ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ
ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କଥାଟି ସତ। ଏହା ପଛରେ ଏକ ବଡ଼ କାରଣ ରହିଛି। ଇରାନର ତେହରାନ ସହରରେ ପ୍ରତିଦିନ ଭୟଙ୍କର ରାସ୍ତାଜାମ୍‌ ହୋଇଥାଏ। ମାତ୍ର ୧୦ ମିନିଟ୍‌ର ରାସ୍ତା ପାର ହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। ଫଳରେ ନିର୍ଦ୍ଧାରିତ ସମୟ ଅନୁସାରେ କେହି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଏବେ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଉକ୍ତ ଦେଶର ଧନୀବ୍ୟକ୍ତି ଓ ସେଲିବ୍ରିଟିମାନେ ଏକ ସରଳ ଉପାୟ ବାହାର କରିଛନ୍ତି। ନିଜ କାର୍ଯ୍ୟ ପାଇଁ ବେସରକାରୀ ଆମ୍ବୁଲାନ୍ସର ଦୂରୁପଯୋଗ କରି ଏହାକୁ ଟ୍ୟାକ୍ସି ଭଳି ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ, ତେହରାନର ଜନସଂଖ୍ୟା ୧କୋଟି ୪୦ ଲକ୍ଷ୍ୟ ରହିଛି। ସହରରେ ଅନିୟନ୍ତ୍ରିତ ନିର୍ମାଣଧିନ ଓ ବିକାଶ ଯୋଗୁ ଏଠାରେ ଘଣ୍ଟା ଘଣ୍ଟା ଧରି ରାସ୍ତାଜାମ୍‌ ହୋଇଥାଏ। ଏଥିପାଇଁ ଏହି ସହରକୁ ଏବେ ଦେଶର ସବୁଠାରୁ ଖରାପ୍‌ ସହରର ବୋଲି ବିବେଚନା କରାଯାଉଛି। ନିକଟରେ ଜଣେ ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ନାଜୀ ବେସରକାରୀ ଆମ୍ବୁଲାନ୍ସ ସର୍ଭିସକୁ ଫୋନ କରି ଡକାଇଥିଲେ। ଏଥିସହ ତାଙ୍କ ଘରେ କେହି ଅସୁସ୍ଥ ନାହାନ୍ତି କହିବା ସହ ସେ ଆମ୍ବୁଲାନ୍ସକୁ ଟ୍ୟାକ୍ସି ଭଳି ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହି ଘଟଣା ସର୍ବସମ୍ମୁଖରେ ଆସିବା ପରେ ଅଭିନେତା, ଖେଳାଳି, ଓ ଧନୀ ବ୍ୟକ୍ତିଙ୍କ ସମେତ ଅନ୍ୟଲୋକମାନେ ଏଭଳି କଲ୍‌ କରି ସେମାନଙ୍କୁ ଡାକିଥାନ୍ତି ବୋଲି ନାଜୀ ବେସରକାରୀ ଆମ୍ବୁଲାନ୍ସ ସର୍ଭିସର କର୍ମଚାରୀ କହିଛନ୍ତି। ଅନ୍ୟପଟେ ସହରରେ ଏହି ମାମଲା ବୃଦ୍ଧି ପାଉଥିବା ବେଳେ ଜରୁରୀ ସେବା ଆବଶ୍ୟକ ହେଉଥିବା ଆମ୍ବୁଲାନ୍ସକୁ ଲୋକେ ଆଉ ବାଟ ଛାଡ଼ୁନାହାନ୍ତି। ଏହାପରେ ସହରର ଜଣେ ଆଇନଜୀବୀ ଏନେଇ ପୋଲିସରେ ଏକ ମାମଲା ରୁଜୁ କରିବା ସହ ଆମ୍ବୁଲାନ୍ସ ଅପବ୍ୟବହାରକାରୀଙ୍କୁ ଚୟନ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri