ଇମାମୀ ଜଗନ୍ନାଥ ମନ୍ଦିର ୫ମ ପ୍ରତିଷ୍ଠା ଉତ୍ସବ: ୭୦ ଯୋଡ଼ିଙ୍କ ହାତଗଣ୍ଠି ପଡିଲା

ବାଲେଶ୍ୱର ଅଫିସ, ୩୦।୧୧-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁମହାପାତ୍ର, ଇମାମୀନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ତଥା ଇମାମୀ ଗ୍ରୁପ୍‌ର ଅନ୍ୟତମ ନିର୍ଦ୍ଦେଶକ ସୁଶୀଲ କୁମାର ଗୋୟେଙ୍କା ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାମୂହିକ ବିବାହରେ ୭୦ଯୋଡ଼ିଙ୍କର ହାତଗଣ୍ଠି ପଡ଼ିବା ସହ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା।
ମନ୍ଦିର ପରିସରରେ ଥିବା ସୁବର୍ଣ୍ଣ କୂପ, ବିମଳା ଲକ୍ଷ୍ମୀ, ଗଣେଶ, ହନୁମାନ ଓ ଶିବ ମନ୍ଦିର ପୂଜାର୍ଚ୍ଚନା ପରେ ଗର୍ଭଗୃହ ମଧ୍ୟରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ତିନିଠାକୁରଙ୍କ ଅପୂର୍ବ ସୁନାବେଶକୁ ଭକ୍ତମାନେ ଦର୍ଶନ କରିଥିଲେ। ମାଙ୍ଗଳିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ମଧ୍ୟାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ଗଣବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୭୦ଜଣ ଯୋଡ଼ିଙ୍କ ହାତଗଣ୍ଠି ପଡ଼ିଥିଲା। କମ୍ପାନୀ ପକ୍ଷରୁ ସମସ୍ତ ବରକନ୍ୟାଙ୍କ ପାଇଁ ବସ୍ତ୍ର, ସ୍ବର୍ଣ୍ଣ ଅଳଙ୍କାର, ଆସବାବପତ୍ର, ଫ୍ୟାନ୍‌, ଘଣ୍ଟା, ଶୀତବସ୍ତ୍ର, ପ୍ରସାଧନ ସାମଗ୍ରୀ, ଛତା, ଜୋତା, ଭ୍ୟାନ୍‌ଟି ବ୍ୟାଗ୍‌, ଟ୍ରଙ୍କ, ଗ୍ରୋଶରୀ ଆଦି ସହିତ କିଛି ନଗଦ ଟଙ୍କା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମହାଯଜ୍ଞ ଆୟୋଜନ କରାଯାଇଥିଲା। ପୂର୍ବାହ୍ନରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତଙ୍କ ନିମନ୍ତେ ପ୍ରସାଦସେବନ ବ୍ୟବସ୍ଥା ସହ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଇମାମୀ ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ପିଏସ୍‌ ପଟୱାରୀ, ମୁଖ୍ୟ ପରିଚାଳକ ଏମ୍‌ବିଏସ୍‌ ନାୟାର, ପରିଚାଳନା ନିର୍ଦ୍ଦେଶକ ସୁଶୀଲ କୁମାର ଖୈତାନ, ବରିଷ୍ଠ ଉପସଭାପତି ଆଶିଷ ଅବିନାଶ ଗୁପ୍ତା ଅତିଥି ଭାବେ ଯୋଗଦେଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ସଫଳ ରୂପାୟନ ପାଇଁ ଇମାମୀ ପରିବାରର ସମସ୍ତ ସଦସ୍ୟ, ଅଧିକାରୀ, ମନ୍ଦିର ପ୍ରଶାସନର ସମସ୍ତ କର୍ମକର୍ତ୍ତା, କର୍ମଚାରୀ, ଶ୍ରମିକମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri