ଇଣ୍ଡିଗୋ ନେଟ୍‌ଓ୍ବର୍କ ସମସ୍ୟା, ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନେଟ୍‌ଓ୍ବର୍କରେ ସମସ୍ୟା ଲାଗି ରହିବାରୁ ସୋମବାର ସାରା ଦେଶରେ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେତେକ ବିମାନ ୨ରୁ ୩ ଘଣ୍ଟା ବିଳମ୍ବରେ ଚଳାଚଳ କରିଥିବାବେଳେ ଆଉ କେତେକ ସେବାକୁ ବାତିଲ କରିଦିଆଯାଇଥିଲା। ଏଭଳି ସମସ୍ୟା ଯୋଗୁ ହଜାର ହଜାର ଯାତ୍ରୀ ନାନା ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା।
ହସ୍ତଗତ ସୂଚନାନୁସାରେ, ଇଣ୍ଡିଗୋ ବିମାନ ଚଳାଚଳ କମ୍ପାନୀର ଚେକ୍‌-ଇନ୍‌ ସିଷ୍ଟମ୍‌ରେ କେତେକ ତ୍ରୁଟି ଦେଖାଦେଇଥିଲା। ଫଳରେ ଭୁବନେଶ୍ୱର, ବେଙ୍ଗାଲୁରୁ, ମୁମ୍ବାଇ, ଗୁଆହାଟୀ, ପାଟନା ଆଦି ବିମାନ ବନ୍ଦରରେ ଇଣ୍ଡିଗୋ ବିମାନଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା। ଏକାଧିକ ବିମାନକୁ ବାତିଲ୍‌ କରିବାକୁ ମଧ୍ୟ କମ୍ପାନୀ କର୍ତ୍ତପକ୍ଷ ବାଧ୍ୟ ହୋଇଥିଲେ। ଜରୁରୀ କାର୍ଯ୍ୟ ପାଇଁ ବାହାରିଥିବା ଯାତ୍ରୀମାନେ ବହୁ ସମୟ ଧରି ଅପେକ୍ଷା କରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ମୁମ୍ବାଇ, ବେଙ୍ଗାଲୁରୁ, ଗୁଆହାଟୀ ଏୟାରପୋର୍ଟରେ ଯାତ୍ରୀମାନେ ଅଧିକ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା। ବହୁ ଯାତ୍ରୀ ଟ୍ବିଟରରେ ଇଣ୍ଡିଗୋର ସେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଭୁବନେଶ୍ୱରରେ ଇଣ୍ଡିଗୋ ଉଡ଼ାଣ ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟାରୁ ଅଧିକ ଓ ମୁମ୍ବାଇ ଏୟାରପୋର୍ଟରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଳମ୍ବ ହୋଇଥିଲା। ଅପରାହ୍ନ ୨ଟା ୪୫ରେ ସିଷ୍ଟମ୍‌ କାର୍ଯ୍ୟକ୍ଷମ ହେବା ନେଇ ଇଣ୍ଡିଗୋ ଟ୍ବିଟ୍‌ କରି ସୂଚନା ଦେଇଥିଲା। ହେଲେ ପୂରା ନେଟ୍‌ଓ୍ବର୍କ ସ୍ବାଭାବିକ ହୋଇ ନ ଥିବା ଓ ଆହୁରି କିଛି ସମସ୍ୟା ଥିବାରୁ ଯାତ୍ରୀମାନେ ଏୟାରପୋର୍ଟ ଯିବା ପୂର୍ବରୁ ବିମାନ ଚଳାଚଳ ସ୍ଥିତି ଯାଞ୍ଚ କରିବାକୁ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri