Posted inଜାତୀୟ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଅଗଣତାନ୍ତ୍ରିକ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: ଏକ ଦେଶ ଏକ ନିର୍ବାଚନ ଚିନ୍ତାଧାରା ଅଗଣତାନ୍ତ୍ରିକ ଏବଂ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ କହି କଂଗ୍ରେସ ଏହାର ଦୃଢ଼ ବିରୋଧ କରିଛି। ଏହା ସଂଘବାଦ ଗ୍ୟାରେଣ୍ଟିର ବିରୋଧ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଏଭଳି ଚିନ୍ତାଧାରାକୁ ପରିତ୍ୟାଗ କରିବା ସହ ଏହାର ଅନୁଧ୍ୟାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଭଙ୍ଗ କରିବାକୁ ଖାର୍ଗେ ଦାବି କରିଛନ୍ତି। ଦେଶର ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରକୁ ବଦଳାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ତଥା କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ତାଙ୍କ ବ୍ୟକ୍ତିତ୍ୱ ଏବଂ ପୂର୍ବ ପଦବୀର ଅପବ୍ୟବହାର ହେବାକୁ ଦିଅନ୍ତୁ ନାହିଁ ବୋଲି ଖାର୍ଗେ ନିବେଦନ କରିଛନ୍ତି। ଏହି ମର୍ମରେ ସେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ’ କମିଟିର ସଚିବ ନୀତେନ ଚନ୍ଦ୍ରାଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଏକ ସଙ୍ଗେ ନିର୍ବାଚନ କରାଇବା ପାଇଁ ଭାଜପାର ଉଦ୍ୟମ ଅଗଣତାନ୍ତ୍ରିକ ହୋଇଥିବାରୁ କଂଗ୍ରେସ ଏହାର ଦୃଢ଼ ବିରୋଧ କରୁଛି। ଗଣତନ୍ତ୍ରକୁ ସଫଳ ଓ ସୁଦୃଢ଼ କରିବା ପାଇଁ ଏଭଳି ଚିନ୍ତାଧାରା ବର୍ଜନ କରାଯିବା ଜରୁରୀ ଏବଂ ଉଚ୍ଚସ୍ତରୀୟ କମିଟିକୁ ଭାଙ୍ଗିଦେବା ଆବଶ୍ୟକ ବୋଲି ଖାର୍ଗେ ଉକ୍ତ ପତ୍ରରେ ଲେଖିଛନ୍ତି। ଗତ ୧୮ ତାରିଖରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ କମିଟି ତରଫରୁ ଚନ୍ଦ୍ରା ପତ୍ର ଲେଖି କଂଗ୍ରେସର ମତାମତ ଲୋଡ଼ିଥିବାବେଳେ ଖାର୍ଗେ ଜବାବରେ ଏହା କହିଛନ୍ତି। ସେ କହିଛନ୍ତି, ଯାହା ଜଣାପଡ଼ୁଛି କମିଟି ଉକ୍ତ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ମନ ସ୍ଥିର କରିନେଇଛି ଏବଂ କେବଳ ଲୋକଦେଖାଣିଆ ଭାବେ ପରାମର୍ଶ ମାଗୁଛି। ଜନାଦେଶ ପ୍ରତି ସମ୍ମାନକୁ ସୁନିଶ୍ଚିତ କରିବା ଦିଗରେ ସରକାର, ପାର୍ଲାମେଣ୍ଟ ଏବଂ ନିର୍ବାଚନ କମିଶନ ଏକାଠି କାମ କରିବା ଆବଶ୍ୟକ। ଏକକାଳୀନ ନିର୍ବାଚନ ଭଳି ଅଗଣତାନ୍ତ୍ରିକ କଥା କହି ଲୋକଙ୍କ ଦୃଷ୍ଟିକୁ ହଟାଇଦିଆ ନ ଯାଉ ବୋଲି ସେ କହିଛନ୍ତି। ବିଭିନ୍ନ ରାଜ୍ୟରେ ସରକାରରେ ଥିବା ବିରୋଧୀ ଦଳଗୁଡ଼ିକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆ ନ ଯାଇ କମିଟି ଗଠନରେ ପକ୍ଷପାତ କରାଯାଇଛି। କମିଟିର ସୁପାରିସ ସମ୍ପୃକ୍ତ ରାଜ୍ୟ ସରକାରକୁ ପ୍ରଭାବିତ କରିବ। ଗତ ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀମାନେ ଗୃହ ଉପରେ ଆସ୍ଥା ହରାଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦଳ ନିଜର ଫାଇଦା ହାସଲ ପାଇଁ ସରକାରୀ କଳର ଅପବ୍ୟବହାର କରିଆସୁଛି ଏବଂ ଜନାଦେଶକୁ ଚୋରି କରିବା ପାଇଁ ଦଳବଦଳ ଆଇନକୁ ବଦଳାଉଛି। ଦେଶରେ ଏକସଙ୍ଗେ ନିର୍ବାଚନ ଚିନ୍ତାଧାରାର କୌଣସି ସ୍ଥାନ ନାହିଁ। ତାହା ସଂଘବାଦ ଗ୍ୟାରେଣ୍ଟି ବିରୋଧରେ ଯିବ ବୋଲି ଖାର୍ଗେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri