ଇଦ୍‌-ଉଲ୍‌-ଜୁହା : ଜମୁଛି ଖାଦ୍ୟର ଆସର

ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ସୋମବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ କରାଯାଉଥିବା ବେଳେ ଏହାର ପ୍ରାୟ ଦୁଇ ମାସ ପରେ ଇଦ୍‌-ଉଲ-ଜୁହା ପର୍ବ ଆସେ। ଏହି ଦୁଇଟି ଯାକ ପର୍ବରେ ମୁସଲମାନ ଭାଇଭଉଣୀମାନେ ନୂଆ ଡ୍ରେସ ପିନ୍ଧି ସ୍ବତନ୍ତ୍ର ନମାଜ ପାଠ କରିଥାନ୍ତି। କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ହେଲେ ଏହି ଦୁଇ ପର୍ବରେ ପ୍ରତ୍ୟେକ ମୁସଲମାନ ପରିବାରରେ ଖାଇବା ପିଇବାର ଆସର ଜମେ। ତେବେ ଏହି ପର୍ବରେ କେତେକ ଖାସ୍‌ ସୁସ୍ବାଦୁ ଖାଦ୍ୟକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି।

ପ୍ରଥମ ପସନ୍ଦ ବିରିୟାନି
ବିରିୟାନି ଏକ ନିତିଦିନିଆ ଖାଦ୍ୟ ହୋଇଥିଲେ ମଧ୍ୟ ଇଦ୍‌ ଅବସରରେ ଏହା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଏ। ଏହି ଦିନ କୌଣସି ରେଷ୍ଟୁରାଣ୍ଟ ଉପରେ ଭରସା ନ କରି ନିଜ ଘର ତିଆରି ବିରିୟାନି ଖାଇଥାନ୍ତି ମୁସଲମାନମାନେ। ବନ୍ଧୁବାନ୍ଧବଙ୍କ ମେଳରେ ଏକତ୍ର ବସି ବିରିୟାନି ମୁଖ୍ୟ ଖାଦ୍ୟ ଭାବେ ଖିଆଯାଏ। ଏ ନେଇ ସ୍ବତନ୍ତ୍ର ବିରିୟାନି ଚାଉଳ ଓ ମସଲା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।
ନମାଜ ପାଠ ପରେ ଲଚ୍ଛା
ନମାଜ ପାଠ ଶେଷ କରିବା ପରେ ପ୍ରଥମେ ମିଠା ଖାଇବାକୁ ଭଲ ପାଆନ୍ତି। ଘରର ମହିଳାମାନେ ସକାଳୁ ଉଠି ମିଠାଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହା ମଧ୍ୟରେ ଗୋଟିଏ ଖାଦ୍ୟ ହେଉଛି ଲଚ୍ଛା। ସିମେଇ ଭଳି ଦେଖା ଯାଉଥିଲେ ମଧ୍ୟ ଏହା ସିମେଇ ନୁହେଁ। ମଇଦାରୁ ପ୍ରସ୍ତୁତ ଲଚ୍ଛା ଦୁଇ ପ୍ରକାରର। ଘିଅ ଓ ତେଲରେ ମିଶ୍ରଣକୁ ନେଇ ଲଚ୍ଛା ଭିନ୍ନଭିନ୍ନ। ଲଚ୍ଛା କଟକର କେଶରପୁର ଅଞ୍ଚଳରେ ତିଆରି ହେଉଥିଲେ ମଧ୍ୟ ପ୍ରାୟତଃ ଇଦ୍‌ ସମୟରେ କୋଲକାତା, ହାଇଦ୍ରାବାଦ ଅଞ୍ଚଳରୁ ଲଚ୍ଛା ଅଣାଯାଏ। ଲଚ୍ଛା କେଜି ପିଛା ଦର ୧୦୦ଟଙ୍କାରୁ ଆରମ୍ଭ କରି ୮୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଗରମ କ୍ଷୀରରେ ଲଚ୍ଛାକୁ ପକାଇ କିଛି ସମୟ ଭିଜିବା ପରେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରାଯାଏ। ସିମେଇ ମଧ୍ୟ ବିକ୍ରି ହେଉଛି। ଏହାର ମୂଲ୍ୟ କେଜି ପିଛା ୭୦ଟଙ୍କା ରହିଛି।
ସାମିଲ ହେଲାଣି ଫାଲୁଦା
ପଶ୍ଚିମ ଭାରତର ଖାଦ୍ୟ ଫାଲୁଦାକୁ ଏବେ ମୁସଲମାନମାନେ ଇଦ୍‌ ସମୟରେ ଅଧିକ ଭାବେ ଖାଉଥିବା ଦେଖିବାକୁ ମିଳିଛି। ଏହାର ଚାହିଦା ମଧ୍ୟ ବଜାରରେ ଅଧିକ। ଫାଲୁଦା ପ୍ୟାକେଟ ହୋଇ ବିକ୍ରି କରାଯାଉଛି। ଷ୍ଟ୍ରବେରୀ, ଭାନିଲା, କାଜୁପେସ୍ତା, ବଟରସ୍କଚ ଭଳି ବିଭିନ୍ନ ପ୍ରକାରର ଫାଲୁଦା ପ୍ୟାକେଟ ରହିଛି। ପ୍ୟାକେଟ ଗୁଡ଼ିକ ୭୦ ଟଙ୍କା। ଗୋଟିଏ ପ୍ୟାକେଟକୁ ଗୋଟିଏ ଲିଟର କ୍ଷୀରରେ ପକାଇ ଖାଦ୍ୟ ପ୍ରସ୍ତୁତ କଲେ ୬ଜଣ ଖାଇ ପାରିବେ।
ମିଠା ଖାଦ୍ୟ ଜର୍ଦ୍ଦା
ଏହି ପର୍ବ ଅବସରରେ ମୁସଲମାନ ପରିବାରରେ ଚାଉଳରେ ତିଆରି ଜର୍ଦ୍ଦା ଖାଦ୍ୟ ତିଆରି ହେଉଥିବା ଦେଖିବାକୁ ମିଳେ। ଏହାର ନାଁ ଜର୍ଦ୍ଦା ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ମିଠା ଜାତୀୟ ଖାଦ୍ୟ। କମଳା ରଙ୍ଗର ଭାତରେ ଘିଅ, ନଡ଼ିଆ, ଚେରୀ, କିସ୍‌ମିସ୍‌ ପକାଇ ଜର୍ଦ୍ଦା ତିଆରି କରାଯାଏ।
ଚାହିଦାରେ ଆରବ ଖଜୁରି
ପୁଣ୍ୟର ଫଳ ଭାବେ ଖଜୁରିକୁ ଗ୍ରହଣ କରନ୍ତି ମୁସଲମାନମାନେ। ୧୦ରୁ ୧୫ପ୍ରକାରର ଖଜୁରି ବଜାରରେ ବିକ୍ରି ହେଉଛି। ତେବେ ସବୁଠାରୁ ଅଧିକ ଚାହିଦା ରହିଛି ଆରବ ଖଜୁରୀର। ସୌଦିଆରବର ଅଲ୍‌ମଦିନାରୁ ଆସୁଥିବା ଖଜୁରି ପ୍ୟାକେଟ ଅଧକେଜିକୁ ୨୮୦ଟଙ୍କାରେ ବିକ୍ରି ହେଉଛି। ଇରାନରୁ ମଧ୍ୟ ଖଜୁରି ପ୍ୟାକେଟ ଆସୁଛି। ୬୦୦ଗ୍ରାମର ଇରାନୀ ଖଜୁରି ପ୍ୟାକେଟ୍‌ର ମୂଲ୍ୟ ୨୦୦ଟଙ୍କାରେ ବିକ୍ରି ହେଉଛି।
ପାଣିକଖାରୁ ମୋରବା
ପ୍ୟାକେଟ ଭିତରେ ମିଶ୍ରି ପରି ଦେଖାଯାଉଥିବା ମିଠା ଖାଦ୍ୟ ମୋରବା ଇଦ୍‌ ଅବସରରେ ବଜାରରେ ବିକ୍ରି ହେଉଛି। ଏହା ପାଣି କଖାରୁରୁ ତିଆରି ହୋଇଛି। ମିଠା ଭାବେ ଏହାକୁ ମଧ୍ୟ ଇଦ୍‌ ଅବସରରେ ଖିଆଯାଏ।
– ରିପୋର୍ଟ: କୁମାରଶ୍ରୀ ସାହୁ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri