ଆର୍ମି ରାଲି ପାଇଁ ଟ୍ରେନ୍‌ରେ ବିନା ଟିକେଟରେ ଆସି ଗଣ୍ଡଗୋଳ : ସଂରକ୍ଷିତ ଯାତ୍ରୀଙ୍କୁ ହଇରାଣ, ମହିଳାଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ ପଡିଆରେ ସୋମବାର ଆର୍ମି ନିଯୁକ୍ତି ରାଲି ହେବ। ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ପିଲାମାନେ ଟ୍ରେନ୍‌ରେ ରାଜଧାନୀକୁ ଆସୁଛନ୍ତି। ତେବେ ଏମାନେ ବିନା ଟିକେଟରେ ଟ୍ରେନ୍‌ରେ ଯାତ୍ରା କରିବା ସହ ମନଇଚ୍ଛା ବଗିରେ ପଶି ଅନ୍ୟ ଯାତ୍ରୀଙ୍କୁ ହଇରାଣ କରୁଛନ୍ତି। ଏପରିକି ସଂରକ୍ଷିତ ଯାତ୍ରୀଙ୍କ ସିଟ୍‌ରେ ବସିବା ସହ ତଳେ ଶୋଉଛନ୍ତି। ଖୁନ୍ଦାଖୁନ୍ଦି ହୋଇ ବସୁଥିବାରୁ ଟିକେଟ କାଟି ଯାତ୍ରା କରୁଥିବା ମହିଳା ଓ ପୁରୁଷ ଯାତ୍ରୀ ଯିବାଆସିବାରେ ଅସୁବିଧା ଭୋଗୁଛନ୍ତି। ପ୍ରତିବାଦ କଲେ ଗଣ୍ଡଗୋଳ କରିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ରବିବାର ନନ୍ଦନକାନନ ଏକ୍ସପ୍ରେସର (୧୨୮୧୬) ଏସ୍‌- ୧୨ ନମ୍ବର ବଗିରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଦିଲ୍ଲୀରୁ ଆସୁଥିବା ୨ ପରିବାରକୁ ଏହି ଯୁବକମାନେ ବିଭିନ୍ନ ପ୍ରକାର ହଇରାଣ କରିଥିଲେ। ପ୍ରତିବାଦ କରିବାରୁ ଗଣ୍ଡଗୋଳ କରିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରିବାରର ସଦସ୍ୟମାନେ ଜିଆର୍‌ପି ଓ ରେଲ୍‌ଓ୍ବେ ଟୋଲ୍‌ ଫ୍ରି ନମ୍ବରକୁ କଲ୍‌ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଆର୍ମି ରାଲିକୁ ଯାଉଥିବା ଶୁଣି ଫୋନ୍‌ ଉଠାଉଥିବା କର୍ମଚାରୀ ଓ ଅଧିକାରୀ ଏଡାଇ ଯାଇଥିଲେ। ଶେଷରେ ଏହି ଦୁଇ ପରିବାର ବାଟସାରା ହଇରାଣ ହୋଇ ଶେଷରେ ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇ ଜିଆର୍‌ପିରେ ଅଭିଯୋଗ କରିଥିଲେ। ପୋଲିସ ୧୬ଜଣ ପିଲାଙ୍କୁ ଥାନାକୁ ନେଇ ପଚରାଉଚରା ପରେ ଶେଷରେ ୪ଜଣ ପିଲାଙ୍କଠାରୁ ଜରିମାନା ଆଦାୟ କରି ଛାଡ଼ି ଦେଇଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରର ବିଶ୍ୱନାଥ ସାହୁ, ସ୍ତ୍ରୀ ବିଜୟାଲକ୍ଷ୍ମୀ ଓ ଝିଅ ମଧୁସ୍ମିତା ଦିଲ୍ଲୀରୁ ନନ୍ଦନକାନନ ଏକ୍ସପ୍ରେସ୍‌ରେ ଆସୁଥିଲେ। ସେହିପରି ସଂଗ୍ରାମ ରାଉତଙ୍କ ପରିବାର ମଧ୍ୟ ସେହି ଟ୍ରେନ୍‌ରେ ଆସୁଥିଲେ। ଆର୍ମି ରାଲି ପାଇଁ ଆଲ୍ଲାହାବାଦ, ମୋଗଲସରାଇ, କାନପୁରରୁ ଶତାଧିକ ଯୁବକ ଟ୍ରେନରେ ଚଢି ମନଇଚ୍ଛା ସଂରକ୍ଷିତ ବଗିରେ ପଶିଥିଲେ। ସେମାନେ ସଂରକ୍ଷିତ ଯାତ୍ରୀଙ୍କ ସିଟ୍‌ରେ ଜବରଦସ୍ତି ବସିବା ସହ ତଳେ ଶୋଇଥିଲେ। ଏପରି କି ଯୁବତୀ ଓ ମହିଳା ଥିଲେ ମଧ୍ୟ ସେମାନଙ୍କ ଅସଭ୍ୟ କଥାବାର୍ତ୍ତା ଓ ବ୍ୟବହାର ସୀମା ଟପିଯାଇଥିଲା। ବିଶ୍ୱନାଥ ଓ ସଂଗ୍ରାମ ଏହାର ପ୍ରତିବାଦ କରିବାରୁ ସେମାନେ ଗଣ୍ଡଗୋଳ କରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନେ ଏପରି ଅବସ୍ଥାରେ ବସିଥିଲେ ଯେ ମହିଳାମାନେ ଶୌଚ କିମ୍ବା ଖାଇବାକୁ ଯାଇପାରି ନ ଥିଲେ। ମୋଗଲସରାଇରେ ବିଶ୍ୱନାଥ ପରିବାର ଓହ୍ଲାଇ ଆର୍‌ପିଏଫ୍‌ରେ ଅଭିଯୋଗ କରିଥିଲେ ମଧ୍ୟ କେହି କିଛି ପଦକ୍ଷେପ ନେଇ ନ ଥିଲେ। ଫଳରେ ଭୁବନେଶ୍ୱର ପର୍ଯ୍ୟନ୍ତ ଟ୍ରେନ୍‌ ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri