ଆୟକର ଛାଡ ସୀମା ବୃଦ୍ଧି ଆଶା

ନୂଆଦିଲ୍ଲୀ,୩୧-୧: ଶୁକ୍ରବାରଠାରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟର ଅଧିବେଶନ ଆରମ୍ଭ ହେଉଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବା ପରେ ଫେବୃୟାରୀ ପହିଲାରେ ବଜେଟ ଆସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିବେ। ଚଳିତ ଆର୍ଥତ୍କ ବର୍ଷ ଦେଶର ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ଅର୍ଥବ୍ୟବସ୍ଥା ଏବେ ମଧ୍ୟ ଟ୍ରାକକୁ ଫେରି ନାହିଁ। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ବଜେଟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ନେଇ ବଜାର ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଚାହିଦା ଖସିବା ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଖସିଛି। ଏଭଳି ସ୍ଥିତିରେ ଚାହିଦା ବଢାଇବା ଲାଗି ସରକାର ପଦକ୍ଷେପ ହାତକୁ ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ କୁହନ୍ତି। ଅପରପକ୍ଷରେ ଲୋକଙ୍କ ନିକଟକୁ ଅଧିକ ଅର୍ଥ ଆସିଲେ ସେମାନେ ଖର୍ଚ୍ଚ କରିବେ ଏବଂ ଆର୍ଥତ୍କ କାର୍ଯ୍ୟକଳାପ ବଢିବ ବୋଲି କିଛି ଅର୍ଥନୀତିଜ୍ଞ ମତ ରଖିଛନ୍ତି।
ବଜେଟରେ ଆୟକର ଛାଡ ସୀମା ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିପାରନ୍ତି ବୋଲି ଦେଶର ଶିଳ୍ପ ଜଗତ ଆଶାବାଦୀ ରହିଛି। ଟିକସ କନସଲଟାନ୍ସି ଫାର୍ମ କେପିଏମଜି ପକ୍ଷରୁ ଏ ନେଇ ଏକ ସର୍ଭେ ହୋଇଥିଲା। ଏଥିରେ ୧୮ କ୍ଷେତ୍ରରେ କାର୍ଯ୍ୟରତ ୨୧୯ କମ୍ପାନୀଙ୍କୁ ସାମିଲ କରାଯାଇଥିଲା। ସର୍ଭେରେ ୭୮% କମ୍ପାନୀ କହିଛନ୍ତି ଯେ, ଆୟକର ଛାଡର ବର୍ତ୍ତମାନ ସୀମା ୨.୫ ଲକ୍ଷରୁ ବଢିଯିବ। ୩୦% ଟିକସ ଲାଗୁ ହେଉଥିବା କ୍ଷେତ୍ରରେ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ୭୨% ଆଶା ରଖିଛନ୍ତି। ଏ କ୍ଷେତ୍ରରେ ନିମ୍ନ ସୀମାରେ ବୃଦ୍ଧି ଘଟିପାରେ ବୋଲି ସେମାନେ ମତ ଦେଇଛନ୍ତି। ଏବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଲାଗୁ ହେଉଛି। ୮୨% ମତ ଦେଇଛନ୍ତି ୮୦ସିରେ ଡିଡକସନ ବଢିପାରେ। ୫୩%ଙ୍କୁ ଷ୍ଟାଣ୍ଡାର୍ଡ ଡିଡକସନରେ ବୃଦ୍ଧି, ୪୪%ଙ୍କୁ ଏଚ୍‌ଆର୍‌ଏ ଭଳି ଟିକସ ମୁକ୍ତ ଭତ୍ତା କ୍ଷେତ୍ରରେ ବୃଦ୍ଧି ଭଳି ଆଶା ରହିଛି।
ସେହିଭଳି ୫୩% କମ୍ପାନୀଙ୍କ କହିଛନ୍ତି, ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ ଉପରେ ଟିକସ ହଟିବାର ଆବଶ୍ୟକତା ରହିଛି। ଘରାଇ କମ୍ପାନୀ ବାଦ ବିଦେଶୀ କମ୍ପାନୀଙ୍କ ଲାଗି ଟିକସ ହ୍ରାସ ଉପରେ ସରକାର କାମ କରନ୍ତୁ ବୋଲି ଅନେକେ ମତ ରଖିଛନ୍ତି। ଇନହେରିଟାନ୍ସ ଟିକସ ଉପରେ କୌଣସି ଘୋଷଣା ଆସିବ ନାହିଁ ବୋଲି ଅନେକଙ୍କର ମତ ରହିଛି। କମ୍ପାନୀଙ୍କ ଉପରେ ଲାଗୁ ହେଉଥିବା ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ ଉଚ୍ଛେଦ ହେଉବୋଲି ୫୪% ମତ ରଖିଛନ୍ତି। ୫୦% କମ୍ପାନୀ ସେଜ୍‌ ଅନ୍ତର୍ଗତ ଟିକସ ରିହାତିର ସମୟ ମାର୍ଚ୍ଚ ୨୦୨୦ ପରେ ମଧ୍ୟ ବଢିବ ବୋଲି ଆଶାଦାବି ଅଛନ୍ତି। ସିକ୍ୟୁରିଟି ଟ୍ରାଞ୍ଜାକଶନ ଟିକସ ହଟିବା ନେଇ ୪୨% ମତ ଦେଇଥିବା ବେଳେ ବିଦେଶୀ କମ୍ପାନୀ ଉପରେ ଟିକସ ହ୍ରାସ ହେବା ନେଇ ୫୨% ଏବଂ ଇ-ଆସେସମେଣ୍ଟ ସ୍କିମ ଦ୍ୱାରା ଟାକ୍ସ କ୍ଷେତ୍ରରେ ପାରଦର୍ଶିତା ବଢିବ ବୋଲି ୬୮% ମତ ଦେଇଛନ୍ତି। ସେହିଭଳି ୭୦% କହିଛନ୍ତି ଯେ, ଇ-ଆସେସମେଣ୍ଟ ଦ୍ୱାରା ଟିକସଦାତା ଫାଇଦା ଲାଭ କରିବେ।
ଆୟକର ହ୍ରାସ ଦ୍ୱାରା ନିବେଶ ଖର୍ଚ୍ଚ ବଢିପାରେ
ସରକାର ସେପ୍ଟେମ୍ବରରେ କର୍ପୋରେଟ ଟିକସ ହ୍ରାସ କରିଥିଲେ। ଏହାପରେ ବ୍ୟକ୍ତିଗତ ଆୟକରରେ ହ୍ରାସ ହେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା। କର୍ପୋରେଟ ଟିକସ ହ୍ରାସ ହୋଇଥିଲେ ଅର୍ଥ ବ୍ୟବସ୍ଥା ଉପରେ ଏହାର ଆଶା ମୁତାବକ ସୁଫଳ ଏବେ ଯାଏ ପରିଲକ୍ଷିତ ହୋଇ ପାରିନାହିଁ। ଅଭିବୃଦ୍ଧି ବଢାଇବାକୁ ସରକାର ବଡ ଘୋଷଣା କରିପାରନ୍ତି ବୋଲି ବଜାର ବିଶେଷଜ୍ଞମାାନ ମତ ଦେଇଛନ୍ତି। କେପିଏମ୍‌ଜି ଟାକ୍ସେଶନ ପ୍ରୋଜେକ୍ଟ ମୁଖ୍ୟ ହିତେଶ ଗଜାରିଆ କହିଛନ୍ତି, ବ୍ୟକ୍ତିଗତ ଟିକସ ହାର ହ୍ରାସ ହେଉ ବୋଲି ଅଧିକାଂଶ କମ୍ପାନୀ ଆଶା ରଖିଛନ୍ତି। ଏହା ଦ୍ୱାରା ନିବେଶ ଏବଂ ଖର୍ଚ୍ଚ ବଢିବା ନେଇ ଆଶା ବଢିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri