Posted inଖେଳ

‘ଏକା କୋହଲି ୧୧ ଜଣଙ୍କ ସହ ସମାନ’

କୋଲକାତା, ୧୩।୬(ପି.ଟି.): ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଆଉଟ କରିବା ପାଇଁ ଯେପରି ବୁଦ୍ଧି ଖଟାଇବା କଥା କେବଳ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ ତାହା ପ୍ରୟୋଗ କର। ଏକା କୋହଲି ୧୧ ଜଣ ଖେଳାଳିଙ୍କ ସହିତ ସମାନ। ଇଂଲଣ୍ଡର ଦୁଇ ସ୍ପିନର ମୋଇନ ଅଲୀ ଓ ଆଡିଲ ରଶିଦଙ୍କୁ ଏହି ପରାମର୍ଶ ଦେଇ ଆସୁଛନ୍ତି ପାକିସ୍ତାନର ଗ୍ରେଟ୍‌ ସାକଲେନ ମୁସ୍ତାକ। ଗତବର୍ଷ ବିଶ୍ୱକପ ପର୍ଯ୍ୟନ୍ତ ସାକଲେନ ଇଂଲଣ୍ଡ ଦଳର ସ୍ପିନ ପରାମର୍ଶଦାତା ଥିଲେ। ଉଭୟ ମୋଇନ ଓ ରଶିଦ କୋହଲିଙ୍କୁ ୬ ଥର ଲେଖାଏ ଆଉଟ କରିଛନ୍ତି। ”ହଁ, ସେ ଜଣେ ନୁହନ୍ତି, ୧୧ ଜଣ। ଭାରତୀୟ ଦଳରେ କୋହଲିଙ୍କ ଉଇକେଟ ଗୁରୁତ୍ୱପୂର୍ଣ୍ଣ। ବିରାଟଙ୍କ ଉଇକେଟ ଅର୍ଥ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଆଉଟ କରିବା। ସେ ଏକାକୀ ୧୧ ଖେଳାଳିଙ୍କ ସହିତ ସମାନ। ତାଙ୍କ ପ୍ରତି ସେଭଳି ମନୋଭାବ ପୋଷଣ କରାଯିବା ଉଚିତ ବୋଲି ଏକ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ୪୩ ବର୍ଷୀୟ ସାକ୍‌ଲେନ କହିଛନ୍ତି।
୨୦୧୮ରେ ହେଡିଂଲେରେ ଅନୁଷ୍ଠିତ ଏକଦିବସୀୟ ମ୍ୟାଚରେ ରଶିଦଙ୍କ ଏକ ବଲ୍‌ରେ ଚକ୍‌ମା ଖାଇ ଯାଇଥିଲେ ବିରାଟ। ବଲ୍‌ଟି ପାଖାପାଖି ଲେଗ୍‌ରେ ପଡ଼ିଥିଲେ ହେଁ ଟର୍ନ ହୋଇ ଅଫ୍‌ଷ୍ଟମ୍ପରେ ବାଜିଥିଲା। ସାକ୍‌ଲେନ ଏହାକୁ ‘ବିରାଟ-ଓ୍ବାଲା ଡେଲିଭରି’ ବୋଲି କହିଥିଲେ। ନେଟ୍ସରେ ଏଭଳି ବୋଲିଂ ଜାରି ରଖିବାକୁ ଅଭ୍ୟାସ କରିବାକୁ ସେ ରଶିଦଙ୍କୁ ଉତ୍ସାହିତ କରିଥିଲେ। ବିଶ୍ୱର ନମ୍ବରଓ୍ବାନ ବ୍ୟାଟ୍ସମ୍ୟାନ ହୋଇଥିବାରୁ କୋହଲିଙ୍କର ଅହଂଭାବ ରହିବା ସ୍ବାଭାବିକ୍‌। ଯଦି ତୁମେ ଏକ ଡଟ୍‌(୦) ବଲ୍‌ ପକାଇବ ତେବେ ତାଙ୍କ ଅହଂ ଭାବରେ ଆଘାତ ଲାଗିବ। ତାଙ୍କୁ ଫାନ୍ଦରେ ପକାଇଲେ ଯାଇ ଆଉଟ କରି ପାରିବ। ଏ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ଖେଳ ଖେଳିବାକୁ ହେବ ବୋଲି ଏହି ପୂର୍ବତନ ପାକିସ୍ତାନ ସ୍ପିନର କହିଛନ୍ତି। ଇଂଲଣ୍ଡ ଦଳ କୋହଲିଙ୍କ ବିପକ୍ଷରେ ଭଲଭାବେ ହୋମଓ୍ବାର୍କ କରିଥିଲା ଆମେ ତାଙ୍କର ବିଭିନ୍ନ ପର୍ଯ୍ୟାୟର ବ୍ୟାଟିଂକୁ ଅନୁଧ୍ୟାନ କରିଥିଲୁ। ସେ କିପରି ଆରମ୍ଭ କରୁଛନ୍ତି, ତାକୁ ବିଲ୍ଡଅପ୍‌ କରୁଛନ୍ତି ଏବଂ ଶେଷ କରୁଛନ୍ତି ଦେଖିବାପରେ ଯୋଜନା ପ୍ରସ୍ତୁତ କରିଥିଲୁ ବୋଲି ସମ୍ପ୍ରତି ପାକିସ୍ତାନ କ୍ରିକେଟର ଇଣ୍ଟରନ୍ୟାଶନାଲ ପ୍ଲେୟର ଡେଭଲପ୍‌ମେଣ୍ଟ ମୁଖ୍ୟ ଥିବା ସାକ୍‌ଲେନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri