Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: କଳିଙ୍ଗରେ ହକି ହାଙ୍ଗାମା

ଭୁବନେଶ୍ୱର,୬।୬(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଭାରତ ପାଇଁ ଏହି ଟୁର୍ନାମେଣ୍ଟ ପ୍ରଥମ ପାହାଚ ସଦୃଶ ହୋଇଛି। ନୂଆ କୋଚ୍‌ ଗ୍ରାହମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଭାରତ ଏହି ଟୁର୍ନାମେଣ୍ଟରେ ଫେଭରାଇଟ ବିବେଚିତ ହେଉଛି ଓ ଭାରତ ପ୍ରଥମଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି।
ଏସିଆ, ୟୁରୋରପ, ଆଫ୍ରିକା ଓ ଉତ୍ତର ଆମେରିକାରୁ ୮ଟି ଦଳ ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର୍ସର ଦୁଇଟି ସ୍ଥାନ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଖେଳାଯିବ। ଭାରତ ସମେତ ପୋଲାଣ୍ଡ, ରୁଷିଆ ଓ ଉଜ୍‌ବେକିସ୍ତାନ ପୁଲ୍‌ ଏ’ରେ ସ୍ଥାନ ପାଇଛନ୍ତି। ସେହିପରି ପୁଲ୍‌ ବି’ରେ ସ୍ଥାନ ପାଇଥିବା ଦଳଗୁଡିକ ହେଲେ ଦକ୍ଷିଣ ଆଫ୍ରିକା, ଏସିଆନ ଗେମ୍ସ ଚାମ୍ପିୟନ ଜାପାନ, ଆମେରିକା ଓ ମେକ୍ସିକୋ। ଭାରତ ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ର ପଞ୍ଚମ ସ୍ଥାନରେ ରହିଛି। ର଼୍ୟାଙ୍କିଙ୍ଗ୍‌ରେ ଅନ୍ୟ ଦଳଗୁଡିକ ଭାରତଠାରୁ ଯଥେଷ୍ଟ ନିମ୍ନରେ ରହିଛନ୍ତି। ପ୍ରତିଭା, ଦକ୍ଷତା ଓ କ୍ଷମତା ଦୃଷ୍ଟିକୋଣରୁ ଭାରତ ଏହି ଦଳଗୁଡିକଠାରୁ ଯଥେଷ୍ଟ ଉପରେ ରହିଛି। ର଼୍ୟାଙ୍କିଙ୍ଗ୍‌ରେ ଦକ୍ଷିଣ ଆଫ୍ରିକା ୧୬, ଜାପାନ ୧୮ତମ ସ୍ଥାନରେ ରହିଛି।

ଭାରତ ଗୁରୁବାର ତା’ର ପ୍ରଥମ ମ୍ୟାଚ୍‌ରେ ରୁଷିଆକୁ ଭେଟି ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ରେ ଭାରତ ବୃହତ୍‌ ବ୍ୟବଧାନରେ ବିଜୟୀ ହେବ ଓ ଭାରତ ଶୀର୍ଷରେ ରହିବ ବୋଲି ଆଶା କରାଯାଉଛି। ଜାକର୍ତ୍ତା ଅଲିମ୍ପିକ୍ସ ଗେମ୍ସରେ ଭାରତ ଲାଗି ଅଲିମ୍ପିକ୍ସ ଯୋଗ୍ୟତା ହାସଲର ସୁଯୋଗ ଥିଲା। ତେବେ ସେମିଫାଇନାଲରେ ଭାରତ ମାଲେସିଆଠାରୁ ପରାସ୍ତ ହୋଇ ଫାଇନାଲକୁ ଉଠିବାର ବିଫଳ ହୋଇଥିଲା। ସେହିପରି ଚଳିତବର୍ଷ ଅନୁଷ୍ଠିତ ଆଜଲାନ ଶାହ କପ୍‌ରେ ଶ୍ରେଷ୍ଠ ଦଳ ହୋଇଥିଲେ ମଧ୍ୟ ଫାଇନାଲରେ କୋରିଆଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଭାରତ ପାଇଁ ଅଲିମ୍ପିକ୍ସ ଯୋଗ୍ୟାତା ହାସଲ କରିବାର ପ୍ରଥମ ସୁଯୋଗ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟ କୋଚ୍‌ ତଥା ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ଗ୍ରାହମ ରିଡ୍‌ଙ୍କ ପାଇଁ ପ୍ରଥମ ପରୀକ୍ଷା ସଦୃଶ ହୋଇଛି। ଗତ ଡିସେମ୍ବରରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ ପରେ କୋଚ୍‌ ହରେନ୍ଦ୍ର ସିଂଙ୍କୁ ବହିଷ୍କାର କରାଯାଇଥିଲା ଓ ରିଡ୍‌ଙ୍କୁ ନୂଆ କୋଚ୍‌ ନିଯୁକ୍ତି କରାଯାଇଥିଲା। ପୂର୍ବରୁ ଟେରୀ ଓ୍ବାଲ୍ସ, ପଲ ଭାନ ଆସ, ମାଇକେଲ ନୋବ୍ସ ଭାରତୀୟ କୋଚ୍‌ ରୂପେ ଯାହା କରିପାରି ନ ଥିଲେ ରିଡ୍‌ ତାହା କରିପାରିଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ଫଳରେ ରିଡଙ୍କ ଉପରେ ଯଥେଷ୍ଟ ଆଶା ରହିଛି ଓ ସେଥିପାଇଁ ସେ ଚାପରେ ରହିଥିବେ।
ରିଡ ପୂର୍ବରୁ ଅଷ୍ଟ୍ରେଲୀୟ ପୁରୁଷ ଦଳର କୋଚ୍‌ ରହି ସାରିଛନ୍ତି। ତେବେ ତଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ନାହିଁ। ନିଯୁକ୍ତି ପାଇବା ପରେ ପରେ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ତେଣୁ ତାଙ୍କ ଯଥାଶୀଘ୍ର ଦକ୍ଷତା ଦେଖାଇବାକୁ ପଡିବ। ଖରାପ ପ୍ରଦର୍ଶନ ପରେ ହକି ଇଣ୍ଡିଆ ତା’ର କୋଚ୍‌ମାନଙ୍କୁ ବହିଷ୍କାର କରିବାର ଅଭ୍ୟାସ ରହିଛି। ତେଣୁ ଏଭଳି ପରିସ୍ଥିତିରେ ରିଡ୍‌ଙ୍କ ପାଇଁ ଜବରଦସ୍ତ ଚ୍ୟାଲ୍ୟେଞ୍ଜ୍‌ ରହିଛି। ପ୍ରଥମ ମ୍ୟାଚ୍‌ରେ ରୁଷିଆକୁ ଭେଟିବା ପରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଶୁକ୍ରବାର ପୋଲାଣ୍ଡକୁ ଭେଟିବ। ସେହିପରି ଜୁନ୍‌ ୧୦ ତାରିଖରେ ଭାରତ ଅନ୍ତିମ ପୁଲ୍‌ ଗେମ୍‌ରେ ୧୦ ତାରିଖରେ ଉଜ୍‌ବେକିସ୍ତାନକୁ ଭେଟିବ। ଯଦି ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୁଏ ତାହେଲେ ଭାରତ ପାଇଁ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେବ। ଅଲିମ୍ପିକ୍ସ କ୍ୱାଲିଫାୟର ଖେଳିବାକୁ ହେଲେ ଭାରତକୁ ଏହି ଟୁର୍ନାମେଣ୍ଟରେ ଅତିକମ୍‌ରେ ଫାଇନାଲରେ ପ୍ରବେଶ କରିବାକୁ ହେବ।
ଏକ ଶକ୍ତିଶାଳୀ ଦଳ ସହ ଭାରତ ପଡିଆକୁ ଓହ୍ଲାଇବ। ଷ୍ଟ୍ରାଇକର ରମନଦୀପ ସିଂ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଭିଜ୍ଞ ଗୋଲ କିପର ପି. ଆର. ଶ୍ରୀଜେସଙ୍କ ପାଇଁ ବଡ଼ ପରୀକ୍ଷା ସୃଷ୍ଟି ହୋଇଛି। କ୍ୟାରିୟର ଆଗକୁ ବଢାଇବାକୁ ହେଲେ ତାଙ୍କୁ ଭଲ ପ୍ରଦର୍ଶନ କରବାକୁ ହେବ। ଅଭିଜ୍ଞ କିମ୍ବା ବଡ଼ ତାରକା ଖେଳାଳି ହୁଅନ୍ତୁ ପଛେ ରିଡ୍‌ ଫର୍ମକୁ ଅଗ୍ରାଧିକାର ଦେଇଛନ୍ତି। ସେଥିପାଇଁ ସେ ରୂପିନ୍ଦର ପାଲ ସିଂଙ୍କୁ ଦଳରେ ସାମିଲ କରିନାହାନ୍ତି। ବଦଳରେ ସେ ହରମନପ୍ରୀତ ସିଂ, ବରୁଣ କୁମାର ଓ ଅମିତ ରୋହିଦାସଙ୍କୁ ଦଳରେ ସାମିଲ କରିଛନ୍ତି। ପେନାଲ୍ଟି କର୍ନରରେ ଏହି ଖେଳାଳିମାନେ ସଫଳ ହେବେ ବୋଲି ଆଶା କରାଯାଉଛି। ମିଡ୍‌ଫିଲ୍ଡରେ ଅଧିନାୟକ ମନପୀତ ସିଂଙ୍କୁ ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା ଓ ହାର୍ଦ୍ଦିକ ସିଂ ସହଯୋଗ କରିବେ। ସେହିପରି ଆକାଶଦୀପ ସିଂ, ମନଦୀପ ସିଂ ଷ୍ଟ୍ରାଇକର ହିସାବରେ କମାଲ କରିବା ଆଶା କରାଯାଉଛି। ଭାରତୀୟ ଖେଳାଳିଙ୍କୁ ଫିନିଶିଂରେ ଉନ୍ନତି ଆଣିବାକୁ ହେବ। ପୁଣି ଅନ୍ତିମ ମିନିଟ୍‌ରେ ଗୋଲ ବରଣ କରିବାର ଅଭ୍ୟାସକୁ ବଦଳାଇବାକୁ ପଡିବ। ଗତ ୩ ସପ୍ତାହ ହେବ ଆମେ ପିନିଶିଂରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରୁଛୁ। ସବୁ ଦୁର୍ବଳତାକୁ ଦୂରେଇବା ପାର୍ଇ ଆମେ ପ୍ରୟାସ କରିବୁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ କହିଛନ୍ତି।

ଗୁରୁବାର ବାକି ଦୁଇଟି ମ୍ୟାଚ୍‌ରେ ଆମେରିକା ଓ ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ ଓ ଉଜ୍‌ବେକିସ୍ତାନ ପୁଲ୍‌ ବି’ରେ ପରସ୍ପରକୁ ଭେଟିବେ। ଏହି ଟୁର୍ନାମେଣ୍ଟ ହେଉଛି ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ଟୁର୍ନାମେଣ୍ଟ। ପୂର୍ବରୁ ପ୍ରଥମ ଟୁର୍ନାମେଣ୍ଟ ମାଲେସିଆରେ ଏପ୍ରିଲ ୨୬ରୁ ମେ ୪ ତାରିଖ ମଧ୍ୟରେ ଖେଳାଯାଇଥିଲା। ସେହିପରି ତୃତୀୟ ଟୁର୍ନାମେଣ୍ଟ ଫ୍ରାନ୍ସରେ ଜୁନ ୧୫ରୁ ୨୩ ତାରିଖ ମଧ୍ୟରେ ଖେଳାଯିବ। ମୋଟ ଉପରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଳିଫାୟର୍ସରେ ୧୪ଟି ଦଳ ସାମିଲ ରହିବେ। ଏଥିମଧ୍ୟରୁ ଟୋକିଓ ଅଲିମ୍ପିକ୍ସ ପାଇଁ ୧୪ଟି ଦଳ କ୍ୱାଲିଫାଏ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ଅଷ୍ଟ୍ରେଲିଆ ଅଧିନାୟକ: ନା କରିବା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୫: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ୟାଟ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri