ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଓଲଟା ଟ୍ରେନ୍‌ ଚଳାଇଲେ ଲୋକୋ ପାଇଲଟ

ମୁମ୍ବାଇ,୭।୨: ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲୋକୋ ପାଇଲଟ ଓଲଟା ଟ୍ରେନ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲୋକୋ ପାଇଲଟ ଉକ୍ତ ଟ୍ରେନ୍‌କୁ ଚଳାଇବା ସହ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକ ପାଇଲଟଙ୍କ ଏହି କାର୍ଯ୍ୟ ପାଇଁ ଲୋକମାନେ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ସେହିପରି ରେଳମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ରେଲଓ୍ବେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ନିଷ୍ଠାପରାୟଣକୁ ପ୍ରଶଂସା କରିବା ସହ ଟୁଇଟରରେ ଉକ୍ତ ଭିଡିଓକୁ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପଚୋରା ଓ ମାହେଜି ଷ୍ଟେସନ ମଧ୍ୟରେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଏହାକୁ ଦେଖି ଟ୍ରେନ୍‌ର ଗାର୍ଡ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ଲୋକୋ ପାଇଲଟ ଉକ୍ତ ବେହୋସ୍‌ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ୫୦୦ମିଟରରୁ ଊର୍ଦ୍ଧ୍ୱ ପର୍ଯ୍ୟନ୍ତ ଟ୍ରେନ୍‌କୁ ଓଲଟା ଦୌଡାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ। ଏବେ ଆହତ ଯାତ୍ରୀଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଭିଡିଓକୁ ଫେବୃୟାରୀ ୬ରେ ଶେୟାର କରାଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାକୁ ୪୮ହଜାରରୁ ଉର୍ଦ୍ଧ୍ୱ ୟୁଜର୍ସ ଦେଖିସାରିଲେଣି। ଏଥିସହ ଏହାକୁ ୧୨ ହଜାର ଲାଇକ୍‌ ଓ ୨ହଜାର ରିଟୁଇଟ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଡ଼ ଜାଲିଆତିର ଖୁଲାସା: ଗାଁରେ ଜନସଂଖ୍ୟା ୧୫୦୦, ତିନି ମାସରେ ୨୭,୦୦୦ ଶିଶୁ ଜନ୍ମ!

ମୁମ୍ବାଇ,୧୮ା୧୨: ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ମୁସଲମାନ ଦେଶରେ ବିକ୍ରି ହେଉଛି ଭାରତୀୟଙ୍କ ଅଙ୍ଗ, ଧନୀ ଲୋକଙ୍କର ହେଉଛି କିଡନୀ ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୧୨: କେରଳରେ ପଞ୍ଜିକୃତ ଏକ ମାମଲାର ତଦନ୍ତ କରିବା ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ ବେଆଇନ ଅଙ୍ଗଦାନରେ ଜଡିତ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri