ଆର୍‌ଟିଆଇ ଅଧୀନରେ ବ୍ୟାଙ୍କ ଯାଞ୍ଚ ରିପୋର୍ଟ;ଆର୍‌ବିଆଇକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍‌ଟିଆଇ ଅଧୀନରେ ବ୍ୟାଙ୍କର  ବାର୍ଷିକ ଯାଞ୍ଚ ରିପୋର୍ଟ ପ୍ରଦାନ କରୁ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ତୀବ୍ର ଭର୍ତ୍ସନା କରିଛନ୍ତି। ଏଥିସହ କୋର୍ଟ ଆଦେଶ ପାଳନ ଲାଗି ସର୍ବୋଚ୍ଚ ଅଦାଲତ ଆର୍‌ବିଆଇକୁ ଶେଷ ସୁଯୋଗ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ସର୍ବୋଚ୍ଚ ଅଦାଲତଙ୍କ ୨୦୧୫ ରାୟକୁ ପାଳନ କରି ନ ଥିବାରୁ ଖଣ୍ଡପୀଠ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ଆଇଟିଆଇ ଅଧୀନରେ ବାର୍ଷିକ ବ୍ୟାଙ୍କ ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ବ୍ୟାଙ୍କକୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଳନ ନ ହେଲେ କୋର୍ଟ ଏହାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରିବେ ବୋଲି ସ୍ପଷ୍ଟ ଚେତାବନୀ ଶୁଣାଇଛନ୍ତି।

ଆର୍‌ଟିଆଇ କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରଓ୍ବାଲ ଓ ଗିରିଶ ମିତ୍ତଲଙ୍କ ଦ୍ୱାରା ଅଦାଲତ ଅବମାନନା ଆବେଦନର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଏସ୍‌ବିଆଇ ଭଳି ବ୍ୟାଙ୍କର ବାର୍ଷିକ ଯାଞ୍ଚ ସଂକ୍ରାନ୍ତ ରିପୋର୍ଟ ଦେବାକୁ ଆର୍‌ବିଆଇ ମନା କରିପାରିବ ନାହିଁ। ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ଉର୍ଜିତ ପଟେଲଙ୍କ ଗଭର୍ନର କାର୍ଯ୍ୟକାଳ ଭିତରେ ଆର୍‌ବିଆଇ ଜାଣିଶୁଣି କୋର୍ଟ ନିର୍ଦ୍ଦେଶକୁ ଅବମାନନା କରିଥିଲା। ଜଷ୍ଟିସ ଏଲ୍‌.ନାଗେଶ୍ୱର ରାଓ ଏବଂ ଜଷ୍ଟିସ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆର୍‌ବିଆଇ ଏହାର ସୂଚନା ପ୍ରକାଶ କରିବା ନୀତିର ପୁନର୍ବିଚାର କରିବାକୁୁ ହେବ। କାରଣ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ପ୍ରଦାନ କରିବାକୁ କର୍ତ୍ତବ୍ୟ ଦୃଷ୍ଟିରୁ ବାଧ୍ୟ। ସଂଘୀୟ କୋର୍ଟର ପ୍ରଚଳିତ ନୀତି କୋର୍ଟ ଆଦେଶର ବିରୁଦ୍ଧାଚରଣ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏବଂ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇ ସାରିିଥିଲେ। ସୂଚନାଥାଉ କି, ଆବେଦନକାରୀଦ୍ୱୟ ଆର୍‌ଟିଆଇ ଅଧୀନରେ ଉକ୍ତ ବ୍ୟାଙ୍କଗୁଡ଼ିକର ବାର୍ଷିକ ଯାଞ୍ଚ ରିପୋର୍ଟ ମାଗିଥିଲେ ହେଁ ଆର୍‌ବିଆଇ ଜାନୁୟାରୀ ୨୦୧୬ରେ ଏହା ଦେବାକୁ ମନା କରିଦେଇଥିଲା। ଏହି ସୂଚନା ଆର୍‌ଟିଆଇ ଆଇନ ଅଧୀନକୁ ଆସୁ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା। ତେବେ ଆର୍‌ଟିଆଇ ଆଇନ ପରିସର ବାହାରେ ଥିବା ଅନ୍ୟ ସମସ୍ତ ସୂଚନା ପ୍ରଦାନ କରିବାକୁ ଆର୍‌ବିଆଇ ବାଧ୍ୟ ବୋଲି ସୁପ୍ରିମକୋର୍ଟ ୨୦୧୫ରେ ରାୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri