ଏଜୁକେଶନ ଟୁରିଜମ୍‌ ନୂଆ ସୁଯୋଗ

ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍‌ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ପରି ବିଷୟରେ ଅତି ବେଶିରେ ୨୦ ଲକ୍ଷ ସିଟ୍‌ରେ ନାମଲେଖା ହେଉଛି। ଆହୁରି ୧୮ ଲକ୍ଷ ସିଟ୍‌ ଖାଲିପଡ଼ୁଛି। ଏଭଳିସ୍ଥଳେ ବିକଶିତ ରାଷ୍ଟ୍ର ଭଳି ଏଜୁକେଶନ ଟୁରିଜମ୍‌ ମାଧ୍ୟମରେ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବାର ପ୍ରୟାସ କରାଯାଉଛି। ଏବେ ବିଦେଶରୁ ମାତ୍ର ୩୦ରୁ ୩୫ ହଜାର ଛାତ୍ରୀଛାତ୍ର ଭାରତକୁ ପଢ଼ିବାକୁ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତରୁ ଲକ୍ଷାଧିକ ଛାତ୍ରୀଛାତ୍ର ବିଦେଶକୁ ଶିକ୍ଷାଲାଭ ପାଇଁ ଯାଉଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଦେଶରେ ଏଜୁକେଶନ ଟୁରିଜମ୍‌ର ବ୍ୟାପକତା ଉପରେ ଗୁରୁତ୍ୱ ଦେଉଛନ୍ତିି। ଭାରତଠାରୁ ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଥିବା ଦେଶରେ ରୋଡ୍‌ ଶୋ’ କରାଯାଇ ଭାରତରେ ଶିକ୍ଷା କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବା ସହ ଏହାର ଭିତ୍ତିଭୂମି ସମ୍ପର୍କରେ ବିଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ସୂଚନା ଦିଆଯାଉଛି। ବିଶେଷକରି ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ ଓ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଭଳି ପାଠ୍ୟକ୍ରମ ଅଧିକ ଫୋକସ୍‌ରେ ରହିଛି। ଗତ କିଛିବର୍ଷ ମଧ୍ୟରେ ଭାରତରେ ମେଡିକାଲ ଟୁରିଜମ୍‌ ଯେପରି ଲୋକପ୍ରିୟତା ହାସଲ କରିଛି ଠିକ୍‌ ସେଭଳି ଏଜୁକେଶନ ଟୁରିଜମ୍‌ ବା ଶିକ୍ଷା ପର୍ଯ୍ୟଟନ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଭାରତ ଆସୁଥିବା ୩୦ ହଜାର ଛାତ୍ରୀଛାତ୍ର ଆଗାମୀ ୫ ବର୍ଷ ମଧ୍ୟରେ କିଭଳି ୫ ଲକ୍ଷ ଟପିବ ତାହା ଉପରେ ଜୋର୍‌ ଦିଆଯାଉଛି।
କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଏହାଦ୍ୱାରା ଦେଶ ଓ ରାଜ୍ୟର ସଷ୍ଟେନେବଲ୍‌ ଟୁରିଜମ୍‌ ବା ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ଘଟିବ। ଏଜୁକେଶନ ଟୁରିଜମ୍‌ ବ୍ୟାପକ ହେବାପରେ ଓଡ଼ିଶା ମଧ୍ୟ ବିଶେଷଭାବେ ଉପକୃତ ହେବ। ଭୁବନେଶ୍ୱର ପୂର୍ବ ଭାରତର ଶିକ୍ଷା ହବ୍‌ ଭାବେ ଲୋକପ୍ରିୟତା ଅର୍ଜନ କରିଛି। ଶତାଧିକ ଇଞ୍ଜିନିୟରିଂ କଲେଜ ସହ ସରକାରୀ ଓ ବେସରକାରୀ ମେଡିକାଲ କଲେଜ, ମ୍ୟାନେଜମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଏମ୍‌ସ, ଆଇଆଇଟି, ନାଇଜର୍‌, ଏନ୍‌ଆଇଟି, ଆଇଆଇଏମ୍‌ସି ଭଳି ବହୁ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ରହିଛି। ସେହିଭଳି ଓଡ଼ିଶାରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏବେ ମାତ୍ର ୩୦ ପ୍ରତିଶତ ସିଟ୍‌ ପୂରଣ ହେଉଥିବା ବେଳେ ୭୦ ପ୍ରତିଶତ ସିଟ୍‌ ଖାଲିପଡ଼ୁଛି। ଏଭଳିସ୍ଥଳେ ରାଜ୍ୟ ସରକାର ଯଦି ଶିକ୍ଷା ପର୍ଯ୍ୟଟନକୁ ଗୁରୁତ୍ୱ ଦିଅନ୍ତି ତା’ହେଲେ ଖାଲି ପଡ଼ିଥିବା ସିଟ୍‌ ପୂରଣ ହେବା ସହ ରାଜ୍ୟରେ ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ହୋଇପାରିବ।

ବେଦ, ଆୟୁର୍ବେଦ, ସଂସ୍କୃତ ଶିକ୍ଷା ଆମର ସ୍ବତନ୍ତ୍ରତା
ଭୁବନେଶ୍ୱରକୁ ପୂର୍ବ ଭାରତର ଏଜୁକେଶନ ହବ୍‌ ବୋଲି କୁହାଯାଏ। ତେଣୁ ଏଜୁକେଶନ ଟୁରିଜିମ୍‌ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏଠାରେ ଥିବା ଶତାଧିକ ଘରୋଇ ଏବଂ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରେ ରାଜ୍ୟ ଏବଂ ଦେଶ ବାହାରୁ ଆସି ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣ କରୁଛନ୍ତି। ବିଶେଷକରି ୬ ମାସିଆ ଓ ବର୍ଷିକିଆ ପାଠ୍ୟକ୍ରମରେ ଅଧିକାଂଶ ବାହାର ଶିକ୍ଷାର୍ଥୀମାନଙ୍କୁ ଦେଖିବାକୁ ମିଳୁଛି। ଏହାବ୍ୟତୀତ ବେଦ, ଆୟୁର୍ବେଦ ଓ ସଂସ୍କୃତ ଶିକ୍ଷା କରିବାକୁ ଭାରତକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ବିଦେଶୀ ଆସିଥାନ୍ତି। ଏହା ଆମର ସ୍ବତନ୍ତ୍ରତା ଏବଂ ଏହା ମାଧ୍ୟମରେ ଆବେ ବିଦେଶୀଙ୍କୁ ଏଠାକୁ ଆକୃଷ୍ଟ କରିପାରିବା। ଯଦି ଶିକ୍ଷାକ୍ଷେତ୍ରରେ ଆମ ଦେଶରେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବାହାରେ ରୋଡ୍‌ ଶୋ’ କରାଯାଇ ପ୍ରଚାର ପ୍ରସାର କରାଯାଆନ୍ତା ତାହେଲେ ଏଜୁକେଶନ ଟୁରିଜିମ୍‌ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?