ଉଦ୍ଧାର ହାତୀ ଛୁଆଙ୍କୁ ନେଇ ଚିନ୍ତାରେ ବନ ବିଭାଗ

ଢେଙ୍କାନାଳ ଅଫିସ,୬ା୮

ଢେଙ୍କାନାଳ ଜିଲାରେ ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହେଉଥିବା ହାତୀ ଛୁଆଙ୍କୁ ନେଇ ବନ ବିଭାଗର ଚିନ୍ତା ବଢୁଛି। ଉଦ୍ଧାର ହାତୀ ଛୁଆଙ୍କୁ ସୁରକ୍ଷିତ ଭାବରେ ରଖିବା ପାଇଁ କପିଳାସ ଚିଡିଆଖାନାରେ ଥିବା ରେସକ୍ୟୁ ସେଣ୍ଟରରେ ୪ ହାତୀ ଥିବାରୁ ସେଠାରେ ଆଉ ହାତୀ ଛୁଆଙ୍କୁ ରଖିବାକୁ ଜାଗା ନାହିଁ ା ସେହିପରି ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ହାତୀ ଛୁଆଙ୍କୁ ନେବେ ନାହିଁ ବୋଲି ମନା କରିଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଫଳରେ ବିଭିନ୍ନ ଜଙ୍ଗଲକୁ ଗୋଠଛଡା ହୋଇ ପଳାଇ ଆସୁଥିବା ହାତୀ ଛୁଆଙ୍କର ସୁରକ୍ଷା ଚିନ୍ତାଜନକ ହୋଇପଡିଛି ା
ଢେଙ୍କାନାଳ ଜିଲାରେ ହାତୀ ସଂଖ୍ୟା ବଢିବା ପରେ ବହୁ ହାତୀ ଛୁଆ ଗୋଠଛଡା ହୋଇ ଜନବସତି ଅଞ୍ଚଳକୁ ପଳାଇ ଆସୁଛନ୍ତି। ଲୋକମାନେ ହାତୀ ଛୁଆଙ୍କୁ ଉଦ୍ଧାର କରି ବନବିଭାଗ ଜିମାରେ ଦିଅନ୍ତି ା ଏସବୁକୁ ନଜରରେ ରଖି ୨୦୧୦ରେ କପିଳାସ ଚିଡିଆଖାନା ପରିସରରେ ଏକ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟର ବନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା। ଯେଉଁଠାରେ ୪ଟି ହାତୀ ଛୁଆଙ୍କୁ ରଖି ଦେଖାରଖା କରିହେବ। ନିର୍ମାଣ ପରଠାରୁ ଉକ୍ତ ରେସକ୍ୟୁ ସେଣ୍ଟରରେ ଉଦ୍ଧାର ହୋଇ ଆସି ରୋଗାଗ୍ରସ୍ତ ହୋଇ ବର୍ତ୍ତମାନ ସୁଦ୍ଧା ୩ଟି ହାତୀ ଛୁଆଙ୍କର ମୃତ୍ୟୁ ଘଟିଥିବା ନଜିର ମଧ୍ୟ ରହିଛି ା ବର୍ତ୍ତମାନ ରେସକ୍ୟୁ ସେଣ୍ଟରରେ କାର୍ତ୍ତିକ(୧୦ବର୍ଷ), ଉମା(୭ବର୍ଷ), ଚନ୍ଦୁ(୮ବର୍ଷ), ହିରୋ(୨ବର୍ଷ)ର ୪ଟି ହାତୀଛୁଆ ରହିଛନ୍ତି ା ସେମାନଙ୍କ ଦେଖାରଖା ପାଇଁ ପ୍ରାୟ ୪ଜଣ କର୍ମଚାରୀ ମଧ୍ୟ ରହିଛନ୍ତି ା ତେଣୁ ଅଧିକାଂଶ ସମୟରେ ଉଦ୍ଧାର ହାତୀ ଛୁଆଙ୍କୁ ଏଣିକି କପିଳାସ ରେସକ୍ୟୁ ସେଣ୍ଟରରେ ରଖିବା ସମ୍ଭବପର ହେଉନାହିଁ ବୋଲି କପିଳାସ ରେଞ୍ଜର ଦର୍ଶନିଆ ଭୋଇଙ୍କ ସୂତ୍ରରୁ ଜଣାପଡିଛି ା ନିକଟରେ ହିନ୍ଦୋଳ ରେଞ୍ଜରେ ଉଦ୍ଧାର ୩ଟି ହାତୀ ଛୁଆଙ୍କୁ ବିଭିନ୍ନ ଫରେଷ୍ଟ ବିଟ୍‌ ହାଉସରେ ରଖି ତାଙ୍କର ସେବା କରାଯାଉଥିବା ବେଳେ ଗୋଟିଏ ମାସ ମଧ୍ୟରେ ୩ଟି ହାତୀ ଛୁଆଙ୍କ ମୃତ୍ୟୁ ଘଟିଥିଲା ା ସେହିପରି ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ସେଠାରେ ଆବଶ୍ୟକଠାରୁ ଅଧିକ ହାତୀ ଥିବାରୁ ଆଉ ହାତୀଛୁଆଙ୍କୁ ରଖିବା ପାଇଁ ମନା କରିଛନ୍ତି ା ଏଭଳି ଅଡୁଆ ପରିସ୍ଥିତି ଯୋଗୁ ବନ ବିଭାଗର ମୁଣ୍ଡବିନ୍ଧା ବଢିଛି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର କୁହନ୍ତି, କପିଳାସରେ ଆଉ ଅଧିକ ଉଦ୍ଧାର ହାତୀ ଛୁଆଙ୍କୁ ରଖି ସେମାନଙ୍କ ସେବା କରିବା ସମ୍ଭବପର ହେଉନାହିଁ। ଅନ୍ୟପଟରେ ନନ୍ଦନକାନନ ଚିଡିଆଖାନା କର୍ତ୍ତୃପକ୍ଷ ମଧ୍ୟ ଉଦ୍ଧାର ହାତୀ ଛୁଆଙ୍କୁ ନେବା ପାଇଁ ମନା କରୁଛନ୍ତି ା ତେଣୁ ବିଭିନ୍ନ ସମୟରେ ଗୋଠଛଡା ହୋଇ ଜନବସତିକୁ ପଳାଇ ଆସୁଥିବା ହାତୀ ଛୁଆଙ୍କୁ ନେଇ ଆମର ଚିନ୍ତା ବଢୁଛି ା କାରଣ ଥରେ ହାତୀ ଛୁଆର ଶରୀରରେ ମଣିଷର ଛାପ ରହିଲେ ତାକୁ ଆଉ ଅନ୍ୟ ହାତୀମାନେ ଗୋଠରେ ନେବେ ନାହିଁ। ତେଣୁ ସେଥିପାଇଁ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରାଯାଉଛି ବୋଲି ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri