Posted inଜାତୀୟ

ଉତ୍ତରପୂର୍ବରେ ନିଆଁ

ଅଗରତାଲା/ଗୁଆହାଟୀ/ନୂଆଦିଲ୍ଲୀ, ୧୨ା୧୨(ପି.ଟି./ଆଇଏଏନ୍‌ଏସ୍‌): ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ପାସ୍‌ ହୋଇ ବୁଧବାର ରାତିରେ ରାଜ୍ୟ ସଭାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହାକୁ ଉଚ୍ଚ ସଦନରେ ଉପସ୍ଥାପନ କରିବାବେଳେ ବିଲ୍‌କୁ ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ କରାଯାଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବୁଧବାର ଏହା ବିରୋଧରେ ସର୍ବାଧିକ ବିକ୍ଷୋଭ ଓ ଆନ୍ଦୋଳନ ଦେଖିବାକୁ ମିଳିଛି। କ୍ରମାଗତ ତୃତୀୟ ଦିନ ଧରି ଏହି ବିବାଦୀୟ ବିଧେୟକକୁ ବିରୋଧ କରିଛନ୍ତି ବିଭିନ୍ନ ଦଳ, ଏନ୍‌ଜିଓ ଏବଂ ଛାତ୍ର ସଙ୍ଗଠନ। କେନ୍ଦ୍ର ସରକାର ଅଞ୍ଚଳବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ବିଲ୍‌କୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ୍‌ (ଏନ୍‌ଇଏସ୍‌ଓ)। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ଦେଖିବାକୁ ମିଳିଛି। ଗୁଆହାଟୀ ସଚିବାଳୟ ବାହାରେ ବିକ୍ଷୋଭକାରୀଙ୍କ ପ୍ରବଳ ବିରୋଧ ଯୋଗୁ ପୋଲିସ ଲାଠିଚାର୍ଜ କରିଛି। ଗୁଆହାଟୀ ସମେତ ଅନେକ ସହରରେ କର୍ଫ୍ୟୁ ଜାରି କରାଯାଇଛି।
ନାଗରିକତ୍ୱ ସଂଶୋଧନ ବିଧେୟକ ପ୍ରତ୍ୟାହାର ଦାବିରେ ବୁଧବାର ଅଭୂତପୂର୍ବ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଆସାମ, ତ୍ରିପୁରା, ମିଜୋରାମ ଓ ମେଘାଳୟରେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି। ନର୍ଥ ଇଷ୍ଟ୍‌ ଫ୍ରଣ୍ଟିୟର ରେଲଓ୍ବେର ହମ୍‌ସଫର ଏକ୍ସପ୍ରେସ୍‌ ଓ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ସମେତ ଅନେକ ଟ୍ରେନ୍‌ ଚଳାଚଳକୁ ବାତିଲ କରିଦିଆଯାଇଛି। ତ୍ରିପୁରାରେ ଭାଜପାର ସହଯୋଗୀ ଥିବା ଇଣ୍ଡିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି)ର ୬ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ବିଲ୍‌ ପ୍ରତ୍ୟାହାର ସକାଶେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଜରୁରୀ ବୈଠକ ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ସେହିପରି ପ୍ରଭାବଶାଳୀ ଛାତ୍ର ସଙ୍ଗଠନ ଏନ୍‌ଇଏସ୍‌ଓର ୮ ଜଣିଆ ପ୍ରତିନିଧି ଦଳ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଭାଜପା ଶାସିତ ଆସାମର ଦିସ୍‌ପୁରରେ ଉତ୍ତ୍ୟକ୍ତ ଲୋକେ ଏକ ବସ୍‌ରେ ନିଆଁ ଲଗାଇ ଜାଳିଦେଇଛନ୍ତି। ରାଜଧାନୀ ଗୁଆହାଟୀ, ଦିସପୁର, ଦିବ୍ରୁଗଡ଼ ଓ ଜେରହାଟରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାର୍ଜ କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନରେ ଖବରଦାତା ଓ ବିକ୍ଷୋଭକାରୀଙ୍କ ସମେତ ୨୫ ଆହତ ହୋଇଛନ୍ତି। ବିକ୍ଷୋଭ ଯୋଗୁ ରାସ୍ତା ଅବରୋଧ ଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଦୀର୍ଘ ସମୟ ଧରି ଗୁଆହାଟୀ ବିମାନବନ୍ଦରରେ ଅଟକି ରହିଥିଲେ। ଅଘଟଣକୁ ଏଡ଼ାଇବା ପାଇଁ ବ୍ୟାପକ ଅର୍ଦ୍ଧସାମରିକ ବଳ ଯବାନଙ୍କୁ ମୁତୟନ କରାଯାଇଛି। ଆସାମରେ ୧ ହଜାରରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି।
ତ୍ରିପୁରାରେ ଇଣ୍ଡିଜେନସ୍‌ ନ୍ୟାଶନାଲିଷ୍ଟ ପାର୍ଟି ଅଫ୍‌ ତ୍ରିପୁରା (ଆଇଏନ୍‌ପିଟି) ନେତୃତ୍ୱରେ ଜଏଣ୍ଟ ମୁଭ୍‌ମେଣ୍ଟ ଏଗେନ୍‌ଷ୍ଟ ସିଟିଜେନ୍‌ଶିପ୍‌ ଆମେଣ୍ଡମେଣ୍ଟ ବିଲ୍‌ (ଜେଏମ୍‌ଏସିଏବି) ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ଧାରଣା ଦିଆଯାଇଛି। ଓ୍ବେଷ୍ଟ ତ୍ରିପୁରା ଓ ନର୍ଥ ତ୍ରିପୁରା ସମେତ କେତେକ ଜିଲାରେ ହିଂସା, ସଂଘର୍ଷ ଓ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି। ମୋବାଇଲ୍‌ ଇଣ୍ଟରନେଟ ସେବାକୁ ଦ୍ୱିତୀୟ ଦିନ ପାଇଁ ବନ୍ଦ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏହି ବିକ୍ଷୋଭକୁ ରାଜ୍ୟର ବିକାଶ ବିରୋଧୀ ଅନାବଶ୍ୟକ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ଏକ ଗୋଷ୍ଠୀ ନୂଆଦିଲ୍ଲୀ ଯାଇ ବିଲ୍‌ ପ୍ରତ୍ୟାହାର ଦାବିରେ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ମୋଟ ୫,୦୦୦ ଅର୍ଦ୍ଧସାମରିକ ବଳ ଯବାନଙ୍କୁ ବୁଧବାର ଉତ୍ତର ପୂର୍ବାଞ୍ଚଳକୁ ପଠାଯାଇଛି। ସେହିପରି ସେନା ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri