Posted inଖେଳ

‘ଏକା କୋହଲି ୧୧ ଜଣଙ୍କ ସହ ସମାନ’

କୋଲକାତା, ୧୩।୬(ପି.ଟି.): ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଆଉଟ କରିବା ପାଇଁ ଯେପରି ବୁଦ୍ଧି ଖଟାଇବା କଥା କେବଳ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ ତାହା ପ୍ରୟୋଗ କର। ଏକା କୋହଲି ୧୧ ଜଣ ଖେଳାଳିଙ୍କ ସହିତ ସମାନ। ଇଂଲଣ୍ଡର ଦୁଇ ସ୍ପିନର ମୋଇନ ଅଲୀ ଓ ଆଡିଲ ରଶିଦଙ୍କୁ ଏହି ପରାମର୍ଶ ଦେଇ ଆସୁଛନ୍ତି ପାକିସ୍ତାନର ଗ୍ରେଟ୍‌ ସାକଲେନ ମୁସ୍ତାକ। ଗତବର୍ଷ ବିଶ୍ୱକପ ପର୍ଯ୍ୟନ୍ତ ସାକଲେନ ଇଂଲଣ୍ଡ ଦଳର ସ୍ପିନ ପରାମର୍ଶଦାତା ଥିଲେ। ଉଭୟ ମୋଇନ ଓ ରଶିଦ କୋହଲିଙ୍କୁ ୬ ଥର ଲେଖାଏ ଆଉଟ କରିଛନ୍ତି। ”ହଁ, ସେ ଜଣେ ନୁହନ୍ତି, ୧୧ ଜଣ। ଭାରତୀୟ ଦଳରେ କୋହଲିଙ୍କ ଉଇକେଟ ଗୁରୁତ୍ୱପୂର୍ଣ୍ଣ। ବିରାଟଙ୍କ ଉଇକେଟ ଅର୍ଥ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଆଉଟ କରିବା। ସେ ଏକାକୀ ୧୧ ଖେଳାଳିଙ୍କ ସହିତ ସମାନ। ତାଙ୍କ ପ୍ରତି ସେଭଳି ମନୋଭାବ ପୋଷଣ କରାଯିବା ଉଚିତ ବୋଲି ଏକ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ୪୩ ବର୍ଷୀୟ ସାକ୍‌ଲେନ କହିଛନ୍ତି।
୨୦୧୮ରେ ହେଡିଂଲେରେ ଅନୁଷ୍ଠିତ ଏକଦିବସୀୟ ମ୍ୟାଚରେ ରଶିଦଙ୍କ ଏକ ବଲ୍‌ରେ ଚକ୍‌ମା ଖାଇ ଯାଇଥିଲେ ବିରାଟ। ବଲ୍‌ଟି ପାଖାପାଖି ଲେଗ୍‌ରେ ପଡ଼ିଥିଲେ ହେଁ ଟର୍ନ ହୋଇ ଅଫ୍‌ଷ୍ଟମ୍ପରେ ବାଜିଥିଲା। ସାକ୍‌ଲେନ ଏହାକୁ ‘ବିରାଟ-ଓ୍ବାଲା ଡେଲିଭରି’ ବୋଲି କହିଥିଲେ। ନେଟ୍ସରେ ଏଭଳି ବୋଲିଂ ଜାରି ରଖିବାକୁ ଅଭ୍ୟାସ କରିବାକୁ ସେ ରଶିଦଙ୍କୁ ଉତ୍ସାହିତ କରିଥିଲେ। ବିଶ୍ୱର ନମ୍ବରଓ୍ବାନ ବ୍ୟାଟ୍ସମ୍ୟାନ ହୋଇଥିବାରୁ କୋହଲିଙ୍କର ଅହଂଭାବ ରହିବା ସ୍ବାଭାବିକ୍‌। ଯଦି ତୁମେ ଏକ ଡଟ୍‌(୦) ବଲ୍‌ ପକାଇବ ତେବେ ତାଙ୍କ ଅହଂ ଭାବରେ ଆଘାତ ଲାଗିବ। ତାଙ୍କୁ ଫାନ୍ଦରେ ପକାଇଲେ ଯାଇ ଆଉଟ କରି ପାରିବ। ଏ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ଖେଳ ଖେଳିବାକୁ ହେବ ବୋଲି ଏହି ପୂର୍ବତନ ପାକିସ୍ତାନ ସ୍ପିନର କହିଛନ୍ତି। ଇଂଲଣ୍ଡ ଦଳ କୋହଲିଙ୍କ ବିପକ୍ଷରେ ଭଲଭାବେ ହୋମଓ୍ବାର୍କ କରିଥିଲା ଆମେ ତାଙ୍କର ବିଭିନ୍ନ ପର୍ଯ୍ୟାୟର ବ୍ୟାଟିଂକୁ ଅନୁଧ୍ୟାନ କରିଥିଲୁ। ସେ କିପରି ଆରମ୍ଭ କରୁଛନ୍ତି, ତାକୁ ବିଲ୍ଡଅପ୍‌ କରୁଛନ୍ତି ଏବଂ ଶେଷ କରୁଛନ୍ତି ଦେଖିବାପରେ ଯୋଜନା ପ୍ରସ୍ତୁତ କରିଥିଲୁ ବୋଲି ସମ୍ପ୍ରତି ପାକିସ୍ତାନ କ୍ରିକେଟର ଇଣ୍ଟରନ୍ୟାଶନାଲ ପ୍ଲେୟର ଡେଭଲପ୍‌ମେଣ୍ଟ ମୁଖ୍ୟ ଥିବା ସାକ୍‌ଲେନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri