ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ: ମାସେ ଭିତରେ ଫେରିଯିବ ‘ସୁନ୍ଦରୀ’

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ମାସକ ଭିତରେ ମଧ୍ୟପ୍ରଦେଶ ଫେରିଯିବ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ତୃତୀୟ ଚିଠି ଲେଖିଛନ୍ତି। ଗତ ଡିସେମ୍ବରରେ ବାଘୁଣୀକୁ ଫେରାଇ ଦେବାକୁ ଏନ୍‌ଟିସିଏ ଓଡ଼ିଶା ସରକାରଙ୍କୁ ପ୍ରଥମେ ଚିଠି ଦେଇଥିଲେ। ପରେ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖି ସାତକୋଶିଆରୁ ବାଘୁଣୀକୁ ନେଇଯିବା ପାଇଁ କହିଥିଲେ। ଏବେ ବାନ୍ଧବଗଡ଼କୁ ଫେରିଯିବ ସୁନ୍ଦରୀ। ଫଳରେ ‘ସୁନ୍ଦରୀ’କୁ ଆଣି ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଯେଉଁ ସ୍ବପ୍ନ ଥିଲା ତାହା ବିଫଳ ହୋଇଯାଇଛି। ଏଥିପାଇଁ ସାତକୋଶିଆ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ଦାୟୀ କରାଯାଉଥିବାବେଳେ ଏଥିପାଇଁ ପ୍ରାୟ ୧୦କୋଟି ଟଙ୍କା ପାଣିରେ ପଡ଼ିଥିବା ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି। ସେପଟେ ବାନ୍ଧବଗଡ଼କୁ ଫେରିଲେ ମଧ୍ୟ ସେ ଆଉ ଜଙ୍ଗଲରେ ରହିପାରିବ ନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ସେମାନଙ୍କ କହିବାନୁଯାୟୀ, ଗତ ଦେଢ଼ବର୍ଷ ହେବ ସୁନ୍ଦରୀ ଏନ୍‌କ୍ଲୋଜରରେ ରହିବା ଫଳରେ ତା’ର ଜଙ୍ଗଲୀ ପ୍ରକୃତି ହରାଇ ପୋଷା ଭଳି ହୋଇଗଲାଣି। ଶିକାର କରିବା ଖାଇବା ଭୁଲି ଯାଇଥିବ। ଜଙ୍ଗଲରେ ଛାଡ଼ି ଦେଲେ ସେ ଖୁବ୍‌ଶୀଘ୍ର ମରିଯାଇପାରେ। ତେଣୁ ସେ ବାନ୍ଧବଗଡ଼ ଗଲେ ମଧ୍ୟ ତାକୁ ସେହିଭଳି ଏନ୍‌କ୍ଲୋଜରରେ ରଖାଯାଇ ଅନୁଧ୍ୟାନ କରିବା ଉଚିତ୍‌।
ସୂଚନାଯୋଗ୍ୟ, ରାଜ୍ୟରେ ବ୍ୟାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ସାତକୋଶିଆରେ ବାଘ ଛାଡ଼ିବା ପାଇଁ ୨୦୧୭ ସେପ୍ଟେମ୍ବର ୧ରେ ଏନ୍‌ଟିସିଏ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ପର୍ଯ୍ୟାୟକ୍ରମେ ୬ଟି ବାଘ ଅଣାଯିବ ବୋଲି ଯୋଜନା ହୋଇଥିଲା। ୨୦୧୮ ଜୁଲାଇ ୬ରେ ପ୍ରଥମେ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରୁ ୩ବର୍ଷର ‘ମହାବୀର’ ନାମକ ମହାବଳ ବାଘକୁ ଅଣାଯାଇ ସାତକୋଶିଆରେ ଛଡ଼ା ଯାଇଥିଲା। ସେହିବର୍ଷ ଅଗଷ୍ଟ ୧୭ରେ ମଧ୍ୟପ୍ରଦେଶର ବାନ୍ଦବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା। ସୁନ୍ଦରୀ ମଣିଷ ମାରିବା ଅଭିଯୋଗ ଆସିବା ପରେ ତାକୁ ୨୦୧୮ ନଭେମ୍ବର ୬ରେ ଜଙ୍ଗଲରୁ ଏନ୍‌କ୍ଲୋଜରରେ ରଖାଗଲା। ସେପଟେ ସୁନ୍ଦରୀର ଚର୍ଚ୍ଚା ଥମି ନ ଥିବା ବେଳେ ‘ମହାବୀର’ର ମୃତ୍ୟୁ ହୋଇଗଲା। ସୁନ୍ଦରୀକୁ ଧରାଯିବାର ୮ଦିନ ପରେ ଅର୍ଥାତ୍‌ ନଭେମ୍ବର ୧୪ରେ ସାତକୋଶିଆର କୋର୍‌ ଏରିଆରରେ ‘ମହାବୀର’ର ମୃତ ଶରୀର ଠାବ କରାଯାଇଥିଲା। ପ୍ରଥମେ ମହାବୀର ଝିଙ୍କ ଦ୍ୱାରା ମରିଥିବା ବନ ବିଭାଗ କହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମହାବୀରକୁ ଶିକାର କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ବନବିଭାଗର କାର୍ଯ୍ୟକଳାପ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଦୁଇ ଦୁଇଟି ବାଘକୁ ସୁରକ୍ଷା ଦେଇ ନ ପାରିବାରୁ ଏତେବଡ଼ ପ୍ରକଳ୍ପ ଅନ୍ଧାର ଘେରକୁ ଚାଲିଗଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri