Posted inଫୁରସତ

ଉତ୍ତର କୋରିଆ

ପୂର୍ବ ଏସୀୟ ଦେଶ ଉତ୍ତର କୋରିଆ, ଯାହାକି ଅଫିସିଆଲି ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ କୋରିଆ (ଡିପିଆର୍‌କେ) ଭାବେ ଜଣାଶୁଣା। ଏହି ଦେଶରେ କିଛି ଏଭଳି ଅଜବ ଘଟଣା ଦେଖିବାକୁ ମିଳେ, ଯାହା ସମ୍ପର୍କରେ ଜାଣିବା ଲାଗି ସଭିଙ୍କ ମନରେ ଉତ୍ସୁକତା ଦେଖାଦେଇଥାଏ। ଜାଣିବା ଏହି ଦେଶ ସମ୍ପର୍କରେ ଏଭଳି କିଛି ତଥ୍ୟ…

ଦେଶ ସେଠାରେ ଥିବା କିମ୍‌ ପରିବାର ଦ୍ୱାରା ପରିଚାଳତ ହୋଇଥାଏ। ବର୍ତ୍ତମାନ ଦେଶର ଶାସନ ଦାୟିତ୍ୱ ତୁଲାଉଛନ୍ତି କିମ୍‌ ଜଙ୍ଗ-ଉନ୍‌।
ଏହା ପୃଥିବୀର ଏକ ଗରିବ ରାଷ୍ଟ୍ର, ଯେଉଁଠାରେ ଅନେକ ଲୋକ ପୁଷ୍ଟିହୀନତାର ଶିକାର ହୋଇଥା’ନ୍ତି।
ଏହି ଦେଶରେ ଇଣ୍ଟରନେଟ୍‌ ବ୍ୟବହାର କରିବା ମନା। ଅଳ୍ପ କେତେଜଣଙ୍କୁ କେତେକ ସରକାରୀ ଓ୍ବେବ୍‌ସାଇଟ୍‌ ବ୍ୟବହାର କରିବା ପାଇଁ ଅନୁମତି ରହିଛି।
ଏହି ଦେଶ ପୃଥିବୀର ସବୁଠୁ ଭିନ୍ନ ରହୁଥିବା ଦେଶ। କେବଳ କେତେକ ବ୍ୟବସାୟିକ ସମ୍ପର୍କ ବ୍ୟତୀତ ଏଠାକାର ବାସିନ୍ଦାଙ୍କୁ ଅନ୍ୟ ଦେଶକୁ ଯିବା ସମ୍ପୂର୍ଣ୍ଣ ମନା। ବାହାରକୁ ଯିବାକୁ ହେଲେ ସରକାରଙ୍କ ଅନୁମତି ନିହାତି ଆବଶ୍ୟକ।
ଏହି ଦେଶରେ ଖୁବ୍‌ ଶକ୍ତ ମିଲିଟାରୀ ବ୍ୟବସ୍ଥା ରହିଛି। ଏଠାରେ ପୃଥିବୀର ସର୍ବାଧିକ ସଂଖ୍ୟକ ସ୍ଥାୟୀ ସେନାବାହିନୀ ରହିଛନ୍ତି।
ଏହି ଦେଶର ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ରହିଛି ସବୁଠୁ ଉଚ୍ଚତମ କୋଠା ୧୦୭୯ ଫୁଟ୍‌ ଉଚ୍ଚତା ବିଶଷ୍ଟ ର୍ୟୁଗ୍‌ୟୋଙ୍ଗ୍‌ ହୋଟେଲ୍‌। ୧୯୮୭ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଦେଶର ଦୁର୍ବଳ ଆର୍ଥତ୍କ ସ୍ଥିତି ପାଇଁ ଏହା ଏବେବି ଅସମ୍ପୂର୍ଣ୍ଣ ହୋଇ ଭୂତକୋଠି ଭଳି ପଡ଼ିରହିଛି। ୧୦୫ ମହଲା ବିଶିଷ୍ଟ ଏହି ବିଲ୍ଡିଂକୁ ସବୁଠୁ ଖାଲି ଉଚ୍ଚତମ ବିଲ୍ଡିଂ ଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନିତ କରାଯାଇଛି।
ଏହି ଦେଶର ମହିଳାଙ୍କୁ ମାତ୍ର ୧୫ ପ୍ରକାର ଷ୍ଟାଇଲ୍‌ରେ ବାଳ କାଟିବାର ଅନୁମତି ରହିଛି। ଏହା ବ୍ୟତୀତ କେହି ଅନ୍ୟ ଷ୍ଟାଇଲ୍‌ରେ କାଟିଲେ ଆଇନ ଉଲ୍ଲଂଘନ କରିବା ଅପରାଧରେ ଗିରଫ କରାଯାଇଥାଏ। ସେହିପରି ଯୁବତୀମାନଙ୍କୁ କେବଳ ଛୋଟ ହେୟାରଷ୍ଟାଇଲ୍‌ ରଖିବାର ଅନୁମତି ରହିଛି।
ଏହି ଦେଶରେ ବ୍ଲୁ ଜିନ୍ସ ପିନ୍ଧିବା ଅପରାଧ।
ଏଠାରେ ମାନବାଧିକାର ଉଲ୍ଲଂଘନ ପାଇଁ ତିନି ପିଢ଼ିଙ୍କୁ ଦଣ୍ଡିତ କରିବା ସବୁଠୁ କଠୋର ଦଣ୍ଡ। ବିଭିନ୍ନ ଦଣ୍ଡ ମଧ୍ୟରୁ ଏହି ଦଣ୍ଡରେ ଯଦି କେହି ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଯାଆନ୍ତି, ତେବେ ତାଙ୍କ ତିନି ପିଢ଼ିଙ୍କୁ ମଧ୍ୟ ଜେଲରେ ଜୀବନ କାଟିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri