ଉତ୍ସାହ ନେଇ ଆସୁଛି ଉତ୍ସବ ଋତୁ

ଅନୁଗୋଳ ଅଫିସ, ୨୯ା୧୧:ଆସନ୍ତା ଡିସେମ୍ବରରୁ ୨୦୨୩ ଏପ୍ରିଲ୍‌ ୧, ଏହି ୪ ମାସ ଉତ୍ସବମୁଖର ହେବ ଅନୁଗୋଳ। ସାହିତ୍ୟ ସମ୍ମିଳନୀଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏ ଅନେକ କିଛି ହେବ ଆୟୋଜନ। ଏଥିପାଇଁ ପ୍ରକମ୍ପିତ ହେବ ସାରା ଜିଲା। ଓଲିଉଡ୍‌, ବଲିଉଡ ଷ୍ଟାରଙ୍କ ନାଚ, ଗୀତରେ ଝୁମିବେ ଅନୁଗୋଳବାସୀ। ଅନୁଗୋଳ ଜିଲା ଗଠନକୁ ୨୦୨୩ ଏପ୍ରିଲ୍‌ ୧ରେ ୩୦ ବର୍ଷ ଛୁଉଁଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଜିଲା ପ୍ରଶାସନ ଏପରି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିରେ ସାହିତ୍ୟ, ମନୋରଞ୍ଜନ ସହ ସାମାଜିକ, କ୍ରୀଡା଼ଭିତ୍ତିକ କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଛି। ୪ ମାସ ଧରି ଚାଲିବାକୁ ଥିବା ଏହି ଉତ୍ସବ ଋତୁକୁ ନେଇ ଏବେ ଜିଲାବାସୀ ଉତ୍ସାହିତ ହୋଇପଡ଼ିଛନ୍ତି।
୧୯୯୩ ଏପ୍ରିଲ୍‌ ୧ରେ ଅନୁଗୋଳକୁ ଜିଲା ମାନ୍ୟତା ମିଳିଥିଲା। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲା ଇତିମଧ୍ୟରେ ଢେର ଆଗକୁ ଯାଇଥିବା ବେଳେ ଆସନ୍ତା ବର୍ଷ ୩୦ ବର୍ଷରେ ପଦାର୍ପଣ କରିବ। ଜିଲା ୩୦ ବର୍ଷରେ ପାଦ ଦେବାକୁ ଯାଉଥିବାରୁ ଏହାକୁ ଧୁମଧାମରେ ପାଳନ କରିବାକୁ ଜିଲା ପ୍ରଶାସନ ୨୦୨୧ରୁ ପ୍ରସ୍ତୁତି ଆରମ୍ଭ କରିସାରିଛି। ଭିଜନ୍‌ ୨୩ ନାମରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସେହିପରି ଜାତୀୟ ଅନ୍ତର୍ଜାତୀୟ ସ୍ତରର ସାହିତି୍ୟକମାନଙ୍କୁ ନେଇ ଅନୁଗୋଳରେ ୨ ଦିନିଆ ସାହିତ୍ୟ ସମ୍ମିଳନୀର ଆୟୋଜନ କରାଯିବ। ଡିସେମ୍ବର ୧୧ରେ ଜିଲା ମୁଖ୍ୟାଳୟରେ ମାରାଥନ, ୧୮ ତାରିଖରେ ସଦର ମହକୁମା ଓ ସମସ୍ତ ଉପଖଣ୍ଡରେ ରାହଗିରି କାର୍ଯ୍ୟକ୍ରମ କରାଯିବ। କବାଡି ପ୍ରତିଯୋଗିତା ସହ ରାଜ୍ୟସ୍ତରୀୟ ଟେବୁଲ ଟେନିସ୍‌ ମଧ୍ୟ ଆୟୋଜିତ ହେବ। ଜିଲାର ବିଭିନ୍ନ ଲୋକକଳା ଦଳ, ଓଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଜାନୁୟାରୀ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲା ମହୋତ୍ସବ ମଧ୍ୟ ପାଳନ କରାଯିବ। ଗତ ଜିଲା ମହୋତ୍ସବ ଅନୁଗୋଳବାସୀଙ୍କୁ ଭିନ୍ନ ଅନୁଭୂତି ଦେଇଥିଲା। ବଲିଉଡ୍‌ କଣ୍ଠଶିଳ୍ପୀ ଷ୍ଟିବେନ୍‌ ବେନଙ୍କଠାରୁ ଆରମ୍ଭ କରି ସଚେତ-ପରମ୍ପରା ଯୋଡ଼ି, ଇଣ୍ଡିଆନ ଆଇଡଲ ଫେମ୍‌ ସନମୁଖା ପ୍ରିୟାଙ୍କ ଭଳି ତାରକାଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଗୋଳବାସୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ହେଲେ ଗତ ମହୋତ୍ସବଠାରୁ ଆଗାମୀ ମହୋତ୍ସବକୁ ଅଧିକ ରଙ୍ଗାରଙ୍ଗ ଓ ଆଡମ୍ବରପୂର୍ଣ୍ଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri