ଏନ୍‌କାଉଣ୍ଟର ପରେ ବି ସୁଧୁରୁ ନାହାନ୍ତି ଅପରାଧୀ, ଚିନ୍ତାରେ ପୋଲିସ

ବ୍ରହ୍ମପୁର ଅଫିସ,୧୬ା୬-ଗଞ୍ଜାମ ଜିଲାକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ଅପରେଶନ ‘କ୍ରିମିନାଲ୍‌ କ୍ଲିନ୍‌’ ଆରମ୍ଭ କରିଥିଲା । ଏଥିପାଇଁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲାରେ ପ୍ରାୟ ୩୦୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ଉଭୟ ପୋଲିସ ଜିଲା ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଲଗାତର ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।
ଏପରିକି ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଏନ୍‌କାଉଣ୍ଟର ଘଟିଛି। ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲାରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ସୁସ୍ଥ ହୋଇ ଜେଲରୁ ଜାମିନରେ ଫେରିବା ପରେ ପୁଣିଥରେ ତାଙ୍କ ଗ୍ୟାଙ୍ଗକୁ ସକ୍ରିୟ କରିବା ସହ ଅପରାଧ ଘଟାଇ ଚାଲିଛନ୍ତି। ଏନ୍‌କାଉଣ୍ଟରରେ ଆହତ ହେବା ପରେ ଅପରାଧୀମାନେ ନ ସୁଧୁରିବା ପୋଲିସ ପାଇଁ ଏବେ ଚିନ୍ତାର କାରଣ ହୋଇଛି ।
୨୦୧୫ ଏପ୍ରିଲ ୪ରେ ପ୍ରଥମ ଥର ପାଇଁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଦୁର୍ଦ୍ଦାନ୍ତ ଅପରାଧୀ ଅକ୍ଷୟ ନାୟକଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା । ସେହିବର୍ଷ ଗଞ୍ଜାମ ପୋଲିସ ପକ୍ଷରୁ ତିନୋଟି ଏନ୍‌କାଉଣ୍ଟର ହୋଇଥିବା ବେଳେ ୨୦୧୬ରେ ମୋଟ ୧୪ଏନ୍‌କାଉଣ୍ଟର ହୋଇଥିଲା। ସେହିପରି ୨୦୧୭ରେ ୧୭, ୨୦୧୮ରେ ମଧ୍ୟ ଉଭୟ ପୋଲିସ ଜିଲାରେ ୧୭ ଏନ୍‌କାଉଣ୍ଟର ହୋଇଥିଲା ।
ସେହିପରି ୨୦୧୯ ଜାନୁୟାରୀରୁ ମେ ମାସ ମଧ୍ୟରେ ୪ ଏନ୍‌କାଉଣ୍ଟର ହୋଇଛି ।
୨୦୧୯ ଜାନୁୟାରୀ ୭ ତାରିଖରେ ଆସିକା ପୋଲିସ କୃଷ୍ଣ ଜେନା ଓ ସୁନୀଲ ଜେନାଙ୍କୁ ଏନ୍‌କାଉଣ୍ଟର କରିଥିବା ବେଳେ ଫେବୃୟାରୀ ୧୫ରେ ଭଞ୍ଜନଗର ପୋଲିସ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଇମୁ ଓରଫ୍‌ ମହମ୍ମଦ ଇମ୍ରାନଙ୍କୁ ଓ ଖଲ୍ଲିକୋଟ ପୋଲିସ ମେ ୧୦ରେ ମନୋଜ ସ୍ବାଇଁଙ୍କୁ ଏନ୍‌କାଉଣ୍ଟର କରିଛି। ସେହିପରି କଂଗ୍ରେସର ଆସିକା ବିଧାନସଭା ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ବୁଲୁ ଓରଫ୍‌ ଗଣେଶ ନାୟକ ଓ ହୃଷୀକେଶ ପାତ୍ରଙ୍କୁ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ମେ ୩୧ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଅମିତ ହସ୍ପିଟାଲ ନିକଟରେ ଏନ୍‌କାଉଣ୍ଟର କରିଥିଲା ।
ପୂର୍ବରୁ ଆସିକା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ଓରଫ୍‌ ଗଣେଶ ନାୟକଙ୍କୁ ଆସିକା ପୋଲିସ ୨୦୧୫ ଡିସେମ୍ବର ୨୪ରେ ଏନ୍‌କାଉଣ୍ଟର କରି ସୁସ୍ଥ ହେବା ପରେ ଜେଲ ପଠାଇଥିଲା। ଏହି ଅପରାଧୀ ଜଣକ ପୁଣିଥରେ ଜେଲରୁ ଜାମିନରେ ମୁକୁଳିବା ପରେ ବ୍ରହ୍ମପୁର ପୋଲିସ ଜିଲାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ୧୬ନଂ.ରାଜପଥ ଅକ୍ସଫୋର୍ଡ ସ୍କୁଲ ନିକଟରେ ଆସିକାର ମନୋଜ ଜେନାଙ୍କୁ ହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, ଗତ ସାଢ଼େ ୪ ବର୍ଷ ମଧ୍ୟରେ ପୋଲିସ ୬୦ରୁ ଊର୍ଦ୍ଧ୍ୱ ଏନ୍‌କାଉଣ୍ଟର କରି ହାର୍ଡକୋର କ୍ରିମିନାଲଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧୬ ମେ ୨୧ ତାରିଖରେ ଆସିକା ପୋଲିସ ଚକା ନାୟକ ନାମକ ଜଣେ ଯୁବକଙ୍କୁ ଏନ୍‌କାଉଣ୍ଟର କରିଥିଲା। ସେ ଜେଲରୁ ମୁକୁଳି ପୁଣିଥରେ ଆପରାଧିକ ସାମ୍ରାଜ୍ୟ ଚଳାଇଥିବା ବେଳେ ଗିରଫ ହୋଇ ସୋରଡ଼ା ଉପକାରାଗାରରେ ବିଚାରାଧୀନ ବନ୍ଦୀଥିବା ବେଳେ ୨୦୧୯ ଜୁନ ୪ ତାରିଖରେ ଏମ୍‌କେସିଜି ମେଡିକାଲରେ ତା’ର ମୃତ୍ୟୁ ଘଟିଥିଲା । ସେହିପରି ୨୦୧୮ ମେ ୫ ତାରିଖରେ ବୁଗୁଡ଼ା ପୋଲିସ ଶ୍ରୀକାନ୍ତ ରଣା ଓ ଗୌରୀ ଶଙ୍କର ସ୍ବାଇଁଙ୍କୁ ଏନ୍‌କାଉଣ୍ଟର କରିଥିବା ବେଳେ ପରବର୍ତ୍ତୀ ସମୟରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୮ ଡିସେମ୍ବର ୨୫ ତାରିଖରେ ଜଗନ୍ନାଥପ୍ରସାଦ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକଙ୍କୁ ଏନ୍‌କାଉଣ୍ଟର କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ପୋଲିସ ଏନ୍‌କାଉଣ୍ଟରରେ ଅପରାଧୀମାନେ ଗୁରୁତର ଆହତ ହେଉଥିଲେ ା ଜେଲରୁ ମୁକୁଳି ତାଙ୍କ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୮୦ ମାମଲାର ଫୈସଲା

ଦିଗପହଣ୍ଡି,୧୩।୧୨,(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ...

ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା...

ଜାତୀୟ ଲୋକ ଅଦାଲତ: ୫୮ଟି ବିଭିନ୍ନ ମାମଲାର ଫଇସଲା

ପୁରୁଷୋତ୍ତମପୁର,୧୩।୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାରବିଭାଗିୟ ଅଦାଲତ ପରିଷରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଟିତ ହୋଇଯାଇଛି...

ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…

ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି...

ସ୍କୁଲ ଯାଉଥିବାବେଳେ ଅଧାରାସ୍ତାରେ ଟଳିପଡ଼ିଲେ ଛାତ୍ର: ବାହୁନି ବାହୁନି କାନ୍ଦୁଛନ୍ତି ପରିବାର

ଦିଗପହଣ୍ଡି,୧୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠର ୭ମ ଶ୍ରେଣୀ ଛାତ୍ର ଆକାଶ କୁମାର ଗୌଡ଼(୧୨) ସ୍କୁଲ...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri