ଆମେରିକା ସହ ଟ୍ରେଡ୍‌ ଓ୍ବାର୍‌; ଭାରତର ହାତ ଧରିବାକୁ ଚାଇନା ରାଜି

ନୂଆଦିଲ୍ଲୀ,୨୧-୭: ଆତଙ୍କବାଦ୍‌ ଓ ସୀମା ବିବାଦ ସମେତ ବହୁ ପ୍ରସଙ୍ଗରେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଥିବା ଚାଇନା ଏବେ ଆମେରିକା ବିରୋଧରେ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହେବାକୁ ଆହ୍ବାନ ଦେଇଛି। ଏଥିଲାଗି ଭାରତ ସହିତ ଥିବା ନିଜର ବାଣିଜ୍ୟ ଅସନ୍ତୁଳନକୁ ଦୂର କରିବା ନେଇ ଆଲୋଚନା କରିବାକୁ ରାଜି ଥିବା ପଡୋଶୀ ଦେଶ କହିଛି।
ଚାଇନା ପକ୍ଷରୁ କୁହାଯାଇଛି ଯେ, ଏହା ବାଣିଜ୍ୟ ଅସନ୍ତୁଳନକୁ ନେଇ ଭାରତର ଚିନ୍ତାକୁ ବୁଝୁଛି ଏବଂ ଏଥିଲାଗି ଆଲୋଚନା ଟେବୁଲକୁ ଆସିବାକୁ ଚାହେଁ। ଏଥିସହିତ ବାଣିଜ୍ୟରେ ଥିବା ଏକପକ୍ଷବାଦିତା ଏବଂ ସଂରକ୍ଷଣବାଦ୍‌ ବିରୋଧରେ ଲଢ଼େଇରେ ଭାରତ ସହଯୋଗ କରୁ ବୋଲି ଚାଇନା ଆହ୍ବାନ ଦେଇଛି।
ଭାରତରେ ଚାଇନାର ନବନିଯୁକ୍ତ ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡଙ୍ଗ କହିଛନ୍ତି ଯେ, ବାଣିଜ୍ୟ ଅସନ୍ତୁଳନକୁ ନେଇ ତାଙ୍କ ଦେଶ ଗମ୍ଭୀର। ଭାରତ ସହ ଟ୍ରେଡ୍‌ ସରପ୍ଲସ ନେଇ ଚାଇନା କେବେ ହେଲେ ଯୋଜନାବଦ୍ଧ ରଣନୀତି ଆପଣାଇନାହିଁ। ଚାଇନାକୁ ଭାରତରୁ ଚାଉଳ ଓ ଚିନି ଆମଦାନୀ ବୃଦ୍ଧି ପାଇଛି। ଏହାବ୍ୟତୀତ ଭାରତୀୟ ଔଷଧ ଓ କୃଷି ଉତ୍ପାଦର ଆମଦାନୀ ବୃଦ୍ଧି ଉପରେ ଏବେ ଚାଇନା ସରକାର ବିଚାର କରୁଛନ୍ତି ବୋଲି ସନ୍‌ କହିଛନ୍ତି। ନିକଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଚାଇନାକୁ ଭାରତୀୟ ଉତ୍ପାଦ ଆମଦାନୀ ୧୫% ବୃଦ୍ଧି ପାଇଛି। ଏହାବ୍ୟତୀତ ଗତବର୍ଷ ଚାଇନା ବଜାରରେ ଭାରତୀୟ କୃଷି ଉତ୍ପାଦ ରପ୍ତାନି ମଧ୍ୟ ଦ୍ୱିଗୁଣା ହୋଇଛି। ନିଜର ଫାର୍ମାସ୍ୟୁଟିକାଲ ବଜାରରେ ପ୍ରବେଶ ପାଇଁ ଚାଇନା ଭାରତୀୟ ଔଷଧ କମ୍ପାନୀଙ୍କୁ ଅନୁମତି ଦେଉ ବୋଲି ଭାରତ ଦୀର୍ଘଦିନ ହେଲା ଦାବି କରିଆସୁଛି। ଆମେରିକା ସହ ଟ୍ରେଡ ଓ୍ବାର୍‌ ଆରମ୍ଭ ହେବା ପରେ ଚାଇନା ପକ୍ଷରୁ ଭାରତୀୟ ଉତ୍ପାଦ ଆମଦାନୀ ବଢ଼ାଯିବା ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟ ଅସନ୍ତୁଳନ ୯୫.୫ ବିଲିୟନ ଡଲାରରୁ ହ୍ରାସ ପାଇ ୫୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତରେ ଚାଇନାର ରାଷ୍ଟ୍ରଦୂତ ସନ୍‌ କହିଛନ୍ତି ଯେ, ଚଳିତ ବର୍ଷର ପ୍ରଥମ ୬ ମାସରେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୫% ହ୍ରାସ ପାଇଛି। ଏଣୁ କ୍ରମାଗତ ପ୍ରୟାସ କରାଗଲେ ଦୁଇ ଦେଶର ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ଆସିପାରିବ ଏବଂ ଏହାକୁ ନିୟନ୍ତ୍ରିତ କରାଯାଇପାରିବ। ସୂଚନାଥାଉ କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‘ଆମେରିକା ଫାଷ୍ଟ’ ନୀତି ଆପଣାଇଛନ୍ତି। ଫଳରେ ଏହା ଚାଇନା ସହ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହୋଇଛି। ଚାଇନାରୁ ଆମଦାନୀ ହେଉଥିବା ପ୍ରାୟ ୨୫୦ ବିଲିୟନ ଡଲାର ଉତ୍ପାଦ ଉପରେ ଆମେରିକା ୨୫% ଶୁଳ୍କ ବଢ଼ାଇ ଦେଇଛି। ଚାଇନା ସହ ବାଣିଜ୍ୟ ନିଅଣ୍ଟ ପରିମାଣ ୫୩୯ ବିଲିୟନ ଡଲାର ଥିବା ବେଳେ ଏହାକୁ ହ୍ରାସ କରିବା ଲାଗି ଆମେରିକା କ୍ରମାଗତ ଚାପ ସୃଷ୍ଟି କରିଚାଲିଛି। ଅନ୍ୟପକ୍ଷରେ ଆମେରିକାକୁ ମଧ୍ୟ ଚାଇନା ଯେସାକୁ ତେସା ନୀତିରେ ଜବାବ ଦେଇ ଚାଇନା ସେଦେଶର ଉତ୍ପାଦ ଉପରେ ଟାରିଫ ବୃଦ୍ଧି କରିଛି। ଅନ୍ୟପକ୍ଷରେ ଭାରତରୁ ଆମଦାନୀ କରୁଥିବା ଷ୍ଟିଲ୍‌ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ୍‌ ବୃଦ୍ଧି କରିବା ପରେ ଭାରତ ମଧ୍ୟ ଆମେରିକାର ୨୮ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇ ଦେଇଛି। ପରୋକ୍ଷରେ କହିବାକୁ ଗଲେ ଆମେରିକା ଏବେ ଉଭୟ ଚାଇନା ଓ ଭାରତ ସହ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହୋଇଛି। ଭାରତ ଓ ଚାଇନା ଏକାଠି ହୋଇ ଟ୍ରେଡ ଓ୍ବାର୍‌ର ମୁକାବିଲା କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବାଣିଜ୍ୟ କ୍ଷେତ୍ର ନିୟନ୍ତ୍ରିତ ହେବ ଏବଂ ଏହା ଏକ ଧାରାକୁ ଫେରିପାରିବ। ଏହାଦ୍ୱାରା ବିକାଶଶୀଳ ଦେଶଗୁଡ଼ିକର ସ୍ବାର୍ଥରକ୍ଷା ହୋଇପାରିବ ବୋଲି ସନ୍‌ ଯୁକ୍ତି ଦର୍ଶାଇଛନ୍ତି। ଭାରତ ଓ ଚାଇନା ସହ ଆମେରିକାର ଟ୍ରେଡ ଓ୍ବାର୍‌ ସମ୍ପର୍କରେ ସିଧାସଳଖ ଉଲ୍ଲେଖ ନ କରି ସେ କହିଛନ୍ତି ଯେ, ଏକ ଦଶନ୍ଧି ମଧ୍ୟରେ ଆମେ ଏବେ ଅଦ୍ଭୁତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛୁ। ଉଭୟ ଭାରତ ଓ ଚାଇନା ସଂରକ୍ଷଣବାଦ୍‌ ଓ ଏକପକ୍ଷବାଦିତା ଚ୍ୟାଲେଞ୍ଜର ସାମ୍ନା କରୁଛି। ତେଣୁ ଉଭୟ ଦେଶ ଏକତ୍ର ମିଶି ବହୁପକ୍ଷବାଦିତା ଓ ଆର୍ଥିକ ବୈଶ୍ୟକରଣ ପାଇଁ ଲଢ଼େଇ କରିବାକୁ ହେବ। ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଚାଇନାର ବିଶାଳ ପୁଞ୍ଜିନିବେଶ ସମ୍ପର୍କରେ ଉଲ୍ଲେଖ ନ କରି ସନ୍‌ କହିଛନ୍ତି ଯେ, ଚାଇନା-ଭାରତ ପ୍ଲସ୍‌ ନୀତି ଆପଣାଇବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?