ଆରମ୍ଭରୁ ତ୍ରିମୁଖୀ ଲଢ଼େଇ

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାର ନିର୍ମାଣ ଏବଂ ରିଲିଜ ସଂଖ୍ୟା ୩୦ ଅତିକ୍ରମ କରିଛି। ୨୦୧୯ରେ ୩୪ଟି ସିନେମାର ପରଦା ଉପରକୁ ଆସିଥିଲା। ଚଳିତବର୍ଷ ଆରମ୍ଭରୁ ରିଲିଜକୁ ନେଇ ବେଶ୍‌ ଚର୍ଚ୍ଚା। କାରଣ ଜାନୁୟାରୀରେ ପଛକୁ ପଛ ତିନୋଟି ଓଡ଼ିଆ ସିନେମା-‘ମୁଁ ପରଦେଶୀ ଚଢ଼େଇ’ (ଜାନୁୟାରୀ ୧୦), ‘ବାବୁ ଭାଇଜାନ’ (ଜାନୁୟାରୀ ୧୨) ଏବଂ ‘କୁଇନ୍‌’ (ଜାନୁୟାରୀ ୧୫) ପରଦା ଉପରକୁ ଆସୁଛି। ଏହି ତ୍ରିମୁଖୀ ଲଢ଼େଇରେ କିଏ ବାଜିମାତ କରିବ ତାହା ତିନୋଟି ଫିଲ୍ମ ମୁକ୍ତିଲାଭ କରିବା ପରେ ହିଁ ଜଣାପଡିବ। ଅନ୍ୟପକ୍ଷରେ ଚଳିତ ମାସ ୧୭ରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ତଥା ସମ୍ବଲପୁରୀ-କୋଶଳୀ ଭାଷାରେ ନିର୍ମିତ କଳାତ୍ମକ ଚଳଚ୍ଚିତ୍ର ‘ଶଲାବୁଢ଼ାର ବଦଲା’ ଜାନୁୟାରୀ ୧୭ରେ ରିଲିଜ ହେବ।
କୁଇନ୍‌ : ବର୍ଷା ପ୍ରିୟଦର୍ଶିନୀ ନିବେଦିତ ଏବଂ ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ‘କୁଇନ୍‌’ ଚଳିତ ମାସ ୧୫ରେ ରିଲିଜ ହେଉଛି। ଫିଲ୍ମଟିର ଟାଇଟଲ ଭୂମିକାରେ ଅଭିନୟ କରିବା ସହ ଏହାର କାହାଣୀ ରଚନା ଏବଂ କ୍ରିଏଟିଭ ହେଡ୍‌ ପରି ଗୁରୁ ଦାୟିତ୍ୱ ତୁଲାଇଛନ୍ତି ଓଲିଉଡ୍‌ର ଆଗଧାଡିର ନାୟିକା ବର୍ଷା। ଜଣେ ନାରୀର ସଂଘର୍ଷମୟ ଜୀବନକୁ ନେଇ କାହାଣୀ ଗତିଶୀତ। ଖାସ୍‌ କଥା ହେଲା ଏହି ଫିଲ୍ମରେ ବର୍ଷାଙ୍କର ଭୂମିକା ହଁ ଚିତ୍ରର ମୁଖ୍ୟ ଆକର୍ଷଣ ସାଜିବ। ଏଥିରେ ତାଙ୍କ ସହ ମେଲ୍‌ ଲିଡ୍‌ରେ ଅଭିନୟ କରିଛନ୍ତି ଜୟଜିତ ଦାସ। ବିଜୟ ମଲ୍ଲ ସଂଳାପ ରଚନା କରିଥିବା ବେଳେ ଗୀତଗୁଡିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି ପ୍ରତାପ ରାଉତ। ଗୀତଗୁଡିକୁ କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ। ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ‘କୁଇନ୍‌’ରେ ବର୍ଷା, ଜୟଜିତଙ୍କ ବ୍ୟତୀତ ହରିହର ମହାପାତ୍ର, ଉଷସୀ ମିଶ୍ର, ପପି ସନ୍ତୁକା, ଲିପସା ମିଶ୍ର, ଅନନ୍ତ ରଥ ଏବଂ ଗୀତାରାଣୀ ଜୈନ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।
ମୁଁ ପରଦେଶୀ ଚଢ଼େଇ: ମା’ ସିଂହାସନୀ ଫିଲ୍ମସ ବ୍ୟାନରରେ ଏବଂ ଏକ୍‌ଜିକ୍ୟୁଟିଭ ପ୍ରଯୋଜକ ଅଶ୍ୱିନୀ ତ୍ରିପାଠୀଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ମୁଁ ପରଦେଶୀ ଚଢ଼େଇ’ ଫିଲ୍ମଟି ଚଳିତ ମାସ ୧୦ରେ ମୁକ୍ତିଲାଭ କରୁଛି। ଖାସ୍‌ କଥା ହେଲା ଏଥିରେ ନାୟକ ଅର୍ଦ୍ଧେନ୍ଦୁ ସାହୁଙ୍କୁ ଏକ ନୂଆ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିବ। ଉକ୍ତ ଚିତ୍ରରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଅନୁଭା। ଏହାର ବିଭିନ୍ନ ଭୂମିକାରେ ମିହିର ଦାସ, ହର ରଥ, ଇଲୁ ବାନାର୍ଜୀ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା ଅଭିନୟ କରିଛନ୍ତି। କେ. ମୁରଲୀକ୍ରିଷ୍ଣା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଗୀତଗୁଡିକୁ ସ୍ବର ଦେଇଛନ୍ତି ଆସାଦ ନିଜାମ୍‌। ଖାସ୍‌ କଥା ହେଲା, ଏହାର ଟାଇଟଲ ଗୀତ ‘ମୁଁ ପରଦେଶୀ ଚଢ଼େଇ’ ଇତି ମଧ୍ୟରେ ବେଶ୍‌ ଭାଇରାଲ ହୋଇସାରିଛି। ତେବେ ଫିଲ୍ମଟିକୁ ନେଇ ବେଶ୍‌ ଆଶା ରଖିଛନ୍ତି ଅର୍ଦ୍ଧେନ୍ଦୁ।
ବାବୁ ଭାଇଜାନ୍‌ : ଅନ୍ୟପକ୍ଷରେ ବିଗ ବଜେଟ୍‌ ଫିଲ୍ମ ‘ବାବୁ ଭାଇଜାନ୍‌’ ଚଳିତ ମାସ ୧୨ରେ ରିଲିଜ ହେଉଛି। ଏହାର ଟାଇଟଲ ଭୂମିକାରେ ଦେଖାଦେବେ ଅରିନ୍ଦମ୍‌। ଏକ ସତ୍ୟ ତଥା ଜଣେ ବିଜ୍‌ନେସ୍‌ମ୍ୟାନଙ୍କ ଉତ୍‌ଥାନ ପତନ ଜୀବନ ଉପରେ ଏହା ଆଧାରିତ। ଆମ ରାଜ୍ୟର ବାଲେଶ୍ୱର ଜିଲାର ଜଣେ ପିଲା ବାବୁ। ସେ କିପରି ନିଜର ଉଦ୍ୟମ ବଳରେ ଆଜି ନିଜକୁ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଗାର୍ମେଣ୍ଟ ବିଜ୍‌ନେସ୍‌ମ୍ୟାନ୍‌ ଭାବରେ ପରିଚିତ କରାଇ ପାରିଛନ୍ତି, ତାହା ସିନେମାରେ ଦେଖିବାକୁ ମିଳିବ। ଖ୍ବାଜା ଗରିବ୍‌ ନଓ୍ବାଜ୍‌ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା ସହ ପ୍ରଯୋଜନା ଭାର ତୁଲାଉଛନ୍ତି ଆଗଧାଡ଼ିର ନାଟ୍ୟକାର ସନ୍ତୋଷ ନାରାୟଣ ଦାସ। ତାପସ ସରଘରିଆ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତିଙ୍କ ରଚିତ ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ମଳୟ ମିଶ୍ର। ଏଥିରେ ଅରିନ୍ଦମ୍‌ଙ୍କ ଅପୋଜିଟ୍‌ରେ ଅଛନ୍ତି ଶିବାନୀ। ଏହି ଯୋଡ଼ି ବ୍ୟତୀତ ମିହିର ଦାସ, ଶ୍ରୀତମ୍‌ ଦାସ, ବବି ମିଶ୍ର, ମନୋଜ ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ପୁଷ୍ପା ପଣ୍ଡା, ସୋମା ହୋତା, ସନ୍ତୋଷ ନାରାୟଣ ଏବଂ ତାପସ ସରଘରିଆ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri