ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି: କଳାତାଲିକାରେ ଚାଇନା,ଭାରତ

ଓ୍ବାଶିଂଟନ,୨୭ା୪(ଆଇଏଏନ୍‌ଏସ୍‌): ବୌଦ୍ଧିକ ସମ୍ପତ୍ତି (ଆଇପି) ଚୋରି ଏବଂ ପେଟେଣ୍ଟ ଉଲ୍ଲଂଘନକୁ ନେଇ ଆମେରିକା ସରକାର ପକ୍ଷରୁ ପ୍ରସ୍ତୁତ କଳାତାଲିକାରେ ଭାରତ ଓ ଚାଇନା ରହିଛି। ୧୧ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାର ଶୀର୍ଷରେ ଚାଇନା ରହିଛି। ଆମେରିକା ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ୍‌ ଅଫିସ୍‌ (ୟୁଏସ୍‌ଟିଆର୍‌) ପକ୍ଷରୁ ୨୦୧୮ ପାଇଁ ‘ସ୍ପେଶାଲ ୩୦୧’ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁ ବାଣିଜି୍ୟକ ସହଯୋଗୀ ପର୍ଯ୍ୟାପ୍ତ ଭାବେ ଅଥବା ପ୍ରଭାବଶାଳୀ ରୂପେ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସୁରକ୍ଷା ଦିଏନାହିଁ ଏବଂ କାର୍ଯ୍ୟକାରୀ କରେ ତାକୁ ଚିହ୍ନଟ କରାଯାଇଛି। ସେହିପରି ନିଜ ଆଇପି ଅଧିକାରଗୁଡ଼ିକର ସୁରକ୍ଷା ଉପରେ ନିର୍ଭରଶୀଳ ଆମେରିକାର ନବ ପ୍ରବର୍ତ୍ତନକାରୀ ଓ ନିର୍ମାତାଙ୍କୁ ଯେଉଁ ରାଷ୍ଟ୍ର ନିଜ ବଜାରରେ ପ୍ରବେଶ କରିବାକୁ ଦିଏନାହିଁ ସେଗୁଡ଼ିକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି। ଆମେରିକାର ଏହି କଳାତାଲିକାରେ ଅଲ୍‌ଜେରିଆ, ଆର୍ଜେଣ୍ଟିନା, ଚିଲି, ଚାଇନା, ଭାରତ, ଇଣ୍ଡୋନେସିଆ, କୁଏଟ୍‌, ରୁଷିଆ, ସୌଦି ଆରବ, ୟୁକ୍ରେନ୍‌ ଏବଂ ଭେନିଜୁଏଲା ରହିଛି। ଯେଉଁ ବିଦେଶୀ ବାଣିଜି୍ୟକ ସହଯୋଗୀ ରାଷ୍ଟ୍ରଗୁଡ଼ିକରେ ଆଇପି ସୁରକ୍ଷା ଓ ପ୍ରବର୍ତ୍ତନର ସ୍ଥିତି ଖରାପ ହୋଇଛି ବା ଅପର୍ଯ୍ୟାପ୍ତ ସ୍ତରରେ ରହିଛି ଏବଂ ଆଇପି ସୁରକ୍ଷା ଉପରେ ନିର୍ଭର କରୁଥିବା ଆମେରିକୀୟମାନେ ଯେଉଁ ବଜାରରେ ବ୍ୟବସାୟ ପାଇଁ ସହଜ ମଣୁନାହାନ୍ତି ଏହି ରିପୋର୍ଟରେ ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ୟୁଏସ୍‌ଟିଆର୍‌ ଦସ୍ତାବିଜ ଅନୁସାରେ ଯଦିଓ ବିଗତ କିଛିବର୍ଷ ମଧ୍ୟରେ ବେଜିଂ ନିଜ ନ୍ୟାୟିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆଣିଛି, ତଥାପି ଏହା ଚାଇନାର କମ୍ପାନୀଗୁଡ଼ିକୁ ବିଦେଶୀ କମ୍ପାନୀଗୁଡ଼ିକର ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍‌ ଉଲ୍ଲଂଘନ ଉପରେ କଟକଣା ଜାରି କରିବା ନେଇ କେତେକ ନିର୍ଦ୍ଦିଷ୍ଟ ଆଇନରେ ସଂଶୋଧନ ଆଣିନାହିଁ। ଅନ୍‌ଲାଇନ୍‌ ପାଇରେସି, ଜାଲିଆତି ଏବଂ ପ୍ରତାରଣା କରି ଟ୍ରେଡ୍‌ମାର୍କ ପଞ୍ଜୀକରଣ କରିବା ହେଉଛି ଏହି ଅପରାଧର ପର୍ଯ୍ୟାୟଭୁକ୍ତ।
ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଶେଷକରିବା ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ବୌଦ୍ଧିକ ସମ୍ପତ୍ତିକୁ ନେଇ ଉଠିଥିବା ପ୍ରଶ୍ନ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର କଳାତାଲିକାର ଦ୍ୱିତୀୟ ସ୍ଥାନରେ ଭାରତ ରହଛିି। କାରଣ ୟୁଏସ୍‌ଟିଆର୍‌ ନିଜ ଆଇପି ଢାଞ୍ଚାରେ ‘ଦୀର୍ଘଦିନ ଧରି ରହିଥିବା ଅଭାବ’ ସହ ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ସିକ୍ରେଟ୍‌ ତଥା ପ୍ରବର୍ତ୍ତନ ଆଦି ଉପରେ ଗୁରୁତ୍ୱ ଦେଇଛି। ଗତବର୍ଷରୁ ଏହି ତାଲିକାରେ ଚିଲି ଓ ଭେନିଜୁଏଲା ରହିଥିବାବେଳେ ଏବର୍ଷ ଆର୍ଜେଣ୍ଟିନା ସାମିଲ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଇରାନକୁ ଶକ୍ତ ଆଘାତ: ମୋଜତାବା ଖାମେନେଇଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଦାବି କଲେ ଟ୍ରମ୍ପ, କହିଲେ -‘୯୦ ପ୍ରତିଶତ ଶେଷ…’

ଓ୍ବାଶିଂଟନ,୧୪।୭: ଆମେରିକା ଅନେକ ଇରାନୀ ଲକ୍ଷ୍ୟସ୍ଥଳ ଉପରେ ଘାତକ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଇଛି। ଏହାର କଡ଼ା ଜବାବରେ, ଇରାନ ବିଭିନ୍ନ ଉପସାଗରୀୟ ରାଷ୍ଟ୍ର ଉପରେ…

ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ? ପ୍ରତିକ୍ରିୟା ରଖିଲେ ଟ୍ରମ୍ପଙ୍କ ପ୍ରତିନିଧି ସେର୍ଗିଓ ଗୋର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୭: ଭାରତ ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ରିପୋର୍ଟ ସମ୍ପର୍କରେ ଭାରତ ଏବଂ ଆମେରିକା ଉଭୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।…

ହର୍ମୁଜ ଦେଇ ଯାଉଥିବା ଜାହାଜ ଉପରେ ୨୦% ଟିକସ ଲଗାଇବା ପାଇଁ ଯୋଜନା ଘୋଷଣା କଲା ଆମେରିକା; ଇରାନ କହିଲା -‘ଟ୍ରମ୍ପ ସମ୍ପୂର୍ଣ୍ଣ ଠିକ…’

ତେହରାନ,୧୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜ ଉପରେ 20% ଟିକସ ଘୋଷଣା ଉପରେ ଇରାନ ପ୍ରତିଆକ୍ରମଣ କରିଛି।…

ଅଶାନ୍ତ ମିଡଲ ଇଷ୍ଟ: ତେଲ ଟ୍ୟାଙ୍କର ଉପରେ ଆକ୍ରମଣରେ ଭାରତୀୟ ମୃତ

ତେହରାନ,୧୪।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ପରି ମନେ ହେଉଛି। ଏହା ମଧ୍ୟରେ, ସଂଯୁକ୍ତ ଆରବ…

ପ୍ୟାରିସ୍‌ ନିକଟତର ହେଲା ଜଙ୍ଗଲ ନିଆଁ

ଆଭୋନ(ଫ୍ରାନ୍ସ),୧୪ା୭: ପଶ୍ଚିମ ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରି ଲାଗିରହିଥିବାବେଳେ ବ୍ୟାପକ ଅଞ୍ଚଳରେ ଜଙ୍ଗଲ ଜଳୁଛି। ସ୍ପେନ୍‌ରେ ଜଙ୍ଗଲ ନିଆଁ ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି। ସୋମବାର ଏହି…

‘ଜୁରାସିକ୍‌ ପାର୍କ’ ଅଭିନେତା ସାମ୍‌ ନିଲ୍‌ଙ୍କ ପରଲୋକ

ଓ୍ବେଲିଙ୍ଗଟନ, ୧୪।୭: ହଲିଉଡ୍‌ର ଅଲଟାଇମ୍‌ ସୁପରହିଟ ଫିଲ୍ମ ‘ଜୁରାସିକ୍‌ ପାର୍କ’ ଏବଂ ‘ଦି ପିଆନୋ’ ପାଇଁ ବିଶ୍ୱପ୍ରସିଦ୍ଧ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଅଭିନେତା ସାମ୍‌ ନିଲ୍‌ଙ୍କର ୭୮ବର୍ଷ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri