ଏଫ୍‌ଏଟିଏଫ୍‌ରେ ଏକଘରିକିଆ ହେବ ପାକ୍‌

ପ୍ୟାରିସ୍‌,୧୫ା୧୦(ପି.ଟି.): ଅନ୍ତର୍ଜାତୀୟ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ କଡ଼ା ନଜର ରଖିଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏହି ଦେଶକୁ ସୁଧୁରିବା ଲାଗି ଶେଷ ଚେତାବନୀ ସ୍ବରୂପ ଡାର୍କ ଗ୍ରେ (କଳା ଧୂସର) ତାଲିକାରେ ରଖାଯାଇପାରେ ବୋଲି ଜଣାପଡିଛି। ଏଫ୍‌ଏଟିଏଫ୍‌ର ବିସ୍ତୃତ ଆଲୋଚନାରେ ଭାଗ ନେଇଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଆତଙ୍କବାଦକୁ ପାଣ୍ଠି ଯୋଗାଣ ରୋକିବା ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଥିବା ଇସ୍‌ଲାମାବାଦ ସବୁ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏକଘରିକିଆ ହେବାକୁ ଯାଉଥିବା ସୂଚନା ମିଳିଛି। ଆତଙ୍କବାଦକୁ ପାଣ୍ଠି ଯୋଗାଣ ରୋକିବା ଦିଗରେ ୨୭ଟି ପଦକ୍ଷେପ ନେବା ଲାଗି ପାକିସ୍ତାନକୁ ଏଫ୍‌ଏଟିଏଫ ପକ୍ଷରୁ ପରାମର୍ଶ ଦିଆଯାଇଥିତ୍ବାବେଳେ ଏହା ମାତ୍ର ୬ଟି ପଦକ୍ଷେପ ନେଇଛି। ଏଫ୍‌ଏଟିଏଫ୍‌ ପାକିସ୍ତାନ ବିରୋଧରେ ୧୮ରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଯାଉଛି। ଡାର୍କ ଗ୍ରେ ଅର୍ଥ କୌଣସି ଦେଶ ବିରୋଧରେ ଚୂଡାନ୍ତ ଚେତାବନୀ ଜାରି। ଗତବର୍ଷ ଜୁନ୍‌ରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରାଯାଇଥିଲା। ଏଥିସହିତ ଉକ୍ତ ଦେଶକୁ କେତେଗୁଡିଏ କାର୍ଯ୍ୟଯୋଜନା ୨୦୧୯ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ କୁହାଯାଇଥିଲା। ଏହାକୁ କାର୍ଯ୍ୟକାରୀ ନ କଲେ ଇରାନ ଓ ଉତ୍ତର କୋରିଆ ଭଳି ଉକ୍ତ ଦେଶକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। କୌଣସି ଦେଶ ଡାର୍କ ଗ୍ରେ ତାଲିକାରେ ରହିଲେ ଆଇଏମ୍‌ଏଫ୍‌ (ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି), ବିଶ୍ୱବ୍ୟାଙ୍କ, ୟୁରୋପୀୟ ସଂଘ ଆଦିରୁ ଆର୍ଥତ୍କ ସହାୟତା ପାଇବା କଷ୍ଟକର ହୋଇଥାଏ।
‘ଇସ୍‌ଲାମାବାଦ ବିରୋଧରେ ତଥ୍ୟ ସଂଗ୍ରହ କର’

ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଆର୍ଥିକ ସହାୟତା ଯୋଗାଇଆସୁଥିବା କଥା ସମସ୍ତେ ଜାଣନ୍ତି। ଆତଙ୍କବାଦୀ କାର୍ଯ୍ୟରେ ଇସ୍‌ଲାମାବାଦର ଭୂମିକା ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ଲାଗି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଦେଶର ସମସ୍ତ ଆତଙ୍କବାଦ ନିରୋଧୀ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି। ଏହି ତଥ୍ୟଗୁଡ଼ିକୁ ଅନ୍ତର୍ଜାତୀୟ ଫୋରମ୍‌ ଓ ମଞ୍ଚରେ ଉପସ୍ଥାପନ କରାଯାଇପାରିବ। ତଥ୍ୟ ପ୍ରମାଣ ସଂଗ୍ରହ କରିବା ଜରୁରୀ ବୋଲି ସୋମବାର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଏବଂ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌)ର ମୁଖ୍ୟମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଡୋଭାଲ କହିଥିଲେ। ପାକିସ୍ତାନ ଆତଙ୍କବାଦର ପ୍ରାୟୋଜନ କରୁଥବାର ତଥ୍ୟ ସଂଗ୍ରହ କରି ଏହାକୁ ପ୍ରମାଣରେ ବଦଳାଇବାକୁ ହେବ। ଏଫ୍‌ଏଟିଏଫ୍‌ ଇସ୍‌ଲାମାବାଦ ଉପରେ ସର୍ବାଧିକ ଚାପ ପକାଇଥିବା ଡୋଭାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri