ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍ କରିଥିବାବେଳେ ପ୍ରଥମ ଇନିଂସ ଘୋଷଣା କରିଛି। ଭାରତୀୟ ଦଳ ତା’ର ଅସମାପ୍ତ ସ୍କୋର ୨୦୨/୦ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ପୂର୍ବ ଦିନ ଭଳି ଗୁରୁବାର ମଧ୍ୟ ସତର୍କତା ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ୧୭୬ ରନ୍ କରିଥିବା ରୋହିତ କେଶବ ମହାରାଜଙ୍କ ବଲରେ କ୍ୱିଣ୍ଟନ ଡି’କକ୍ଙ୍କ ହାତରେ କ୍ୟାଚ୍ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ପରେ ଅଗ୍ରଓ୍ବାଲ କ୍ୟାରିୟରର ପ୍ରଥମ ଦ୍ୱିଶତକ ଅର୍ଜନ କରିବା ପରେ ଡିନ ଏଲଗାରଙ୍କ ବଲରେ ଡାନେ ପିଟ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ଅଗ୍ରଓ୍ବାଲ ୩୭୧ ବଲର ସମ୍ମୁଖୀନ ହୋଇ ୨୧୫ ରନ୍ କରିଥିଲେ। ତାଙ୍କ ଇନିଂସରେ ୨୩ ଚୌକା ଓ ୬ ଛକା ସାମିଲ ଥିଲା। ଦୁଇ ଓପନର ଆଉଟ୍ ହେବା ପରେ ମଧ୍ୟକ୍ରମର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଚେତେଶ୍ୱର ପୂଜାରା ୬, ଅଧିନାୟକ ବିରାଟ କୋହଲି ୨୦, ଅଜିଙ୍କ୍ୟ ରାହାନେ ୧୫, ଅନୁମା ବିହାରୀ ୧୦ ଓ ରିଦ୍ଦିମାନ ଶାହ ୨୧ ରନ୍ କରି ଆଉଟ୍ ହୋଇଥିଲେ। ଫଳରେ ଭାରତୀୟ ଦଳ ୧୩୬ ଓଭର ଖେଳି ୭ ଉଇକେଟ ହରାଇ ୫୦୨ ରନ୍ କରିଥିବାବେଳେ କୋହଲି ଇନିଂସ ସମାପ୍ତି ଘୋଷଣା କରିଥିଲେ। ଭ୍ରମଣକାରୀ ଦଳ ପାଇଁ ମହାରାଜ ୩ ଉଇକେଟ ନେଇଥିବାବେଳେ ସେନୁରାନ ମୁଥୁସାମି, ଡିନ ଏଲଗାର, ବର୍ନନ ଫିଲାଣ୍ଡର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍
ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...
ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍
ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...
ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ
ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...
ଆର୍ସିବିକୁ ବଡ଼ ଝଟ୍କା, ଏହି କାରଣରୁ ଖେଳିବେ ନାହିଁ…
ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍କୁ...
ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି
ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା...
ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...
ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍
ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...
ଟି-୨୦ ବିଶ୍ୱକପରୁ ବାଦ୍ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…
ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...
Archives


