Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ : ଶୁଟ୍‌ଆଉଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଭୁବନେଶ୍ୱର ୨୩।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ଶୁଟ୍‌ଆଉଟ ୩-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ଗୋଲରେ ବରାବର ରହିଥିଲା। ଫଳରେ ଏହି ମ୍ୟାଚରୁ ଭାରତ ୨ ଓ ଅଷ୍ଟ୍ର୍ରେଲିଆ ୧ ପଏଣ୍ଟ ପାଇଛି। ଭାରତ ଏହାକୁ ମିଶାଇ ମୋଟ ୬ ମ୍ୟାଚ ଖେଳିଥିବାବେଳେ ୨ ବିଜୟ, ୨ ଶୁଟ୍‌ଆଉଟ ବିଜୟ ଓ ୨ ପରାଜୟ ସହ ୧୦ ପଏଣ୍ଟ ପାଇଛି। ସେହିପରି ଅଷ୍ଟେଲିଆ ୬ ମ୍ୟାଚରୁ ୨ ବିଜୟ, ୧ ଶୁଟ୍‌ ଆଉଟ ବିଜୟ, ୨ ଶୁଟ୍‌ ଆଉଟ ପରାଜୟ ଓ ୧ ପରାଜୟ ସହ ୧୦ ପଏଣ୍ଟ ପାଇଛି। ହରମନପ୍ରୀତ ସିଂ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ମ୍ୟାଚରେ ପରାଜୟରୁ ଶିକ୍ଷାଲାଭ କରିଥିବା ଭାରତ ଦ୍ୱିତୀୟ ମ୍ୟାଚର ପ୍ରଥମ କ୍ବାର୍ଟରରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଖେଳିଥିଲା। ତେବେ ଅଷ୍ଟ୍ରେଲିଆ ସ୍ବାଭାବିକ ସ୍ପିଡ୍‌ ଗେମ୍‌ ଖେଳି ଭାରତ ଉପରେ ଚାପ ପକାଇଥିଲା। ଡି ଏରିଆ ମଧ୍ୟରେ ତ୍ରୁଟି ଯୋଗୁ ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ୪ଟି ପେନାଲ୍ଟି କର୍ନର ମିଳିଥିଲା। ମ୍ୟାଚ ଆରମ୍ଭର ତତ୍‌କ୍ଷଣାତ ଅର୍ଥାତ୍‌ ୩୧ ସେକେଣ୍ଡରେ ଦଳ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲା। ଗୋଲ କିପର ପି.ଆର. ଶ୍ରୀଜେଶଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାହା ସେଭ୍‌ ହୋଇ ଯାଇଥିଲା। ୭ମ ମିନିଟରେ ଅଷ୍ଟ୍ରେଲିଆ କ୍ରମାଗତ ୨ଟି ପେନାଲ୍ଟି କର୍ନର ପାଇଥିଲା। ଦ୍ୱିତୀୟ ସୁଯୋଗରେ ଅଷ୍ଟ୍ରେଲିଆ ଗୋଲ କରିଥିଲେ ହେଁ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ ଭିଡିଓ ରେଫରାଲ ମାଗିଥିଲେ। ସେଥିରେ ଗୋଲ ହେବା ପୂର୍ବରୁ ବଲ୍‌ ଅଷ୍ଟ୍ରେଲିଆର ଆରନ ଜେଲସ୍କିଙ୍କ ଗୋଡ଼ରେ ବାଜିଥିବା ସ୍ପଷ୍ଟ ହୋଇଥିଲା। ଫଳରେ ଗୋଲଟି ନାକଚ ହୋଇ ଯାଇଥିଲା। ୧୨ତମ ମିନିଟ ପେନାଲ୍ଟି କର୍ନରକୁ ମଧ୍ୟ ଶ୍ରୀଜେଶ୍‌ ଚମତ୍କାର ସେଭ୍‌ କରିଥିଲେ। ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୧୬ତମ ମିନିଟରେ ଭାରତ ପାଇଁ ଅଗ୍ରଣୀ ନେବାର ଭଲ ସୁଯୋଗ ମିଳିଥିଲା। ମାତ୍ର ଅଷ୍ଟ୍ରେଲିଆ ଗୋଲପୋଷ୍ଟରେ ବଡ଼ ଗ୍ୟାପ ଥିଲେ ହେଁ ଗୁର୍‌ସାହିବଜିତ ସିଂ ମାରିଥିବା ବଲଟି ବାହାରେ ଚାଲି ଯାଇଥିଲା। ଅଷ୍ଟ୍ରେଲିଆ ୧୮ ଓ ୨୩ତମ ମିନିଟରେ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ମିସ୍‌ ହୋଇଥିଲା। ତେବେ ସେହି ୨୩ ତମ ମିନିଟରେ ଭାରତ ଗୋଲକିପର କ୍ରିଷ୍ଣନ ବାହାଦୁର ପାଠକଙ୍କ ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆର ଟ୍ରେଣ୍ଟ ମିଟନ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଅଷ୍ଟ୍ରଲିଆର ଏହି ଖୁସି ବେଶି ସମୟ ତିଷ୍ଠିପାରି ନ ଥିଲା। ୨୫ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ରୂପିନ୍ଦରପାଲ ସିଂ ଗୋଲରେ ପରିଣତ କରି ମ୍ୟାଚକୁ ସମାନସ୍ତରକୁ ନେଇ ଆସିଥିଲେ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୨୭ତମ ମିନିଟରେ ଭାରତକୁ ପେନାଲ୍ଟି କର୍ନର ମିିଳିଥିଲା। ହରମନପ୍ରୀତ ସିଂ ଏହାକୁ ମିସ୍‌ କରିଥିଲେ। ମାତ୍ର ଅଷ୍ଟ୍ରେଲିଆ ଖେଳାଳିଙ୍କ ତ୍ରୁଟି ଯୋଗୁ ଭାରତକୁ କ୍ରମାଗତ ୨ୟ ପେନାଲ୍ଟି କର୍ନର ମିଳିଥିଲା। ଏଥର କିନ୍ତୁ ହରମନପ୍ରୀତ ଭୁଲ ନ କରି ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୧ ଗୋଲରେ ଅଗ୍ରଣୀ ନେଇଥିଲା।
ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣ ଆରମ୍ଭ କରିଥିଲା। ତେଣୁ ୩୧ତମ ମିନିଟରେ ହିଁ ଦଳକୁ ପେନାଲ୍ଟି କର୍ନର ମିଳି ଯାଇଥିଲା। ଏହା ସେଭ୍‌ ହୋଇଥିଲେ ହେଁ କ୍ରମାଗତ ୨ଟି ପେନାଲ୍ଟି କର୍ନର ପାଇଥିଲା ଅଷ୍ଟ୍ରେଲିଆ। ମାତ୍ର ଏଥର ମଧ୍ୟ ଅଷ୍ଟ୍ରେଲିଆ ଖେଳାଳିମାନେ ସଫଳ ହାଇ ନ ଥିଲେ। ୩୩ତମ ମିିନିଟରେ ଡି ଏରିଆ ମଧ୍ୟରେ ଜରମନପ୍ରୀତ ସିଂଙ୍କ ଷ୍ଟିକ୍‌ ଚେକ୍‌ ପାଇଁ ଭାରତକୁ ଦଣ୍ଡ ସ୍ବରୂପ ଅଷ୍ଟ୍ରେଲିଆକୁ ପେନାଲ୍ଟି ଷ୍ଟ୍ରୋକ୍‌ ଅଫର ଦିଆ ଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ମ୍ୟାଚକୁ ସମାନସ୍ତରକୁ ଆଣିବା ପାଇଁ ଶତ ପ୍ରତିଶତ ସୁଯୋଗ ଆସିଥିଲା। ମାତ୍ର ଭାରତକୁ ଭାଗ୍ୟଦେବୀ ସହାୟ ହୋଇଥିଲେ। ଅଷ୍ଟ୍ରେଲିଆର ଟିମ୍‌ ବ୍ରାଣ୍ଡ୍‌ ମାରିଥିବା ଶଟ୍‌ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହାପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଆଉ ଗୋଲ ହୋଇପାାରି ନ ଥିଲା। ଫଳରେ ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ପୂର୍ବତନ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ କିନ୍ତୁ ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲା। ତୃତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୪୬ତମ ମିନିଟରେ ଭାରତୀୟ ଗୋଲକିପର ପାଠକଙ୍କ ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆର ଆରନ ଜେଲସ୍କିି ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ଏହାପରେ ଭାରତ କେତେକ ଭଲ ମୁଭ୍‌ ନେଇଥିଲେ ହେଁ ଫିିନିଶିଂ କରିପାରି ନ ଥିଲା। ମ୍ୟାଚ ଶେଷ ହେବାପାଇଁ ୬ ମିନିଟ ଥିବାବେଳେ ରାଜ କୁମାର ପାଲ୍‌ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଫିଜିଓଙ୍କ ସହାୟତାରେ ସେ ପଡ଼ିଆ ବାହାରକୁ ଯାଇଥିଲା। ମ୍ୟାଚ ଶେଷ ହେବାପାଇଁ ୧ ମିନିଟ ଥିବବେଳେ ନୀଳକାନ୍ତ ଶର୍ମାଙ୍କ ଶକ୍ତିଶାଳୀ ଶଟ୍‌କୁ ଅଷ୍ଟ୍ରେଲିଆ ଗୋଲକିପର ଚମତ୍କାରଭାବେ ସେଭ୍‌ କରି ଦେଇଥିଲେ। ୧୨ ସେକେଣ୍ଡ ବାକିଥିବାବେଳେ ଅଷ୍ଟ୍ରେଲିଆ ଏକ ପେନାଲ୍ଟି କର୍ନର ପାଇଥିଲା। ମାତ୍ର ଭାରତୀୟ ରକ୍ଷଣଭାଗ ତାହାକୁ ଚମତ୍କାର ଭାବେ ସେଭ୍‌ କରି ଦେଇଥିଲେ। ଫଳରେ ମ୍ୟାଚ ଶୁଟ୍‌ ଆଉଟକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri