ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ ଟ୍ୟୁବ

ଭୁବନେଶ୍ୱର,୯-୨: ଉପକୂଳ ସୁରକ୍ଷା କ୍ଷେତ୍ରରେ ଜିଓ ଟେକ୍ସଟାଇଲ ଟ୍ୟୁବ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। କେନ୍ଦ୍ରାପଡା ଜିଲା ଉପକୂଳରେ ଏକ ଛୋଟିଆ ବସ୍ତି ପେନ୍ଥାଠାରେ ଉପକୂଳ ପ୍ରକଳ୍ପ ସୁରକ୍ଷା କ୍ଷେତ୍ରରେ ୩ ସ୍ତରୀୟ ଜିଓ ଟେକ୍ସଟାଇଲ ଉପଯୋଗ କରି ବେଶ ସଫଳ ହୋଇପାରିଛି। ରାଜ୍ୟରେ ଏହି ପ୍ରକଳ୍ପ ଗତ ୩ ବର୍ଷ ମଧ୍ୟରେ ସମ୍ପର୍ଣ୍ଣ ହୋଇଛି। ଫାଇଲିନ, ହୁଡହୁଡ ଏବଂ ଫନୀ ବାତ୍ୟା ସମୟରେ ଜିଓ ଟେକ୍ସଟାଇଲ ବ୍ୟବହାର ଦ୍ୱାରା ଉପକୂଳ ଅଞ୍ଚଳର ସୁରକ୍ଷାକୁ ଅଧିକ ନିଶ୍ଚିତ କରାଯାଇ ପାରିଛି। ସୁନାମୀ ତଥା ଉଚ୍ଚ ଜୁଆରରୁ ଉପକୂଳକୁ ସୁରକ୍ଷିତ ରଖିବାରେ ଏହା ବେଶ ସହାୟକ ହେଉଥିବା ଏଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ କହିଛନ୍ତି। ଗୁରୁଓ୍ବାରେ ଟେକ୍ନିକାଲ ଫାଇବର ଲିମିଟେଡ ଏହି ପ୍ରକଳ୍ପକୁ ସ୍ଥାପନ କରିଛି। ଏହା ବିଶ୍ୱ ବ୍ୟାଙ୍କ ସହାୟତାରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ୩୫ କୋଟି ଟଙ୍କା ବିନିଯୋଗ ହୋଇଛି।
୨୦୧୯ ଏପ୍ରିଲ ବାତ୍ୟା ସମୟରେ ପେନ୍ଥା ଗାଁ ତଥା ନିକଟବର୍ତ୍ତି ଗଁାଗୁଡିକ ଜିଓ ସିନ୍ଥେଟିକ ଟ୍ୟୁବର ବ୍ୟବହାର ଯୋଗୁ ବିଶେଷ ପ୍ରଭାବିତ ହୋଇ ନ ଥିଲା। ଏହି ପ୍ରକଳ୍ପ ଦ୍ୱାରା ପେନ୍ଥା ତଥା ଏହାର ନିକଟବର୍ତ୍ତୀ ଗ୍ରାମଗୁଡିକରେ ୬ ହଜାର ହେକ୍ଟର ଜମିରେ ଲୁଣା ପାଣି ମାଡିବାକୁ ପ୍ରତିରୋଧ କରାଯାଇଥିବା ଗୁରୁଓ୍ବାରେ ଟେକ୍ନିକାଲ ଫାଇବର ଲିମିଟେଡର ଜିଓ ସିନ୍ଥେଟିକ୍‌ ଡିଭିଜନ ସଭାପତି ତିରୁ କୁଲକର୍ଣ୍ଣୀ କହିଛନ୍ତି। ପେନ୍ଥା ପ୍ରକଳ୍ପ ସମୁଦ୍ରରେ ବନ୍ଧ କାର୍ଯ୍ୟ ସମ୍ପର୍ଣ୍ଣ କରିଥାଏ। ଏହାକୁ ରାଜ୍ୟ ଜଳସମ୍ପଦ ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି। ଏହାର ଡିଜାଇନ ଏବଂ ପ୍ରକଳ୍ପ ପରିଚାଳନା ପରାମର୍ଶ ମାଡ୍ରାସ ଆଇଆଇଟି ଦ୍ୱାରା କରାଯାଇଛି। ପେନ୍ଥାର ବସ୍ତି ବାସିନ୍ଦାଙ୍କୁ ସୁରକ୍ଷା ଦେବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ୪୫୫ ମିଟର କ୍ଷେତ୍ରକୁ ଏହି ପ୍ରକଳ୍ପ ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଉଛି। ଜିଓ ଟ୍ୟୁବ ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନ ଥାଏ। ବିଶ୍ୱ ବ୍ୟାଙ୍କ ସହାୟତାରେ କେନ୍ଦ୍ର ସରକାରଙ୍କ ସମନ୍ବିତ ଉପକୂଳ ଜୋନ ପରିଚାଳନା ପ୍ରକଳ୍ପ ଅନ୍ତର୍ଗତ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri