Posted inଫୁରସତ

ଏଠି ବୁକ୍‌ ଷ୍ଟୋରରେ ବହି ସହ ମିଳନ୍ତି ବିଲେଇ

ସମସ୍ତେ ପ୍ରାୟ ବୁକ୍‌ ଷ୍ଟୋରକୁ ବହି କିଣିବା ପାଇଁ ଯାଇଥାଆନ୍ତି। ହେଲେ କାନାଡାରେ ଏମିତି ଏକ ବୁକ୍‌ ଷ୍ଟୋର ରହିଛି ଯେଉଁଠି ଗ୍ରାହକ ବହି ସହ ଚାହିଁଲେ ବିଲେଇ ମଧ୍ୟ ଘରକୁ ଆଣିପାରିବେ। ଓଟିସ୍‌ ଆଣ୍ଡ କ୍ଲିମେଣ୍ଟାଇନ୍ସ ବୁକ୍ସ ଆଣ୍ଡ କଫି(Otis & Clementine’s Books And Coffee)କୁ ଯାଉଥିବା ଗ୍ରାହକମାନେ ସେଠାରେ ବହି ପଢିବା ସହ ପୋଷା ବିଲେଇ ସହ ସମୟ କାଟିବାର ଅନୁଭୂତି ପାଇପାରନ୍ତି। କେବଳ ସେତିକି ନୁହେଁ ଯେଉଁମାନେ ଚାହିଁବେ ସେମାନେ ବହି ସହ ଏହି ବିଲେଇମାନଙ୍କୁ ଘରକୁ ବି ଆଣିବାର ଅନୁମତି ରହିଛି। ହେଲେ କେତୋଟି ସର୍ତ୍ତରେ। ବୁକ୍‌ ଷ୍ଟୋରର ମାଲିକ ଏଲେନ ହେଲମକେ(Ellen Helmke) କୁହନ୍ତି ଏହି ବିଲେଇଙ୍କୁ ରାସ୍ତା କଡରୁ ଉଠାଯାଇ ନାହିଁ। ଏହା ସାଇଥ୍‌ ପ କଞ୍ଜରଭେଶନ ନୋଭା ସ୍କୋଟିଆ ରେସ୍କ୍ୟୁ ଗ୍ରୁପ(South Paw Conservation Nova Scotia Rescue Group) ଦ୍ୱାରା ଉକ୍ତ ବୁକ୍‌ ଷ୍ଟୋରରେ ଦିଆଯାଇଛି। ଏହି ବିଲେଇମାନଙ୍କୁ ଭଲରେ ପାଳିବା ପାଇଁ ନୋଭା ସ୍କୋଟିଆ ରେସ୍କ୍ୟୁ ଗ୍ରୁପ ଚେଷ୍ଟା କରୁଥିବା କୁହନ୍ତି ବୁକ୍‌ ଷ୍ଟୋର ମାଲିକ। ଯଦି କେହି ଏହି ବିଲେଇଙ୍କୁ ଘରକୁ ନେବାକୁ ଚାହାନ୍ତି ତେବେ ତାଙ୍କୁ ଆଡପଶନ ବା ପୋଷ୍ୟ ଭାବେ ଗ୍ରହଣ କରିବାର ସମସ୍ତ ପ୍ରକ୍ରିୟା ପୂରଣ କରିବାକୁ ପଡିବ। ଏହା ନୋଭା ସ୍କୋଟିଆ ରେସ୍କ୍ୟୁ ଗ୍ରୁପ ଦ୍ୱାରା କରାଯାଇଥାଏ। ଏଥିପାଇଁ ପ୍ରାୟ ୫୫ କାନାଡିଆ ଡଲାର ବା ୧୯୪ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥାଏ ବୋଲି କୁହାଯାଏ। ଏହାସହ ବିଲେଇଙ୍କୁ ଘରକୁ ନେବା ପୂର୍ବରୁ ରେଫରେନ୍ସ ଦେବାକୁ ପଡିଥାଏ। ବୁକ୍‌ ଷ୍ଟୋର ମାଲିକ କୁହନ୍ତି ଏବେ ତାଙ୍କ ପାଖରେ ପ୍ରାୟ ୩୦ ବିଲେଇ ଅଛନ୍ତି। ଏମାନଙ୍କୁ ଦେଖିବାକୁ କେହି କେହି ଆସୁଥିବା ବେଳେ ଆଉ କେହି ବୁକ୍‌ ଷ୍ଟୋର ମଧ୍ୟରେ ବିଲେଇ ଦେଖି ଚମକି ପଡନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri