ଆବର୍ଜନାରେ ଭର୍ତ୍ତି ଝୁମ୍ପୁରା ବଜାର ରାସ୍ତା

ଝୁମ୍ପୁରା, ୨୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଝୁମ୍ପୁରା ବଜରା, ପରିବା ମାର୍କେଟ, ସାପ୍ତାହିକ ହାଟ ବସୁଥିବା ଜାଗା, ଝୁମ୍ପୁରା ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କୁଢ କୁଢ ଆବର୍ଜନା ଭର୍ତ୍ତି ହୋଇଛି। ବର୍ଷା ହେଲେ ଏହି ଆବର୍ଜନା ରାସ୍ତାରେ ଭାସୁଛି। ଖରାହେଲେ ଆବର୍ଜନା ପବନରେ ଉଡୁଛି। ଗନ୍ଧରେ ନାକ ଫାଟି ପଡୁଥିବା ଯୋଗୁଁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି। କିଛିଦିନ ହେବ ସମୟ ସମୟରେ ବର୍ଷା ହେଉଥିବାରୁ ଆବର୍ଜନା ପଚି ଶଢି ବିଷାକ୍ତ ପରିବେଶ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ମଶା, ମାଛିଙ୍କ ପ୍ରାଦୂର୍ଭାବ ମଧ୍ୟ ବଢ଼ି ଚାଲିଛି। ଆବର୍ଜନା ସଫା କରାଯିବା ସହିତ, ଡ୍ରେନ ଗୁଡିକର ସଫେଇ ମଧ୍ୟ ଜରୁରୀ ହୋଇ ପଡିଛି। ଏହାର ପଦକ୍ଷେପ ନିଆ ନ ଗଲେ, ଯେ କୌଣସି ସମୟରେ ସାହି, ବସ୍ତୀ ଅଞ୍ଚଳରେ ଡାଇରିଆ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ ଯେ, ଝୁମ୍ପୁରା ବଜାର ଅଞ୍ଚଳର କିଛିକାଂଶ ଆରଏମସିର ନିୟନ୍ତ୍ରଣରେ ରହିଥିବାବେଳେ, ଅନ୍ୟ କିଛି ଅଂଶ ଝୁମ୍ପୁରା ପଞ୍ଚାୟତ ଅଧୀନରେ ରହିଛି। ଆରଏମସି ଅଧୀନରେ ଥିବା ଦୋକାନ ଘର ଗୁଡିକରୁ ଘରଭଡା ଆଦାୟ ସହିତ, ଡେଲି ମାର୍କେଟ ଏବଂ ସାପ୍ତାହିକ ହାଟରୁ ମହାସୁଲ ଆଦାୟ କରାଯାଇଥାଏ। ସେହିପରି ପଞ୍ଚାୟତ ଅଧୀନରେ ଥିବା ଦୋକାନ ଘର ଗୁଡିକରୁ ପଞ୍ଚାୟତ ଘର ଭଡା ଆଦାୟ କରିଥାଏ। ନିୟମ ଅନୁଯାୟୀ ଝୁମ୍ପୁରା ବଜାର ଉପରେ ଆରଏମସି ଏବଂ ପଞ୍ଚାୟତର ନିୟନ୍ତ୍ରଣ ରହିଥିବାରୁ, ବଜାରକୁ ଆସୁଥିବା ଚାଷୀ, ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ବ୍ୟବସାୟ ପାଇଁ ସୁବ୍ୟବସ୍ଥା କରିବା, ପାନୀୟ ଜଳ ଯୋଗଇ ଦେବା, ପରିବେଶ, ପରିମଳର ସ୍ବଚ୍ଛତା ପାଇଁ ବିଶେଷ ଧ୍ୟାନ ଦେବା ଆରଏମସି ଏବଂ ପଞ୍ଚାୟତର କାର୍ଯ୍ୟ ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ରଖିଛନ୍ତି। ଏହି ବିଭାଗ ଦ୍ୱୟ, ସମନ୍ବୟ ଅଭାବରୁ କାମ ହୋଇ ପାରୁ ନ ଥିବାବେଳେ, ପରସ୍ପର ଉପରେ ବିଭାଗ ଦ୍ୱୟ ଦୋଷ ଲଦୁଛନ୍ତି।
ଏସମ୍ପର୍କରେ ଚମ୍ପୁଆସ୍ଥିତ ଆରଏମସି ସେକ୍ରେଟାରୀ ତଥା ଡେପୁଟି ଉପଜିଲାପାଳ ସପନ କୁମାର ସାହୁଙ୍କୁ ପଚାରିବାରୁ ଝୁମ୍ପୁରା ବଜାର, ହାଟ ମହାସୁଲ ଆଦାୟର ସିଂହଭାଗ ଝୁମ୍ପୁରା ପଞ୍ଚାୟତକୁ ଦିଆଯାଉଛି। ଚଳିତ ବର୍ଷ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆରଏମସି ପକ୍ଷରୁ ଝୁମ୍ପୁରା ପଞ୍ଚାୟତକୁ ଦେବା ସହିତ ବଜାର ଏବଂ ବଜାରକୁ ସଂଯୋଗ କରୁଥିବା ରାସ୍ତା ଗୁଡିକରୁ ଆବର୍ଜନା ସଫା କରିବା ପାଇଁ ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ଝୁମ୍ପୁରା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାନ୍ତ କହିଛନ୍ତି ଯେ, ରାସ୍ତା ବଜାର ସଫା ବେଳେ ବେଳେ କରାଯାଉଛି। ରାସ୍ତା ଉପର ଆବର୍ଜନା ମଧ୍ୟ ସଫା କରାଯିବ। କାମର ବ୍ୟସ୍ତତା ନେଇ ଆବର୍ଜନା ସଫା ହୋଇ ପାରିନାହିଁ। ସରପଞ୍ଚ ବୈଜୟନ୍ତୀ ନାଏକ ମଧ୍ୟ ଏସମ୍ପର୍କରେ ଅନୁରୁପ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri