ଆମେରିକା ସେନା ହୁଏତ ଏହି ଭୂତାଣୁ ଆଣି ଉହାନରେ ଛାଡ଼ିଥାଇପାରେ ଏବଂ ଏଥିରୁ ଓ୍ବାଶିଂଟନ କୂଟନୈତିକ ବିରୋଧ ପ୍ରଦର୍ଶନ କରୁଥିବା ନେଇ ଲିଜିଆନ୍‌ ଗତ ମାର୍ଚ୍ଚ ୧୨ରେ ଅଭିଯୋଗ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri