Posted inଖେଳ

ଆସେସ୍‌ : କାରେ ବାଦ୍‌ ପଡିବା ନେଇ ପୂର୍ବତନ କ୍ରିକେଟରଙ୍କ ଅସନ୍ତୋଷ

ସିଡ୍‌ନୀ,୨୮।୭(ଏଏଫ୍‌ପି)- ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରୁ ଆଲେକ୍ସ କାରେଙ୍କୁ ବାଦ୍‌ ଦିଆଯାଇଛି। ତେବେ ଏହାକୁ କେତେକ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି। ପୂର୍ବତନ କ୍ରିକେଟର ମାର୍କ ଓ୍ବ, ସେନ୍‌ ଓ୍ବାର୍ନ କାରେ ବାଦ୍‌ ପଡିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅନ୍ୟପଟେ ଜୋ ବର୍ନସ ଓ କୁର୍ଟିସ ପାଟରସନ ଆସେସରୁ ବାଦ୍‌ ପଡିବା ନେଇ ପୂର୍ବତନ ଅଧିନାୟକ ମାର୍କ ଟେଲର ମଧ୍ୟ ଚକିତ ହୋଇଛନ୍ତି।
୫ ଟେଷ୍ଟବିଶିଷ୍ଟ ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ ୧୭ଜଣିଆ ଦଳ ଘୋଷଣା କରିଛି। ଏହି ଦଳକୁ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌, ଓପନର ଡେଭିଡ ଓ୍ବାର୍ନର ଓ କାମେରନ ବ୍ୟାଙ୍କ୍ରଫ୍ଟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ ଟେଷ୍ଟ ଖେଳିବା ଅବସରରେ ଏହି ୩ କ୍ରିକେଟର ବଲ୍‌ ଟ୍ୟାମ୍ପରିଂ କରି ଦୋଷୀ ସାବ୍ୟସ୍ତ ହେବା ପରେ ବାସନ୍ଦ ହୋଇଥିଲେ। ଗତ ଦୁଇବର୍ଷ ହେବ ଟେଷ୍ଟ ଖେଳି ନ ଥିବା ମାଥ୍ୟୁ ଓ୍ବେଡ୍‌ ଦଳରେ ସ୍ଥାନ ପାଇଛନ୍ତି। ଘରୋଇ କ୍ରିକେଟରେ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଧିନାୟକ ଟିମ ପେନ୍‌ଙ୍କ ବ୍ୟାକ୍‌ ଉଇକେଟକିପର ଭାବେ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ। ଫଳରେ ଗତ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା କାରେଙ୍କୁ ଅଣଦେଖା କରାଯାଇଛି।
ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କାରେଙ୍କୁ ବାଦ୍‌ ଦେବା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ଟୁଇଟ୍‌ କରିଛନ୍ତି। ପେନ୍‌ଙ୍କ ପରେ ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ। ଓ୍ବାର୍ନ ମଧ୍ୟ ଏ ନେଇ ସମାନ ମତ ପୋଷଣ କରିଛନ୍ତି। ସେହିପରି ଜୋ ବନର୍‌ସ ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ପାଟରସନ ଦଳରେ ସ୍ଥାନ ପାଇ ନ ଥିବାରୁ ପୂର୍ବତନ ଅଧିନାୟକ ଅସନ୍ତୋଷ ଜାହିର କରିଛନ୍ତି। ଗତ ଆସେସ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ ମଧ୍ୟ ଇଂଲଣ୍ଡରେ ଗତ ୧୮ ବର୍ଷ ମଧ୍ୟରେ କୌଣସି ସିରିଜରେ ବିଜୟୀ ହୋଇନାହିଁ। ତେଣୁ ଦଳ ଚୟନରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି ଟେଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri