ଉଦ୍‌ଯାପିତ ହେଲା ବୋଇତ ବନ୍ଦାଣ ଉତ୍ସବ: ଅଭିନେତ୍ରୀ, କଣ୍ଠଶିଳ୍ପୀ ସାଜିଲେ ଆକର୍ଷଣ

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀଠାରେ ୮ ତାରିଖଠାରୁ ଚାଲି ଆସୁଥିବା ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଚାଲୁଥିବା ଏହି ଉତ୍ସବରେ ମଙ୍ଗଳବାର ସକାଳେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ ଯୋଗ ଦେଇଥିବା ବେଳେ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଦୀପ୍ତିରେଖା ଯୋଗଦେଇଥିଲେ। ଏହି ଦୁଇ ସେଲିବ୍ରିଟି ଆକର୍ଷଣ ସାଜିଥିବାରୁ ସକାଳ ଓ ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବୋଇତ ବନ୍ଦାଣ ଉତ୍ସବ କମିଟି ଆନୁକୂଲ୍ୟରେ ୨୦୦୪ ମସିହାରୁ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୧୬ତମ ଏହି ବନ୍ଦାଣ ଉତ୍ସବ ଜାକଜକମରେ ପାଳନ କରାଯାଇଛି। ଉତ୍ସବକୁ ଲୋକାଭିମୁଖୀ କରିବା ଲାଗି ୪ ଦିନ ହେଲାଣି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମଙ୍ଗଳବାର ସକାଳେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଉତ୍କଳର ପରମ୍ପରାକୁ ମନେରଖିବା ପାଇଁ ଏହିଭଳି ପ୍ରୟାସ କରାଯାଉଛି ବୋଲି କହିଥିଲେ। ପ୍ରତିବର୍ଷ ଏହାକୁ କିପରି ଭଲ ଭାବେ ପାଳନ କରାଯାଇପାରିବ ସେ ଦିଗରେ ଧ୍ୟାନ ଦିଆଯାଉଛି। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲାପାଳ ଡା. ପୋମା ଟୁଡୁ, ଏସ୍‌ପି ଶଶିଭୂଷଣ ଶତପଥୀ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ସୁବାସ ଚନ୍ଦ୍ର ରାୟ, ଡିଏଫଓ ଧନରାଜ ଏଚଡି, ସହକାରୀ ଜିଲାପାଳ ବିଜୟିତା ସାମନ୍ତସିଂହାର, ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବେ କିପରି ସାଧବ ପୁଅମାନେ ବେପାର ବଣିଜ କରିବା ପାଇଁ ବିଦେଶ ଯାଉଥିଲେ ତାହା ବୋଇତ ବନ୍ଦାଣ ଉତ୍ସବ ମନେପକାଇ ଦିଏ । ଉକ୍ତ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କମିଟି ତରଫରୁ କରାଯାଇଥିବା ଏହି ପ୍ରୟାସ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ଅଭିନେତ୍ରୀ ଏଲିନାଙ୍କ ସହିତ ଅତିଥିମାନେ ସୁସଜ୍ଜିତ ବୋଇତରେ ସାଗର ପୁଷ୍କରିଣୀ ପରିକ୍ରମା କରିଥିଲେ। ସନ୍ଧ୍ୟାରେ ମେଲୋଡ଼ି ସାଙ୍ଗକୁ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ କୌଶିକ୍‌ଙ୍କ ଗୀତ ଶୁଣିବାକୁ ମିଳିଥିଲା। ମେଲୋଡ଼ି ଗୀତ ମିଲନ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିଭଳି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସହରର ଲୋକମାନେ ସାଗର ପୁଷ୍କରିଣୀରେ ବୋଇତ ଭସାଇବା ସହିତ ଦକ୍ଷିଣକାଳୀ ମନ୍ଦିରରେ ଦୀପ ଜାଳି ମା’ଙ୍କ ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri