ଏତେ ଭୟ କାହିଁକି

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପୂର୍ବରୁ ଆଉ ଏକ ନୂଆ ଦୃଶ୍ୟ ସାମ୍ନାକୁ ଆସିଛି। ବିଜେଡି ଓ ଭାଜପା ମଧ୍ୟରେ ବୁଝାମଣା କେତେ ଗଭୀର ତାହା ଏବେ ସ୍ପଷ୍ଟ ବାରି ହୋଇପଡିଛି। ଲୋକଙ୍କ କଳ୍ପନା ବାହାରକୁ ଚାଲିଯାଇ ବିଜେଡି ଓ ଭାଜପା ପରସ୍ପରକୁ ସହଯୋଗ କରିଚାଲିଛନ୍ତି। ଏହା ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳର କର୍ମୀଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟ ଚକିତ କରିଛି। ଏଭଳି ସ୍ଥିତିରେ ଭାଜପା ନେତୃତ୍ୱ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ଭଳି ଲାଗୁଥିବାବେଳେ ବିଜେଡି ନେତା କିନ୍ତୁ ବିକାଶର ବାହାନା ଦେଖାଇ ବୁଝାମଣା କଥାକୁ ଏଡାଇବାକୁ ଚେଷ୍ଟା କରୁଛନ୍ତି। ପ୍ରଥମେ ସଂଖ୍ୟା ଥାଇ ଭାଜପାକୁ ରାଜ୍ୟ ସଭାର ଗୋଟିଏ ଆସନ ଉପହାର ଦେବା ଏବଂ ପରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ୫ ବର୍ଷିୟା ସୁଯୋଗ ଦେଇ ସସ୍ମିତ ପାତ୍ରଙ୍କୁ ୩ ବର୍ଷର ସଙ୍କୁଚିତ ଆସନକାଳ ଦେଇ ମନ ବୁଝେଇନେବା ପଛର ରହସ୍ୟ ଏବେ ସମସ୍ତଙ୍କୁ କୌତୁହଳ ମନେ ହେଉଛି। ଏସବୁକୁ ଦେଖିବା ପରେ ବିଜେଡିକୁ ଏତେ ଭୟ କାହିଁକି ଘାରିଛି ବୋଲି ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି।
ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ଓଡିଶାର ଖାଲି ହୋଇଥିବା ୩ ରାଜ୍ୟ ସଭା ଆସନ ଅତି ସହଜରେ ବିଜେଡି ନିଜ ହାତରେ ରଖିପାରି ଥାଆନ୍ତା। କିନ୍ତୁ ବିଜେଡି ସେପରି କରିବା ପରିବର୍ତ୍ତେ ଦୁଇଟି ଆସନରେ ପ୍ରାର୍ଥୀ ଦେଇଛି। ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଏବଂ ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ କରିଛନ୍ତି। ଆଉ ଗୋଟିଏ ଆସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ରକ୍ଷା କରି ଭାଜପାକୁ ଛାଡି ଦେଇଥିବା ନବୀନ ଘୋଷଣା କରିସାରିଛନ୍ତି। ଭାଜପା ସେହି ସ୍ଥାନରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ତାହା ଅନୁରୋଧ କି ନିର୍ଦ୍ଦେଶ ଥିଲା, ଏବେ ବୁଝିବା କଷ୍ଟକର ହୋଇପଡିଛି। ଏତଦ୍‌ ବ୍ୟତୀତ ଓଡ଼ିଶାର ବୃହତ୍ତମ ଖଣି ବ୍ୟବସାୟୀଙ୍କ ସହ ସୁସମ୍ପର୍କ ମଧ୍ୟ ଏହି ନିଷ୍ପତ୍ତିରେ ସହାୟକ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତାଙ୍କ ସହ ଯୋଗାଯୋଗ ସ୍ଥାପନରେ ବୈଷ୍ଣବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି। ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଧାନସଭାକୁ ଏବଂ ଅଚ୍ୟୁତ ସାମନ୍ତ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଏମାନେ ରାଜ୍ୟ ସଭାରୁ ଇସ୍ତଫା ଦେବାପରେ ୩ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ସୌମ୍ୟ ଏବଂ ଅଚ୍ୟୁତଙ୍କ କାର୍ଯ୍ୟକାଳ ୫ବର୍ଷ ଅର୍ଥାତ୍‌ ୨୦୨୪ ଏପ୍ରିଲ ୩ରେ ଶେଷ ହେବାର ଥିଲା। ସେହିପରି ପ୍ରତାପଙ୍କ କାର୍ଯ୍ୟକାଳ ୩ ବର୍ଷ ଅର୍ଥାତ୍‌ ୨୦୨୨ ଜୁଲାଇ ୧ରେ ଶେଷ ହୋଇଥାଆନ୍ତା। ମାତ୍ର ଏଥିରେ ମଧ୍ୟ ବିଜେଡି ନିଜ ପ୍ରମୁଖ ବିରୋଧୀ ବୋଲି କହିଆସୁଥିବା ଭାଜପା ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ନିଜ ଭୟର ଆଉ ଏକ ଦୃଷ୍ଟାନ୍ତ ସର୍ବସମ୍ମୁଖରେ ବାଢିିଦେଇଛି ବୋଲି ଚର୍ଚ୍ଚା ହେଉଛି। ସୌମ୍ୟଙ୍କ ସ୍ଥାନରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ୫ ବର୍ଷ ପାଇଁ ରାଜ୍ୟ ସଭା ଛାଡ଼ିବାକୁ ଶାସକ ଦଳ ଚିନ୍ତା କରିଛି। ସେହିପରି ଅଚ୍ୟୁତଙ୍କ ସ୍ଥାନରେ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ୫ ବର୍ଷ ପାଇଁ ରାଜ୍ୟ ସଭାକୁ ଯିବେ। ହେଲେ ବିଜେଡିକୁ ଦୀର୍ଘଦିନ ଧରି ଗଣମାଧ୍ୟମ ଆଗରେ ସସ୍ମିତ ପାତ୍ର ଭଲଭାବେ ଉପସ୍ଥାପିତ କରି ଆସୁଥିବା ସତ୍ତ୍ୱେ ପ୍ରତିବଦଳରେ ତାଙ୍କୁ ପ୍ରତାପଙ୍କ ବାକିଥିବା ମାତ୍ର ୩ ବର୍ଷ ରାଜ୍ୟ ସଭା ଅବଧିରେ ସନ୍ତୁଷ୍ଟ ହେବାକୁ ବାଧ୍ୟ କରାଯାଇଛି।
ରାଜ୍ୟ ସଭାରେ ଖାଲି ହୋଇଥିବା ଆସନ ପାଇଁ ୩ ନେତା ସୋମବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡି ଓ ଭାଜପା ନେତାଙ୍କ ଭେଟଘାଟ ସମ୍ପୂର୍ଣ୍ଣ ନିଆରା ପରିବେଶ ସୃଷ୍ଟି କରିଥିଲା। ଅନ୍ୟପଟେ ଭାଜପାର ବହୁ ନେତାଙ୍କୁ ବିଜେଡିର କେତେଜଣ ବିଧାୟକ ଯେପରି ପାଛୋଟି ନେଇ ଆସନ ପ୍ରଦାନ କରିଥିଲେ ତାହା ମଧ୍ୟ ରୋଚକ ଥିଲା। ଏଭଳି ଘଟଣାକ୍ରମ ଦେଖିବାପରେ ରାଜ୍ୟରେ ବିଜେଡି ଓ ଭାଜପା ଏକ ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି। ଆଗକୁ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବା ସମୟରେ ଭାଜପା ଯେତେ ଉଦ୍ୟମ କଲେ ସୁଦ୍ଧା ଲୋକଙ୍କ ଆସ୍ଥା ଭାଜନ ହେବାରେ ଏତେଟା ସହଜ ହେବନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ସେହିପରି ଭବିଷ୍ୟତରେ ଶାସକ ଦଳ କେନ୍ଦ୍ରୀୟ ଅବହେଳା କଥା କହିବ ନା ସବୁ ସମୟରେ ଖୋଲା ବୁଝାମଣା କରି ରାଜ୍ୟର ବିକାଶ କରିବ, ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀରେ ରହିଗଲାଣି।

ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri