Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲରେ ଆମେରିକାକୁ ହରାଇଥିବାବେଳେ ଦ୍ୱିତୀୟ ସେମିରେ ଭାରତ ୭-୨ ଗୋଲରେ ଏସୀୟ ଚାମ୍ପିୟନ ଜାପାନକୁ ପରାସ୍ତ କରିଛି। ଏଥିସହ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମ୍ୟାଚ ଆରମ୍ଭରେ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଶେଷରେ କ୍ରୀଡ଼ା ସଚିବ ବିଶାଲ ଦେବ ଅତିଥିଭାବେ ଯୋଗଦେଇ ଭାରତ ପକ୍ଷରୁ ଡବଲ ଗୋଲ ସ୍କୋର କରିଥିବା ରମଣଦୀପ ସିଂଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଟାଇଟଲ ପାଇଁ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଏହି ଦିନ ୩ୟ ସ୍ଥାନ ପାଇଁ ଜାପାନ ଓ ଆମେରିକା ପରସ୍ପରକୁ ଭେଟିବେ।
ମ୍ୟାଚ ଆରମ୍ଭ ହେବାକ୍ଷଣି ଆକ୍ରମଣ ଆରମ୍ଭ କରିଥିଲା ଜାପାନ। ଭାରତର ରକ୍ଷଣଭାଗରେ ତ୍ରୁଟିିରୁ ଫାଇଦା ଉଠାଇ ଦ୍ୱିତୀୟ ମିନିଟରେ ହିଁ ଗୋଲ ସ୍କୋର କରି ଏହି ଦଳ ଚାପ ସୃଷ୍ଟି କରିଥିଲା। ଜାପାନ ପକ୍ଷରୁ ଏହି ଗୋଲଟି ସ୍କୋର କରିଥିଲେ କେନ୍‌ଜି କିତାଜାତୋ। ଜାପାନ ଅଗ୍ରଣୀ ନେବା ସହିତ କିଛି ସମୟ ଷ୍ଟାଡିିୟମରେ ନିରବତା ଖେଳି ଯାଇଥିଲା। ମାତ୍ର ଘରୋଇ ଦର୍ଶକମାନେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିିବାରେ ଭୁଲି ନ ଥିଲେ। ମନପ୍ରୀତ ବାହିନୀ ଦର୍ଶକଙ୍କୁ ନିରାଶ ମଧ୍ୟ କରି ନ ଥିଲେ। ପ୍ରତିଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ଜାପାନ ଗୋଲପୋଷ୍ଟ ନିକଟରେ ସୁଯୋଗ ସୃଷ୍ଟିପାଇଁ ଉଦ୍ୟମକୁ ଜୋରଦାର କରିଥିଲେ। ଫଳସ୍ବରୂପ ୭ମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ପ୍ରଥମ ଉଦ୍ୟମରେ ଏହା ଫେଲ୍‌ ମାରିଥିଲେ ହେଁ ଦ୍ୱିତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂ ମ୍ୟାଚରେ ରୋମାଞ୍ଚ ଭରିଥିଲେ। ହରମନପ୍ରୀତଙ୍କର ଏହାଥିଲା ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଜାପାନ ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ୧୪ତମ ମିନିଟରେ ଭାରତକୁ ଆଉ ଏକ ପେନାଲ୍ଟି କର୍ନର ମିିଳିଥିଲା। ପ୍ରଥମ ଓ ଦ୍ୱିତୀୟ ଉଦ୍ୟମ ବିଫଳ ହେବାପରେ ତୃତୀୟ ଉଦ୍ୟମରେ ଅର୍ଥାତ୍‌ ଦଳର ୫ମ ପେନାଲ୍ଟି କର୍ନରକୁ ଗୋଲ କରି ଭାରତକୁ ଅଗ୍ରଣୀ କରାଇଥିଲେ ବରୁଣ କୁମାର। ପ୍ରଥମ କ୍ବାର୍ଟରରେ ଭାରତ ୨-୧ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ବାର୍ଟରରେ ଉଭୟ ଦଳ ଫାଷ୍ଟ ଖେଳିଥିଲେ। ଜାପାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ପାଇଁ ଜୋରଦାର ଉଦ୍ୟମ କରିଥିଲା। ୨୦ତମ ମିନିଟରେ କୋତା ଓତାନାବେ ଏକ ଫିଲ୍ଡ ଗୋଲ ଦେବାରେ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ତେବେ ଜାପାନର ଏହି ଖୁସି ବେଶିକ୍ଷଣ ତିଷ୍ଠି ନ ଥିଲା। ୨୩ ତମ ମିନିଟରେ ରମଣଦୀପ ସିଂ ଏକ ଗୋଲ ଦେଇ ଭାରତକୁ ପୁଣି ଅଗ୍ରଣୀ କରାଇଥିଲେ। ଦୀର୍ଘ ୧ ବର୍ଷ ପରେ ଆହତ ସମସ୍ୟାରୁ ଫେରିଥିବା ରମଣଦୀପଙ୍କର ପ୍ରତିଯୋଗିତାରେ ଏହାଥିଲା ପ୍ରଥମ ଗୋଲ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୨୫ତମ ମିନିଟରେ ହାର୍ଦ୍ଦିକ ସିଂ ଏକ ଗୋଲ ଦେବାରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୪-୨ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ପାଇଁ ଜାପାନ ଚାପରେ ଥିବାବେଳେ ଭାରତ ଏହାର ଭରପୂର ଫାଇଦା ନେଇଥିଲା। ଆକ୍ରମଣାତ୍ମକ ରଣନୀତି ଜାରି ରଖି ତୃତୀୟ କ୍ବାର୍ଟରର ଅଧିକାଂଶ ସମୟ ଜାପାନ ହାଫ୍‌ରେ ବଲ୍‌ ରଖିଥିଲା ଭାରତ। ଫଳ ସ୍ବରୂପ ଦଳକୁ ୩୬ତମ ମିନିଟରେ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହା ବେକାର ଯାଇଥିବାବେଳେ ୧ ମିନିଟ ପରେ ଅର୍ଥାତ୍‌ ୩୭ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିଲା। ଏଥିରୁ ଗୋଲ ହୋଇ ନ ଥିଲେ ହେଁ ସେହି ୩୭ତମ ମିନିଟରେ କ୍ରମାଗତ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ରମଣଦୀପ ଭାରତର ସ୍ଥିତିକୁ ଦୃଢ଼ କରି ଦେଇଥିଲେ। ୪୩ତମ ମିନିଟରେ ଜାପାନ ନିକଟରେ ଗୋଲ ପରିଶୋଧ ପାଇଁ ସୁଯୋଗ ରହିଥିଲା। ମାତ୍ର ପେନାଲ୍ଟି କର୍ନରକୁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହିତ ପ୍ରତିହତ କରିଥିଲେ। ଅନ୍ୟପକ୍ଷରେ ୪୩ତମ ମିନିଟରେ ଗୁରସାହିବଜିତ ସିଂ ଏକ ଗୋଲ ଦେବାରୁ ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୬-୨ରେ ପହଞ୍ଚତ୍ ଯାଇଥିଲା। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ୪୭ତମ ମିନିଟରେ ଏକ ରିବାଉଣ୍ଡ ଶଟ୍‌ ଜରିଆରେ ଭାରତ ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ ବିବେକ ପ୍ରସାଦ। ୫୩ତମ ମିନିଟରେ ଜାପାନ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶ ଚମତ୍କାର ସେଭ୍‌ କରି ତାହାକୁ ବେକାର କରିଥିଲେ। ୫୫ତମ ମିନିଟରେ ଜାପାନ ଆଉ ଏକ ପେନାଲ୍ଟିି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଖେଳାଳିମାନେ ତାହାକୁ ପୋଷ୍ଟ ବାହାରକୁ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri