ଏପରି ଲକ୍ଷଣ ଜଣାଇଦିଏ ହାର୍ଟ ଆଟାକ୍‌ର ପୂର୍ବ ସୂଚନା…

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେ ସମ୍ପର୍କରେ ଜାଣନ୍ତୁ…

-ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିଂରେ ବାଧା ଯୋଗୁ ଏହା ହୋଇଥାଏ।

-ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ବା ଧଇଁ ସଇଁ ହେବା: ହାର୍ଟକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପହଞ୍ଚି ନ ପାରିବାରୁ ଏପରି ହୋଇଥାଏ।

-ଗଳାରେ ନିୟମିତ କଫ ରହିବା: ଏହା ରକ୍ତ ସଞ୍ଚାଳନରେ ଅନିୟମିତତାକୁ ସୂଚାଇ ଥାଏ।

-ସାଧାରଣତଃ ଶୋଇବା ସମୟରେ ପାଦ, ଗଣ୍ଠି ଏବଂ ଗୋଡ ଫୁଲିବା: ରକ୍ତ ସଞ୍ଚାଳନରେ ଅନିୟମିତତା ଯୋଗୁ ଶରୀରର ତଳ ଅଙ୍ଗକୁ ଆବଶ୍ୟକ ଅନୁସାରେ ରକ୍ତ ପହଞ୍ଚିବାରେ ନାହିଁ।

-ତଳିପେଟ ଫୁଲିବା ସହ ଯନ୍ତ୍ରଣା ହେବା: ଏହା ମଧ୍ୟ ରକ୍ତ ସଞ୍ଚାଳନ ଯୋଗୁ ହୋଇଥାଏ।

-ଅଳ୍ପ କାମ କରି ଥକି ଯିବା ଏବଂ ଦେହହାତ ଥରିବା: ହାର୍ଟ ପମ୍ପିଂରେ ଅନିୟମିତତା ଯୋଗୁ ରକ୍ତ ସଞ୍ଚାଳନ ଆବଶ୍ୟକତା ଅନୁସାରେ ନ ହେବାରୁ ଏହା ହୋଇଥାଏ।

-ପିଠିର ଉପର ଭାଗରେ ଯନ୍ତ୍ରଣା: ଏହା ଆଞ୍ଜିନା ପେନ୍‌ ଯୋଗୁ ହୋଇଥାଏ।

-ବେକରେ ରହି ରହି ଅଳ୍ପ ଯନ୍ତ୍ରଣା ହେବା: ଏହା ଆଞ୍ଜିନା ପେନ୍‌କୁ ସୂଚିତ କରିଥାଏ।

-ହାତ ଗୋଡ଼ରେ ଅଳ୍ପ ଅଳ୍ପ ଯନ୍ତ୍ରଣା ରହି ରହି ହେବା: ଏହା ରକ୍ତସଞ୍ଚାଳନରେ ଅନିୟମିତତାକୁ ସୂଚାଏ।

ଏସବୁ ସମସ୍ୟା ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସେଗୁଡିକ ହେଉଛି:
ପ୍ରତିଦିନ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ପୂର୍ବରୁ ନିଜର ଓଜନ ଯାଞ୍ଚ: ଅତିରିକ୍ତ ଓଜନ ବୃଦ୍ଧି ହାର୍ଟର ସାଧାରଣ କାମରେ ବାଧା ଉପତ୍ନ୍ନ କରିଥାଏ। ଏପରିସ୍ଥଳେ ୦.୫-୧ କିଗ୍ରା ପର୍ଯ୍ୟନ୍ତ ଓଜନ ବୃଦ୍ଧି ମଧ୍ୟ ସମସ୍ୟା ସୃଷ୍ଟି କରେ। ଏପରିସ୍ଥଳେ ଖାଦ୍ୟ ଗ୍ରହଣରେ ଅଙ୍କୁଶ ଲଗାଇବାକୁ ପଡିଥାଏ।

ଚଳଚଞ୍ଚଳ ରହିବା ସହିତ ଆବଶ୍ୟକ ସମୟରେ ବିଶ୍ରାମ : ଚଳଚଞ୍ଚଳ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର କେତେକ ସମୟରେ ଏହା ସମ୍ଭବପର ହୋଇ ନ ଥାଏ । ସେତେବେଳେ ବିଶ୍ରାମ ନେବାର ଆବଶ୍ୟକତା ରହିଛି। କିଛି ହାଲକା ଶାରିରୀକ ଶ୍ରମ କରିବା ସହିତ ଡାକ୍ତରଙ୍କ ସହିତ ପରାମର୍ଶ ପରେ ଚାଲିବା, ସାଇକେଲିଂ, ପହଁରା ଏବଂ ଯୋଗ ଭଳି କିଛି ହାଲକା ବ୍ୟାୟାମ କରିବା ଆବଶ୍ୟକ।
ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ : ଉପଯୁକ୍ତ ସମନ୍ବିତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଖାଦ୍ୟରେ ଅଧାରୁ ଅଧିକ ଫଳ ଏବଂ ସବୁଜ ପନିପରିବା ରହିଲେ ଭଲ। ଏହାଛଡା ଅଳ୍ପ ଚର୍ବି ଥିବା କିମ୍ବା ଚର୍ବି ମୁକ୍ତ କ୍ଷୀର ଖାଦ୍ୟରେ ଗ୍ରହଣ କରିବା ଆବଶ୍ୟକ। ପ୍ରୋଟିନ୍‌ ମଧ୍ୟରେ ସମୁଦ୍ରଜାତ ଖାଦ୍ୟ, ବିନ୍‌, ପ୍ରକିୟାକରଣ ହୋଇଥିବା ସୋୟା ଗ୍ରହଣ କରିବା ଭଲ। କଠିନ ଚର୍ବି, ରିଫାଇନଡ୍‌ ଖାଦ୍ୟଶସ୍ୟ ଏବଂ ଚିନିର ପରିମାଣ ଖାଦ୍ୟରେ କମ୍‌ କରିବା ପ୍ରୟୋଜନ।

ଅତ୍ୟଧିକ ଲୁଣ ଠାରୁ ଦୂରେଇ ରହିବା: ଶରୀରରେ ସୋଡିୟମ୍‌ର ମାତ୍ରା ବୃଦ୍ଧି ପାଇଲେ ଶରୀରର ଜଳ ଧାରଣ କ୍ଷମତା ବଢ଼ିଥାଏ। ଖାଦ୍ୟରେ ଅତ୍ୟଧିକ ଲୁଣ ରକ୍ତଚାପ ବୃଦ୍ଧି କରିବା ସହିତ ଡାଇୟୁରେଟିକ୍‌ର କାର୍ଯ୍ୟକୁ ପ୍ରଭାବିତ କରିଥାଏ ଫଳରେ ଶରୀରରେ ତରଳ ପଦାର୍ଥର ପୁନଃଧାରଣ କ୍ଷମତା ବୃଦ୍ଧି ପାଇ ଗୋଡ ଫୁଲିବା ସମସ୍ୟା ଦେଖାଯାଇଥାଏ। ଖାଦ୍ୟ ରାନ୍ଧିବା ସମୟରେ ଲୁଣ କିମ୍ବା ଲୋ-ସଲ୍ଟ ନ ପକାଇ ଖାଦ୍ୟ ଗ୍ରହଣ ପୂର୍ବରୁ ଖାଦ୍ୟରେ ଲୁଣ ପକାଇ ଗ୍ରହଣ କଲେ ଭଲ।

ଆବଶ୍ୟକ ଔଷଧ ଗ୍ରହଣ: ଯଦି ଆପଣଙ୍କ ଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହେଉଛି ତେବେ କାର୍ଡିଓଲୋଜିଷ୍ଟଙ୍କ ସହିତ ପରାମର୍ଶ କରିବା ଜରୁରୀ।

ଶାରିରୀକ ଲକ୍ଷଣ ପ୍ରତି ସତର୍କ ଦୃଷ୍ଟି: ଏଭଳି ସ୍ଥଳେ ନିରନ୍ତର ଶାରିରୀକ ଲକ୍ଷଣ ପ୍ରତି ସତର୍କ ରହିବା ଆବଶ୍ୟକ। ଶାରିରୀକ ଅବସ୍ଥା ସହଜଜନକ ନୁହେଁ, ମାତ୍ର ଏହା ସହିତ ସମନ୍ବୟ ରକ୍ଷାକରି ଚଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବର୍ତ୍ତନ ଓ ଉପଯୁକ୍ତ ଔଷଧ ଗ୍ରହଣ ଦ୍ୱାରା ଡାଇବେଟିସ୍‌ ମିଲିଟସ୍‌ ଏବଂ ଉଚ୍ଚ ରକ୍ତଚାପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ।
ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ।

ହାର୍ଟ ଆଟାକ୍‌ର ଲକ୍ଷଣ ଅନୁସାରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ ପରବର୍ତ୍ତୀ ଜୀବନ ଅପେକ୍ଷାକୃତ ସହଜ ଓ ସରଳ ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

୨୦୨୬ରେ ଏହି ୨ରାଶି ଉପରେ ଶନିଙ୍କ କୁଦୃଷ୍ଟି, ପାଦେ ପାଦେ ବିପଦ, ରାତାରାତି ହୋଇଯିବେ…

ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ ସବୁଠାରୁ ନିଷ୍ଠୁର ଗ୍ରହ ଭାବରେ ବିବେଚନା...

ଏହି ବ୍ୟକ୍ତିଙ୍କ ଉପରେ ପଡେ ଶନି ମହାଦଶା, ନକରାତ୍ମକ ପ୍ରଭାବକୁ ହେବ ପ୍ରବଳ କ୍ଷତି!

ଶନିଦେବଙ୍କୁ କର୍ମଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ସେ ଲୋକଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ପୁରସ୍କାର ଦିଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ନଅଟି ଗ୍ରହ...

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର! ଭାରତରେ ଲଞ୍ଚ ହେଲା ଔଷଧ, ଦାମ୍…

ନୂଆଦିଲ୍ଲୀ,୧୩।୧୨: ବର୍ତ୍ତମାନ ସମୟରେ ଡାଇବେଟିସ ଏକ ମୁଣ୍ଡବ୍ୟଥା କାରଣ ସାଜିଛି । ସବୁ ବୟସର ଲୋକେ ଏହି ରୋଗରେ ପୀଡିତ ହେଉଛନ୍ତି । ହେଲେ ଏହାରି...

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

୨୦୨୬ରେ ଭାଗ୍ୟବାନ ଏହି ୪ରାଶି, ଅଚାନକ ହେବେ ଧନୀ! ମିଳିବ ବଡ଼ ପୋଷ୍ଟ

ନୂଆବର୍ଷ ୨୦୨୬ ଆରମ୍ଭ ହେବାକୁ ଆଉ ବହୁତ ସମୟ ବାକି ନାହିଁ। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରର ଗତିବିଧିକୁ ଆଧାର କରି ୨୦୨୬ ବର୍ଷ ବିଷୟରେ...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri