ଆରମ୍ଭରୁ ତ୍ରିମୁଖୀ ଲଢ଼େଇ

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାର ନିର୍ମାଣ ଏବଂ ରିଲିଜ ସଂଖ୍ୟା ୩୦ ଅତିକ୍ରମ କରିଛି। ୨୦୧୯ରେ ୩୪ଟି ସିନେମାର ପରଦା ଉପରକୁ ଆସିଥିଲା। ଚଳିତବର୍ଷ ଆରମ୍ଭରୁ ରିଲିଜକୁ ନେଇ ବେଶ୍‌ ଚର୍ଚ୍ଚା। କାରଣ ଜାନୁୟାରୀରେ ପଛକୁ ପଛ ତିନୋଟି ଓଡ଼ିଆ ସିନେମା-‘ମୁଁ ପରଦେଶୀ ଚଢ଼େଇ’ (ଜାନୁୟାରୀ ୧୦), ‘ବାବୁ ଭାଇଜାନ’ (ଜାନୁୟାରୀ ୧୨) ଏବଂ ‘କୁଇନ୍‌’ (ଜାନୁୟାରୀ ୧୫) ପରଦା ଉପରକୁ ଆସୁଛି। ଏହି ତ୍ରିମୁଖୀ ଲଢ଼େଇରେ କିଏ ବାଜିମାତ କରିବ ତାହା ତିନୋଟି ଫିଲ୍ମ ମୁକ୍ତିଲାଭ କରିବା ପରେ ହିଁ ଜଣାପଡିବ। ଅନ୍ୟପକ୍ଷରେ ଚଳିତ ମାସ ୧୭ରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ତଥା ସମ୍ବଲପୁରୀ-କୋଶଳୀ ଭାଷାରେ ନିର୍ମିତ କଳାତ୍ମକ ଚଳଚ୍ଚିତ୍ର ‘ଶଲାବୁଢ଼ାର ବଦଲା’ ଜାନୁୟାରୀ ୧୭ରେ ରିଲିଜ ହେବ।
କୁଇନ୍‌ : ବର୍ଷା ପ୍ରିୟଦର୍ଶିନୀ ନିବେଦିତ ଏବଂ ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ‘କୁଇନ୍‌’ ଚଳିତ ମାସ ୧୫ରେ ରିଲିଜ ହେଉଛି। ଫିଲ୍ମଟିର ଟାଇଟଲ ଭୂମିକାରେ ଅଭିନୟ କରିବା ସହ ଏହାର କାହାଣୀ ରଚନା ଏବଂ କ୍ରିଏଟିଭ ହେଡ୍‌ ପରି ଗୁରୁ ଦାୟିତ୍ୱ ତୁଲାଇଛନ୍ତି ଓଲିଉଡ୍‌ର ଆଗଧାଡିର ନାୟିକା ବର୍ଷା। ଜଣେ ନାରୀର ସଂଘର୍ଷମୟ ଜୀବନକୁ ନେଇ କାହାଣୀ ଗତିଶୀତ। ଖାସ୍‌ କଥା ହେଲା ଏହି ଫିଲ୍ମରେ ବର୍ଷାଙ୍କର ଭୂମିକା ହଁ ଚିତ୍ରର ମୁଖ୍ୟ ଆକର୍ଷଣ ସାଜିବ। ଏଥିରେ ତାଙ୍କ ସହ ମେଲ୍‌ ଲିଡ୍‌ରେ ଅଭିନୟ କରିଛନ୍ତି ଜୟଜିତ ଦାସ। ବିଜୟ ମଲ୍ଲ ସଂଳାପ ରଚନା କରିଥିବା ବେଳେ ଗୀତଗୁଡିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି ପ୍ରତାପ ରାଉତ। ଗୀତଗୁଡିକୁ କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ। ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ‘କୁଇନ୍‌’ରେ ବର୍ଷା, ଜୟଜିତଙ୍କ ବ୍ୟତୀତ ହରିହର ମହାପାତ୍ର, ଉଷସୀ ମିଶ୍ର, ପପି ସନ୍ତୁକା, ଲିପସା ମିଶ୍ର, ଅନନ୍ତ ରଥ ଏବଂ ଗୀତାରାଣୀ ଜୈନ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।
ମୁଁ ପରଦେଶୀ ଚଢ଼େଇ: ମା’ ସିଂହାସନୀ ଫିଲ୍ମସ ବ୍ୟାନରରେ ଏବଂ ଏକ୍‌ଜିକ୍ୟୁଟିଭ ପ୍ରଯୋଜକ ଅଶ୍ୱିନୀ ତ୍ରିପାଠୀଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ମୁଁ ପରଦେଶୀ ଚଢ଼େଇ’ ଫିଲ୍ମଟି ଚଳିତ ମାସ ୧୦ରେ ମୁକ୍ତିଲାଭ କରୁଛି। ଖାସ୍‌ କଥା ହେଲା ଏଥିରେ ନାୟକ ଅର୍ଦ୍ଧେନ୍ଦୁ ସାହୁଙ୍କୁ ଏକ ନୂଆ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିବ। ଉକ୍ତ ଚିତ୍ରରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଅନୁଭା। ଏହାର ବିଭିନ୍ନ ଭୂମିକାରେ ମିହିର ଦାସ, ହର ରଥ, ଇଲୁ ବାନାର୍ଜୀ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା ଅଭିନୟ କରିଛନ୍ତି। କେ. ମୁରଲୀକ୍ରିଷ୍ଣା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଗୀତଗୁଡିକୁ ସ୍ବର ଦେଇଛନ୍ତି ଆସାଦ ନିଜାମ୍‌। ଖାସ୍‌ କଥା ହେଲା, ଏହାର ଟାଇଟଲ ଗୀତ ‘ମୁଁ ପରଦେଶୀ ଚଢ଼େଇ’ ଇତି ମଧ୍ୟରେ ବେଶ୍‌ ଭାଇରାଲ ହୋଇସାରିଛି। ତେବେ ଫିଲ୍ମଟିକୁ ନେଇ ବେଶ୍‌ ଆଶା ରଖିଛନ୍ତି ଅର୍ଦ୍ଧେନ୍ଦୁ।
ବାବୁ ଭାଇଜାନ୍‌ : ଅନ୍ୟପକ୍ଷରେ ବିଗ ବଜେଟ୍‌ ଫିଲ୍ମ ‘ବାବୁ ଭାଇଜାନ୍‌’ ଚଳିତ ମାସ ୧୨ରେ ରିଲିଜ ହେଉଛି। ଏହାର ଟାଇଟଲ ଭୂମିକାରେ ଦେଖାଦେବେ ଅରିନ୍ଦମ୍‌। ଏକ ସତ୍ୟ ତଥା ଜଣେ ବିଜ୍‌ନେସ୍‌ମ୍ୟାନଙ୍କ ଉତ୍‌ଥାନ ପତନ ଜୀବନ ଉପରେ ଏହା ଆଧାରିତ। ଆମ ରାଜ୍ୟର ବାଲେଶ୍ୱର ଜିଲାର ଜଣେ ପିଲା ବାବୁ। ସେ କିପରି ନିଜର ଉଦ୍ୟମ ବଳରେ ଆଜି ନିଜକୁ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଗାର୍ମେଣ୍ଟ ବିଜ୍‌ନେସ୍‌ମ୍ୟାନ୍‌ ଭାବରେ ପରିଚିତ କରାଇ ପାରିଛନ୍ତି, ତାହା ସିନେମାରେ ଦେଖିବାକୁ ମିଳିବ। ଖ୍ବାଜା ଗରିବ୍‌ ନଓ୍ବାଜ୍‌ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା ସହ ପ୍ରଯୋଜନା ଭାର ତୁଲାଉଛନ୍ତି ଆଗଧାଡ଼ିର ନାଟ୍ୟକାର ସନ୍ତୋଷ ନାରାୟଣ ଦାସ। ତାପସ ସରଘରିଆ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତିଙ୍କ ରଚିତ ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ମଳୟ ମିଶ୍ର। ଏଥିରେ ଅରିନ୍ଦମ୍‌ଙ୍କ ଅପୋଜିଟ୍‌ରେ ଅଛନ୍ତି ଶିବାନୀ। ଏହି ଯୋଡ଼ି ବ୍ୟତୀତ ମିହିର ଦାସ, ଶ୍ରୀତମ୍‌ ଦାସ, ବବି ମିଶ୍ର, ମନୋଜ ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ପୁଷ୍ପା ପଣ୍ଡା, ସୋମା ହୋତା, ସନ୍ତୋଷ ନାରାୟଣ ଏବଂ ତାପସ ସରଘରିଆ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri