Posted inଜାତୀୟ

ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ,୧୬ା୭: ପ୍ରବଳ ବର୍ଷା ଯୋଗୁ ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ସୋମବାର ସୁଦ୍ଧା ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମର ୩୦ ଜିଲାରେ ବନ୍ୟା ଦ୍ୱାରା ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୭୦ରେ ପହଞ୍ଚିଛି। ସରକାରୀଭାବେ କିନ୍ତୁ ବିହାରରେ ୨୪ ଓ ଆସାମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ମାନସ ଜାତୀୟ ଉଦ୍ୟାନ ଓ ପୋବିତୋରା ବନ୍ୟଜନ୍ତୁ ଅଭୟାରଣ୍ୟ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ସହ ଟେଲିଫୋନ ଯୋଗେ ବନ୍ୟା ସମ୍ପର୍କିତ କ୍ଷୟକ୍ଷତି ନେଇ ଆଲୋଚନା କରିଥିବାବେଳେ ସମସ୍ତ ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଆସାମର ମୋଟ ୪,୧୫୭ ଗ୍ରାମ (୪୪.୮୭ ଲକ୍ଷ ଲୋକ) ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁତ୍ର ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ପରିସ୍ଥିତି ଉଦ୍‌ବେଗଜନକ ରହିଛି।
ବିହାରରେ ୧୨ ଜିଲାର ୨୫.୬୬ ଲକ୍ଷ ଲୋକ ବନ୍ୟାକ୍ଲିଷ୍ଟ ଅଞ୍ଚଳରେ ଥିବାବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେପାଳରେ ଲଗାଣ ବର୍ଷାଜନିତ ବନ୍ୟା ଏଠାରେ ପରିସ୍ଥିତିକୁ ବିଗାଡ଼ି ଦେଇଛି। ପୂର୍ବ ଚମ୍ପାରନ୍‌ ଜିଲାରେ ପୃଥକ ପୃଥକଭାବେ ୫ଜଣ ପିଲା ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦ୍ୱିତୀୟ ଥର ଲାଗି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସୀତାମାଢ଼ି, କିଶନଗଞ୍ଜ, ସେଓହର, ଆରାରିଆ, ଚମ୍ପାରନ ଆଦି ଜିଲାରେ ବହୁଳ କ୍ଷତି ଘଟିଛି। ବାଘ୍‌ବତୀ, କମଲା ବାଲାନ୍‌, ଲାଲ୍‌ବାକେୟା, ଅଧ୍‌ଓ୍ବାରା ଓ ମହାନନ୍ଦା ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାବେଳେ ଏହା ଏବେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।
ମିଜୋରାମରେ ଖଥ୍‌ଲାଙ୍ଗଟୁଇପୁଇ ନଦୀରେ ବନ୍ୟା ଆସିବାରୁ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୩୨ ଗ୍ରାମ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଥିବା ସରକାରୀଭାବେ କୁହାଯାଇଛି। ଲୁଙ୍ଗଲେଇ ଜିଲା ବନ୍ୟା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୭୦୦ ଘର ପାଣି ଘେରରେ ଥିବା ଜଣାପଡ଼ିଛି। ମେଘାଳୟରେ ଗତ ୭ଦିନ ହେବ ବର୍ଷା ଲାଗିରହିବାରୁ ଦୁଇଟି ନଦୀରେ ବନ୍ୟା ଦେଖାଦେଇଛି। ଏଥିରେ ୧.୫୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ତ୍ରିପୁରାରେ ଖୋଓ୍ବାଇ ଓ ହାଓରା ନଦୀରେ ବନ୍ୟା ଆସିବାରୁ ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଞ୍ଚଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଲଗାଣ ବର୍ଷା ଯୋଗୁ ପରିସ୍ଥିତିରେ ସୁଧାର ଆସିପାରୁ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri