ଏପ୍ରିଲ ୧ରେ ଲକ୍ଷେ ପ୍ରେରଣା ଗ୍ରୀନ୍‌ ଆର୍ମିଙ୍କ ସମାବେଶ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ): ବିପ୍ଲବର ମାଟି ଖୋର୍ଦ୍ଧା। ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ। ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, କ୍ଲାଇମେଟ ଚେଞ୍ଜ, ଗ୍ଲୋବାଲ ୱାରମିଂ, ପରିବେଶ ପ୍ରଦୂଷଣ ଆଦି ସମସ୍ୟା। ଏହାର ପ୍ରଭାବରେ ପୃଥିବୀର ବହୁ ଜୀବଜନ୍ତୁ ଲୋପ ପାଇ ଗଲେଣି। ପରିବେଶ ବିଜ୍ଞାନୀମାନେ ମତ ଦେଉଛନ୍ତି, ଯଦି ଏବେଠାରୁ ବ୍ୟାପକ ବୃକ୍ଷରୋପଣ କରା ନ ଯାଏ, ତେବେ ପୃଥିବୀ ପୃଷ୍ଠରେ ଜୀବଜଗତର ଆୟୁଷ ଆଉ ବେଶୀ ଦିନ ନୁହେଁ। ବିଶ୍ୱ ବଞ୍ଚାଅ ଅଭିଯାନକୁ ଉଦ୍‌ଘାଟନ କରି ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ କହିଛନ୍ତି। ବିଶେଷ କରି ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଯୁବକମାନେ ଗୁରୁତର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରେରଣା ଇଣ୍ଟରନ୍ୟାଶନାଲ ଗ୍ରୀନ୍‌ ଆର୍ମିର କମାଣ୍ଡଣ୍ଟ ଇନ୍‌ ଚିଫ୍‌ ଡ. ଦିଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରିଥିଲେ। ସେ କହିଲେ, ବୁଧବାରଠାରୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଖୋର୍ଦ୍ଧାରୁ ଜନଜାଗରଣ ଅଭିଯାନ ଆରମ୍ଭ ହେଲା। ଏହା ରାଜ୍ୟର ପ୍ରତ୍ୟେକ ଜିଲା ସଦର ମହକୁମା, ସବ୍‌ଡ଼ିଭିଜନ୍‌, ବ୍ଲକ ଓ ପଞ୍ଚାୟତ ସ୍ତରରେ କରାଯାଇ ଏପ୍ରିଲ ୧ରେ ଭୁବନେଶ୍ୱରରେ ୧ ଲକ୍ଷ ଗ୍ରୀନ ଆର୍ମିଙ୍କ ସମାବେଶ କରାଯିବ। ସେହିପରି ଜୁଲାଇ ୧ରେ ସମଗ୍ର ଓଡ଼ିଶାରେ ବନ ମହୋତ୍ସବ ପାଳନ କରାଯାଇ ଗ୍ରୀନ ଆର୍ମିମାନେ ଛାତ୍ର, ଯୁବକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, କଳାକାର, କ୍ରୀଡ଼ାବିତ୍‌, ଆଇନଜୀବି ଆଦିଙ୍କ ସହଯୋଗରେ ୧ କୋଟି ବୃକ୍ଷ ରୋପଣ କରିବେ। ଏହି ସମାବେଶରେ ଖୋର୍ଦ୍ଧା ଜିଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ବାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ସାମନ୍ତରାୟ, ଆଇନଜୀବୀ ଶିଶିର ପରିଡ଼ା, ନରେନ୍ଦ୍ର ଜିତ୍‌ସିଂହ, ବିଜୟ କୁମାର ସାମନ୍ତସିଂହାର, ଲକ୍ଷ୍ମଣ ପରିଡ଼ା ଦିବ୍ୟନାରାୟଣ ସ୍ବାଇଁ, ରମାକାନ୍ତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଯୁବ ସମାଜ ବହୁସଂଖ୍ୟାରେ ଗ୍ରୀନ୍‌ ଆର୍ମିରେ ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ। ପରେ ଛାତ୍ର, ଯୁବକ, ଆଇନଜୀବୀ, କ୍ରୀଡ଼ାବିତ୍‌ ତଥା ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିମାନଙ୍କୁ ନେଇ ଶୋଭାଯାତ୍ରା ଖୋର୍ଦ୍ଧା ସହର ପରିକ୍ରମା କରିଥିଲା। ଶେଷରେ ୧ ହଜାରରୁ ଅଧିକ ଗ୍ରୀନ ଆର୍ମି ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ବିଶ୍ୱ ବଞ୍ଚାଅ ଅଭିଯାନରେ ସାମିଲ ହୋଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଖୋର୍ଦ୍ଧା ରାଜ୍ୟର ପ୍ରତିଷ୍ଠାତା ଗଜପତି ରାମଚନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତି ନିକଟରେ ଶପଥ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri