ଏତେ ଭୟ କାହିଁକି

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପୂର୍ବରୁ ଆଉ ଏକ ନୂଆ ଦୃଶ୍ୟ ସାମ୍ନାକୁ ଆସିଛି। ବିଜେଡି ଓ ଭାଜପା ମଧ୍ୟରେ ବୁଝାମଣା କେତେ ଗଭୀର ତାହା ଏବେ ସ୍ପଷ୍ଟ ବାରି ହୋଇପଡିଛି। ଲୋକଙ୍କ କଳ୍ପନା ବାହାରକୁ ଚାଲିଯାଇ ବିଜେଡି ଓ ଭାଜପା ପରସ୍ପରକୁ ସହଯୋଗ କରିଚାଲିଛନ୍ତି। ଏହା ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳର କର୍ମୀଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟ ଚକିତ କରିଛି। ଏଭଳି ସ୍ଥିତିରେ ଭାଜପା ନେତୃତ୍ୱ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ଭଳି ଲାଗୁଥିବାବେଳେ ବିଜେଡି ନେତା କିନ୍ତୁ ବିକାଶର ବାହାନା ଦେଖାଇ ବୁଝାମଣା କଥାକୁ ଏଡାଇବାକୁ ଚେଷ୍ଟା କରୁଛନ୍ତି। ପ୍ରଥମେ ସଂଖ୍ୟା ଥାଇ ଭାଜପାକୁ ରାଜ୍ୟ ସଭାର ଗୋଟିଏ ଆସନ ଉପହାର ଦେବା ଏବଂ ପରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ୫ ବର୍ଷିୟା ସୁଯୋଗ ଦେଇ ସସ୍ମିତ ପାତ୍ରଙ୍କୁ ୩ ବର୍ଷର ସଙ୍କୁଚିତ ଆସନକାଳ ଦେଇ ମନ ବୁଝେଇନେବା ପଛର ରହସ୍ୟ ଏବେ ସମସ୍ତଙ୍କୁ କୌତୁହଳ ମନେ ହେଉଛି। ଏସବୁକୁ ଦେଖିବା ପରେ ବିଜେଡିକୁ ଏତେ ଭୟ କାହିଁକି ଘାରିଛି ବୋଲି ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି।
ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ଓଡିଶାର ଖାଲି ହୋଇଥିବା ୩ ରାଜ୍ୟ ସଭା ଆସନ ଅତି ସହଜରେ ବିଜେଡି ନିଜ ହାତରେ ରଖିପାରି ଥାଆନ୍ତା। କିନ୍ତୁ ବିଜେଡି ସେପରି କରିବା ପରିବର୍ତ୍ତେ ଦୁଇଟି ଆସନରେ ପ୍ରାର୍ଥୀ ଦେଇଛି। ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଏବଂ ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ କରିଛନ୍ତି। ଆଉ ଗୋଟିଏ ଆସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ରକ୍ଷା କରି ଭାଜପାକୁ ଛାଡି ଦେଇଥିବା ନବୀନ ଘୋଷଣା କରିସାରିଛନ୍ତି। ଭାଜପା ସେହି ସ୍ଥାନରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ତାହା ଅନୁରୋଧ କି ନିର୍ଦ୍ଦେଶ ଥିଲା, ଏବେ ବୁଝିବା କଷ୍ଟକର ହୋଇପଡିଛି। ଏତଦ୍‌ ବ୍ୟତୀତ ଓଡ଼ିଶାର ବୃହତ୍ତମ ଖଣି ବ୍ୟବସାୟୀଙ୍କ ସହ ସୁସମ୍ପର୍କ ମଧ୍ୟ ଏହି ନିଷ୍ପତ୍ତିରେ ସହାୟକ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତାଙ୍କ ସହ ଯୋଗାଯୋଗ ସ୍ଥାପନରେ ବୈଷ୍ଣବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି। ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଧାନସଭାକୁ ଏବଂ ଅଚ୍ୟୁତ ସାମନ୍ତ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଏମାନେ ରାଜ୍ୟ ସଭାରୁ ଇସ୍ତଫା ଦେବାପରେ ୩ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ସୌମ୍ୟ ଏବଂ ଅଚ୍ୟୁତଙ୍କ କାର୍ଯ୍ୟକାଳ ୫ବର୍ଷ ଅର୍ଥାତ୍‌ ୨୦୨୪ ଏପ୍ରିଲ ୩ରେ ଶେଷ ହେବାର ଥିଲା। ସେହିପରି ପ୍ରତାପଙ୍କ କାର୍ଯ୍ୟକାଳ ୩ ବର୍ଷ ଅର୍ଥାତ୍‌ ୨୦୨୨ ଜୁଲାଇ ୧ରେ ଶେଷ ହୋଇଥାଆନ୍ତା। ମାତ୍ର ଏଥିରେ ମଧ୍ୟ ବିଜେଡି ନିଜ ପ୍ରମୁଖ ବିରୋଧୀ ବୋଲି କହିଆସୁଥିବା ଭାଜପା ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ନିଜ ଭୟର ଆଉ ଏକ ଦୃଷ୍ଟାନ୍ତ ସର୍ବସମ୍ମୁଖରେ ବାଢିିଦେଇଛି ବୋଲି ଚର୍ଚ୍ଚା ହେଉଛି। ସୌମ୍ୟଙ୍କ ସ୍ଥାନରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ୫ ବର୍ଷ ପାଇଁ ରାଜ୍ୟ ସଭା ଛାଡ଼ିବାକୁ ଶାସକ ଦଳ ଚିନ୍ତା କରିଛି। ସେହିପରି ଅଚ୍ୟୁତଙ୍କ ସ୍ଥାନରେ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ୫ ବର୍ଷ ପାଇଁ ରାଜ୍ୟ ସଭାକୁ ଯିବେ। ହେଲେ ବିଜେଡିକୁ ଦୀର୍ଘଦିନ ଧରି ଗଣମାଧ୍ୟମ ଆଗରେ ସସ୍ମିତ ପାତ୍ର ଭଲଭାବେ ଉପସ୍ଥାପିତ କରି ଆସୁଥିବା ସତ୍ତ୍ୱେ ପ୍ରତିବଦଳରେ ତାଙ୍କୁ ପ୍ରତାପଙ୍କ ବାକିଥିବା ମାତ୍ର ୩ ବର୍ଷ ରାଜ୍ୟ ସଭା ଅବଧିରେ ସନ୍ତୁଷ୍ଟ ହେବାକୁ ବାଧ୍ୟ କରାଯାଇଛି।
ରାଜ୍ୟ ସଭାରେ ଖାଲି ହୋଇଥିବା ଆସନ ପାଇଁ ୩ ନେତା ସୋମବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡି ଓ ଭାଜପା ନେତାଙ୍କ ଭେଟଘାଟ ସମ୍ପୂର୍ଣ୍ଣ ନିଆରା ପରିବେଶ ସୃଷ୍ଟି କରିଥିଲା। ଅନ୍ୟପଟେ ଭାଜପାର ବହୁ ନେତାଙ୍କୁ ବିଜେଡିର କେତେଜଣ ବିଧାୟକ ଯେପରି ପାଛୋଟି ନେଇ ଆସନ ପ୍ରଦାନ କରିଥିଲେ ତାହା ମଧ୍ୟ ରୋଚକ ଥିଲା। ଏଭଳି ଘଟଣାକ୍ରମ ଦେଖିବାପରେ ରାଜ୍ୟରେ ବିଜେଡି ଓ ଭାଜପା ଏକ ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି। ଆଗକୁ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବା ସମୟରେ ଭାଜପା ଯେତେ ଉଦ୍ୟମ କଲେ ସୁଦ୍ଧା ଲୋକଙ୍କ ଆସ୍ଥା ଭାଜନ ହେବାରେ ଏତେଟା ସହଜ ହେବନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ସେହିପରି ଭବିଷ୍ୟତରେ ଶାସକ ଦଳ କେନ୍ଦ୍ରୀୟ ଅବହେଳା କଥା କହିବ ନା ସବୁ ସମୟରେ ଖୋଲା ବୁଝାମଣା କରି ରାଜ୍ୟର ବିକାଶ କରିବ, ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀରେ ରହିଗଲାଣି।

ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri