ଇର୍‌ଫାନ୍‌ଙ୍କ ଇମୋଶନାଲ୍‌ ପୋଷ୍ଟ

ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍‌ ଭର୍ସାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ପ୍ରଥମ ଲୁକ୍‌ ରିଲିଜ୍‌ ହୋଇସାରିିଥିବା ବେଳେ ଗୁରୁବାର ଟ୍ରେଲର୍‌ ରିଲିଜ୍‌ ହେବ। ତେବେ ଏହା ପୂର୍ବରୁ ଇର୍‌ଫାନ୍‌ଙ୍କ ଏକ ଇମୋଶନାଲ ପୋଷ୍ଟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।
ଇର୍‌ଫାନ୍‌ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ୍‌ରେ ଏକ ଇମୋଶନାଲ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ର ଫଟୋଗୁଡ଼ିକୁ ଦୃଶ୍ୟଭାବେ ବ୍ୟବହାର କରାଯାଇଥିବା ବେଳେ ଖୋଦ୍‌ ଇର୍‌ଫାନ୍‌ଙ୍କ ଭଏସ୍‌ଓଭର ଶୁଣିବାକୁ ମିଳିଛି। ଏହି ଭିଡିଓ ମାଧ୍ୟମରେ ସେ ନିଜ ଭାବନାକୁ ପରିପ୍ରକାଶ କରିଛନ୍ତି, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି। ତେବେ ଏନେଇ ଫ୍ୟାନ୍‌ମାନେ ଇର୍‌ଫାନ୍‌ଙ୍କୁ ନିଜ ଭଲପାଇବା ଜଣାଉଥିବା ବେଳେ ବି-ଟାଉନ୍‌ର ଅନେକ ବଡ଼ ବଡ଼ କଳାକାର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓଟିରେ ଇର୍‌ଫାନ କହିଛନ୍ତି, “ହେଲୋ ଭାଇ ଭଉଣୀମାନେ, ନମସ୍କାର। ଆଜି ମୁଁ ଆପଣଙ୍କ ସହ ଅଛି ଆଉ ନାହିଁ ମଧ୍ୟ। ଏହି ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ ମୋ ପାଇଁ ବହୁତ ସ୍ବତନ୍ତ୍ର। ବିଶ୍ୱାସ କରନ୍ତୁ, ମୋର ହୃଦୟରୁ ଇଚ୍ଛା ଥିଲା ଫିଲ୍ମଟିକୁ ଯେତିକି ଶ୍ରଦ୍ଧାରେ ବନେଇଥିଲି, ସେତିକି ହିଁ ଭଲପାଇବା ସହ ଏହାର ପ୍ରମୋଶନ ମଧ୍ୟ କରିଥାନ୍ତି। କିନ୍ତୁ ମୋ ଶରୀର ଭିତରେ କିଛି ଅନାବଶ୍ୟକ ଅତିଥି ବସି ରହିଛନ୍ତି। ସେମାନଙ୍କ ସହ ଆଲୋଚନା ଚାଲିଛି। ଦେଖିବା ଏହି ଆଲୋଚନା କେଉଁ ଦିଗକୁ ଯାଉଛି। ସେ ଯାହା ବି ହେବ, ମୁଁ ଆପଣଙ୍କୁ ଜଣାଇଦେବି।” ଇର୍‌ଫାନ୍‌ ଏଭଳି ଅନେକ ଇମୋଶନାଲ୍‌ ଶବ୍ଦ କହି ନିଜ ଭାବନା ବ୍ୟକ୍ତ କରିଛନ୍ତି। ଏହାସହ ଗୁରୁବାର ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବ ବୋଲି ଜଣାଇବା ସହ ତାଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏନେଇ ଅଭିନେତା ହ୍ରିତିକ୍‌ ରୋଶନ ଏକ ଟୁଇଟ୍‌ କରି ଇର୍‌ଫାନଙ୍କ ପ୍ରତି ନିଜ ଭଲପାଇବା ଜଣାଇଛନ୍ତି। ସେ ଲେଖିଛନ୍ତି, “ଇର୍‌ଫାନ, ଆପଣଙ୍କ ପାଇଁ ମୋର ଭଲପାଇବା ଏବଂ ପ୍ରାର୍ଥନା ସବୁବେଳେ ରହିଛି। ଫିଲ୍ମଟି ବହୁତ ଖାସ୍‌ ଲାଗୁଛି । ମୁଁ ଏହାକୁ ଅପେକ୍ଷା କରିଛି। ଆଉ ଯେପରି ଆପଣ କହିଲେ, ଆପଣଙ୍କୁ ମଧ୍ୟ ଅପେକ୍ଷା କରିଛି।” ସେହିଭଳି ବଲିଉଡ୍‌ ହିରୋ ବରୁଣ ଧାଓ୍ବନ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, “ପରିଶ୍ରମ ଓ ସାହସର ସହ ଫିଲ୍ମ ନିର୍ମାଣ କରାଯାଇଛି। ଇର୍‌ଫାନ୍‌ ସାର୍‌, ଆପଣଙ୍କୁ ଅପେକ୍ଷା କରିଛୁ।” ଅନ୍ୟପକ୍ଷରେ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ରେ ଇର୍‌ଫାନଙ୍କ ବ୍ୟତୀତ କରୀନା କପୁର ଖାନ୍‌ ଓ ରାଧିକା ମଦାନ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସେହିଭଳି ଡିମ୍ପଲ୍‌ କପାଡିଆ ଏବଂ ଦୀପକ ଡୋବରିୟାଲ୍‌ଙ୍କୁ ମଧ୍ୟ ଦେଖିବାକୁ ମିିଳିବ। ସୂଚନା ଯେ, ଇର୍‌ଫାନ ଏକ ବିରଳ କ୍ୟାନ୍‌ସରରେ ପୀଡ଼ିତ, ଯାହା ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର ବୋଲି ଚିହ୍ନଟ ହୋଇଛି। ସେ ଲଣ୍ଡନରେ କ୍ୟାନ୍‌ସର ଚିକିତ୍ସା ସାରି ୨୦୧୯ ଫେବୃୟାରୀରେ ଭାରତ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?