Posted inଖେଳ

ଇର୍ଫାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କା ଲିଜେଣ୍ଡ୍‌ସକୁ ହରାଇଲା ଇଣ୍ଡିଆ ଲିଜେଣ୍ଡ୍‌ସ

ମୁମ୍ବାଇ,୧୧।୩- ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଇଣ୍ଡିଆ ଲିଜେଣ୍ଡ୍ସ ୫ ଉଇକେଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି। ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଷ୍ଟାଡିୟମରେ ଚାଲିଥିବା ରୋଡ ସେଫଟି ଓ୍ବାଲର୍‌ଡ ସିରିଜ୍‌ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ୧୩୯ ରନ୍‌ ଟାଗେର୍ଟର ପିଛା କରୁଥିବା ଇଣ୍ଡିଆ ଲିଜେଣ୍ଡ୍ସ ଆରମ୍ଭରୁ ସଚିନ (୦), ବୀରେନ୍ଦ୍ର ସେହ୍ବାଗ (୩) ଓ ଯୁବରାଜ ସିଂ (୧)ଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଦଳ ୫ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୯ ରନ୍‌ କରିଥିଲା। ଏଭଳି ସ୍ଥିତିରେ ମହମ୍ମଦ କୈଫ ଓ ସଞ୍ଜୟ ବାଙ୍ଗର ଧିମା ଖେଳି ଚତୁର୍ଥ ଉଇକେଟ ପାଇଁ ୪୩ ରନ୍‌ ଯୋଡ଼ିଥିଲେ। ବାଙ୍ଗର(୧୮)ଙ୍କୁ ୧୧ତମ ଓଭରରେ ରଙ୍ଗାନ ହେରାଥ ଆଉଟ୍‌ କରିଥିଲେ। ଦଳକୁ ୩୪ ବଲରେ ୫୮ ରନ୍‌ ଦରକାର ଥିବାବେଳେ କୈଫ (୪୬) ବେପରୁଆ ଶଟ ଖେଳି ଉଇକେଟ ଦାନ କରିଦେଇ ଚାଲି ଯାଇଥିଲେ। ତାଙ୍କ ଉଇକେଟ ସହ ଇଣ୍ଡିଆ ଲିଜେଣ୍ଡ୍ସ ଚାପ ବୃଦ୍ଧି ପାଇଥିଲେ। ମାତ୍ର ୧୮ ତମ ଓଭରରେ ପରଭେଜ ମହାରୁଫଙ୍କଠାରୁ ୨୬ ରନ୍‌ ଆଦାୟ କରିଥିଲେ ମ୍ୟାଚ୍‌ର ମଙ୍ଗ ବଦଳାଇଥିଲେ ଇର୍ଫାନ। ତାଙ୍କୁ ଉଚିତ ସହଯୋଗ କରିଥିଲେ ମନପ୍ରୀତ ଗୋନି। ଦୁହେଁ ୫୮ ରନ୍‌ର ଭାଗୀଦାରି କରି ୮ ବଲ ପୂର୍ବରୁ ଦଳକୁ ଜିତାଇ ଦେଇଥିଲେ। ପୂର୍ବରୁ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଆମନ୍ତ୍ରଣ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୦ ଓଭରରେ ୩ ଉଇକେଟ ହରାଇ ୫୭ ରନ୍‌ କରିଥିଲା। ଅଧିନାୟକ ତିଲକରତ୍ନେ ଦିଲଶାନ (୨୩) ଷ୍ଟାର୍ଟ ପାଇଥିଲେ, ହେଲେ ବଡ଼ ସ୍କୋର କରିପାରି ନ ଥିଲେ। କ୍ରମାଗତ ବ୍ୟବଧାନରେ ଉଇକେଟ ପଡ଼ିବାରୁ ୧୯ ଓଭର ସୁଦ୍ଧା ଶ୍ରୀଲଙ୍କା ଲିଜେଣ୍ଡ୍ସ ସ୍କୋର ଥିଲା ୧୨୩/୮। ଅନ୍ତିମ ଓଭରରେ ଶେଷ ୩ ବଲରେ ରଙ୍ଗନା ହେରାଥ କ୍ରମାଗତ ୩ ଚୌକା ମାରିଥିଲେ। ଫଳରେ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୩୮ ରନ୍‌ କରିଥିଲା। ଭାରତୀୟ ଦଳ ପାଇଁ ମୁନାଫ ପଟେଲ ୪ ଉଇକେଟ ନେଇଥିବାବେଳେ ଜାହିର ଖାଁ, ମନପ୍ରୀତ, ବାଙ୍ଗର ଓ ଇର୍ଫାନ ଗୋଟିଏ ଲେଖାଲଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ଲିଜେଣ୍ଡ୍‌ସ- ୨୦ ଓଭରରେ ୮/୧୩୮ (ତିଲକରତ୍ନେ ଦିଲଶାନ ୨୩, ଚମାରା କାପୁଗେଦରା ୨୩, ରମେଶ କାଲୁଓ୍ବିଥରାନା ୨୧, ମୁନାଫ ପଟେଲ ୧୯/୪, ମନପ୍ରୀତ ଗୋନି ୧/୧୯)
ଇଣ୍ଡିଆ ଲିଜେଣ୍ଡ୍‌ସ- ୧୮.୪ ଓଭରରେ ୫/୧୩୯ (ମହମ୍ମଦ କୈଫ ୪୬,ଇର୍ଫାନ ପଠାନ ୫୭*, ସଞ୍ଜୟ ବାଙ୍ଗର ୧୮, ଚାମିଣ୍ଡା ଭାସ ୨/୫, ସଚିଥ୍ରା ସେନାନାୟକେ ୧/୧୯)।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri