ଏନ୍‌କାଉଣ୍ଟର ପରେ ବି ସୁଧୁରୁ ନାହାନ୍ତି ଅପରାଧୀ, ଚିନ୍ତାରେ ପୋଲିସ

ବ୍ରହ୍ମପୁର ଅଫିସ,୧୬ା୬-ଗଞ୍ଜାମ ଜିଲାକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ଅପରେଶନ ‘କ୍ରିମିନାଲ୍‌ କ୍ଲିନ୍‌’ ଆରମ୍ଭ କରିଥିଲା । ଏଥିପାଇଁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲାରେ ପ୍ରାୟ ୩୦୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ଉଭୟ ପୋଲିସ ଜିଲା ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଲଗାତର ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।
ଏପରିକି ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଏନ୍‌କାଉଣ୍ଟର ଘଟିଛି। ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲାରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ସୁସ୍ଥ ହୋଇ ଜେଲରୁ ଜାମିନରେ ଫେରିବା ପରେ ପୁଣିଥରେ ତାଙ୍କ ଗ୍ୟାଙ୍ଗକୁ ସକ୍ରିୟ କରିବା ସହ ଅପରାଧ ଘଟାଇ ଚାଲିଛନ୍ତି। ଏନ୍‌କାଉଣ୍ଟରରେ ଆହତ ହେବା ପରେ ଅପରାଧୀମାନେ ନ ସୁଧୁରିବା ପୋଲିସ ପାଇଁ ଏବେ ଚିନ୍ତାର କାରଣ ହୋଇଛି ।
୨୦୧୫ ଏପ୍ରିଲ ୪ରେ ପ୍ରଥମ ଥର ପାଇଁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଦୁର୍ଦ୍ଦାନ୍ତ ଅପରାଧୀ ଅକ୍ଷୟ ନାୟକଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା । ସେହିବର୍ଷ ଗଞ୍ଜାମ ପୋଲିସ ପକ୍ଷରୁ ତିନୋଟି ଏନ୍‌କାଉଣ୍ଟର ହୋଇଥିବା ବେଳେ ୨୦୧୬ରେ ମୋଟ ୧୪ଏନ୍‌କାଉଣ୍ଟର ହୋଇଥିଲା। ସେହିପରି ୨୦୧୭ରେ ୧୭, ୨୦୧୮ରେ ମଧ୍ୟ ଉଭୟ ପୋଲିସ ଜିଲାରେ ୧୭ ଏନ୍‌କାଉଣ୍ଟର ହୋଇଥିଲା ।
ସେହିପରି ୨୦୧୯ ଜାନୁୟାରୀରୁ ମେ ମାସ ମଧ୍ୟରେ ୪ ଏନ୍‌କାଉଣ୍ଟର ହୋଇଛି ।
୨୦୧୯ ଜାନୁୟାରୀ ୭ ତାରିଖରେ ଆସିକା ପୋଲିସ କୃଷ୍ଣ ଜେନା ଓ ସୁନୀଲ ଜେନାଙ୍କୁ ଏନ୍‌କାଉଣ୍ଟର କରିଥିବା ବେଳେ ଫେବୃୟାରୀ ୧୫ରେ ଭଞ୍ଜନଗର ପୋଲିସ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଇମୁ ଓରଫ୍‌ ମହମ୍ମଦ ଇମ୍ରାନଙ୍କୁ ଓ ଖଲ୍ଲିକୋଟ ପୋଲିସ ମେ ୧୦ରେ ମନୋଜ ସ୍ବାଇଁଙ୍କୁ ଏନ୍‌କାଉଣ୍ଟର କରିଛି। ସେହିପରି କଂଗ୍ରେସର ଆସିକା ବିଧାନସଭା ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ବୁଲୁ ଓରଫ୍‌ ଗଣେଶ ନାୟକ ଓ ହୃଷୀକେଶ ପାତ୍ରଙ୍କୁ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ମେ ୩୧ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଅମିତ ହସ୍ପିଟାଲ ନିକଟରେ ଏନ୍‌କାଉଣ୍ଟର କରିଥିଲା ।
ପୂର୍ବରୁ ଆସିକା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ଓରଫ୍‌ ଗଣେଶ ନାୟକଙ୍କୁ ଆସିକା ପୋଲିସ ୨୦୧୫ ଡିସେମ୍ବର ୨୪ରେ ଏନ୍‌କାଉଣ୍ଟର କରି ସୁସ୍ଥ ହେବା ପରେ ଜେଲ ପଠାଇଥିଲା। ଏହି ଅପରାଧୀ ଜଣକ ପୁଣିଥରେ ଜେଲରୁ ଜାମିନରେ ମୁକୁଳିବା ପରେ ବ୍ରହ୍ମପୁର ପୋଲିସ ଜିଲାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ୧୬ନଂ.ରାଜପଥ ଅକ୍ସଫୋର୍ଡ ସ୍କୁଲ ନିକଟରେ ଆସିକାର ମନୋଜ ଜେନାଙ୍କୁ ହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, ଗତ ସାଢ଼େ ୪ ବର୍ଷ ମଧ୍ୟରେ ପୋଲିସ ୬୦ରୁ ଊର୍ଦ୍ଧ୍ୱ ଏନ୍‌କାଉଣ୍ଟର କରି ହାର୍ଡକୋର କ୍ରିମିନାଲଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧୬ ମେ ୨୧ ତାରିଖରେ ଆସିକା ପୋଲିସ ଚକା ନାୟକ ନାମକ ଜଣେ ଯୁବକଙ୍କୁ ଏନ୍‌କାଉଣ୍ଟର କରିଥିଲା। ସେ ଜେଲରୁ ମୁକୁଳି ପୁଣିଥରେ ଆପରାଧିକ ସାମ୍ରାଜ୍ୟ ଚଳାଇଥିବା ବେଳେ ଗିରଫ ହୋଇ ସୋରଡ଼ା ଉପକାରାଗାରରେ ବିଚାରାଧୀନ ବନ୍ଦୀଥିବା ବେଳେ ୨୦୧୯ ଜୁନ ୪ ତାରିଖରେ ଏମ୍‌କେସିଜି ମେଡିକାଲରେ ତା’ର ମୃତ୍ୟୁ ଘଟିଥିଲା । ସେହିପରି ୨୦୧୮ ମେ ୫ ତାରିଖରେ ବୁଗୁଡ଼ା ପୋଲିସ ଶ୍ରୀକାନ୍ତ ରଣା ଓ ଗୌରୀ ଶଙ୍କର ସ୍ବାଇଁଙ୍କୁ ଏନ୍‌କାଉଣ୍ଟର କରିଥିବା ବେଳେ ପରବର୍ତ୍ତୀ ସମୟରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୮ ଡିସେମ୍ବର ୨୫ ତାରିଖରେ ଜଗନ୍ନାଥପ୍ରସାଦ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକଙ୍କୁ ଏନ୍‌କାଉଣ୍ଟର କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ପୋଲିସ ଏନ୍‌କାଉଣ୍ଟରରେ ଅପରାଧୀମାନେ ଗୁରୁତର ଆହତ ହେଉଥିଲେ ା ଜେଲରୁ ମୁକୁଳି ତାଙ୍କ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri